Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ
ଆଜିର ଖବର

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ

November 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କୃଷି ବିଜ୍ଞାନ କେନ୍ଦ୍ର, କଳାହାଣ୍ଡିର ୨୫ ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଓ.ୟୁ.ଏ.ଟି. ର ସମ୍ପ୍ରସାରଣ ଶିକ୍ଷାରେ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜୀତ ମିଶ୍ର ଅନଲାଇନ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

କୋଲକାତା ସ୍ଥିତ ଭାରତୀୟ କୃଷି ଓ ଗବେଷଣା ଅନୁସନ୍ଧାନ ଅନ୍ତର୍ଗତ କୃଷି ପ୍ରଦୋଷିକ ଅନୁପ୍ରୟୋଗ ଅନୁସନ୍ଧାନ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ପ୍ରଫେସର କଲ୍ୟାଣ ସୁନ୍ଦର ଦାସ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଜିଲ୍ଲାରେ ମତ୍ସ୍ୟଚାଷୀ ଓ କୁକୁଡ଼ା ପାଳନ କୁ ପ୍ରୋତ୍ସାହନ ଦେବା ସହ ପ୍ରାକୃତିକ କୃଷିକୁ ଲୋକପ୍ରିୟ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଓ.ୟୁ.ଏ.ଟି. ସମ୍ପ୍ରସାରଣ ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ପି.କେ. ମହାନ୍ତି ଏବଂ ଡେପୁଟି ନିର୍ଦ୍ଦେଶକ ଡଃ. ଅଜିତ ଫୋଙ୍ଗଲୋସା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, କଳାହାଣ୍ଡିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ. ଅମିତାଭ ପଣ୍ଡା ଚଳିତ ବର୍ଷ ୨୦୨୪-୨୫ ପାଇଁ କେନ୍ଦ୍ରର ବାର୍ଷିକ ପ୍ରଗତି ତଥା ୨୦୨୫-୨୬ ର ବାର୍ଷିକ କାର୍ଯ୍ୟଖସଡା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଞ୍ଚଳିକ ଗବେଷଣା ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର କେନ୍ଦ୍ରର ମୁଖ୍ୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଜଳ ଛାୟା ପ୍ରକଳ୍ପର ନିର୍ଦ୍ଦେଶ, ଡି.ଡି.ଏମ. ନାବାର୍ଡ, ଆଇ.ଆଇ.ଏସ.ଡବ୍ଲୁ.ସି (ଆଇ.ସି.ଏ.ଆର.) ର ବୈଜ୍ଞାନିକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲାସ୍ତରୀୟ ଅଧିକାରୀ, ଏନ୍ ଜି ଓ, ର କର୍ମକର୍ତ୍ତା, କୃଷକ ଉତ୍ପାଦନ ସଂଘର ସଦସ୍ୟ, ଜିଲ୍ଲାର ଆଗଧାଡ଼ିର ସଫଳ କୃଷକ ଏବଂ କୃଷିଜୀବି ମହିଳା, ଦୁରଦର୍ଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାସ୍ତରର କୃଶକମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ଗୁଡିକ କିପରି ବୈଜ୍ଞାନିକ ପଦ୍ଧତିରେ ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବା ସହ ଜିଲ୍ଲାରେ ଜୈବିକ ତଥା ପ୍ରାକୃତିକ କୃଷି, ଉଦ୍ୟାନ କୃଷି, ଛତୁ ଚାଷ, ଜିଆଖତ, ସମ୍ମନିତ ମାଛ ଏବଂ ଧାନ ଚାଷ, ରୋଗପୋକ ପରିଚାଳନା, ଅଣୁସାର ପ୍ରୟୋଗ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ବାର୍ଷିକ ସମାଚାର “ କୃଷି କଳିକା” ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧିୟ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ,ବିନୋଦ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026

ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ

November 3, 2026
Latest News

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ: ବିଦେଶ ମନ୍ତ୍ରଣାଳୟର ନିନ୍ଦା

November 3, 2026

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026

ଭାରତର ଅଶୋଧିତ ତୈଳ ଆମଦାନୀରେ ନୂଆ ରେକର୍ଡ: ଜାଣନ୍ତୁ ଦୈନିକ କେତେ?

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.