Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ
ଆଜିର ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

December 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
President
 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୭ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

ଆଜି ରାଷ୍ଟ୍ରପତିଙ୍କ ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରାଯିବ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ।

ଡିସେମ୍ବର ୪ ତାରିଖରେ ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମଧ୍ୟ ସେ ଯୋଗଦେବେ। ସେହିଦିନ ସେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ।

ଆସନ୍ତା ଡିସେମ୍ବର ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ସେ ଭୁବନେଶ୍ୱରରେ ନ୍ୟାୟିକ ଅଦାଲତର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ।

ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଉପରବେଡାଠାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ମତବିନିମୟ କରିବେ। ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସହ କଥା ହେବେ।

ଡିସେମ୍ବର ୭ ତାରିଖରେ ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ୍; ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର; ଦାଣ୍ଡବୋଷ ବିମାନ ବନ୍ଦର, ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ କରିବେ।

ଓଡିଶା ଗସ୍ତ ଦ୍ରୌପଦୀ ମୁର୍ମୁ ନୌସେନା ଦିବସ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.