Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ହାସଲ ପାଇଁ ଯୁବା ସଙ୍ଗମ ପଦକ୍ଷେପକୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଶଂସା
ଆଜିର ଖବର

‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ହାସଲ ପାଇଁ ଯୁବା ସଙ୍ଗମ ପଦକ୍ଷେପକୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରଶଂସା

December 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯୁବା ସଙ୍ଗମର ପଞ୍ଚମ ପର୍ଯ୍ୟାୟର ଅଂଶ ଭାବରେ ୨୦୨୪ ଡିସେମ୍ବର ୨ ତାରିଖରେ ଓଡ଼ିଶାକୁ ପରିଚୟାତ୍ମକ ଗସ୍ତ (ଏକ୍ସପୋଜର ଭିଜିଟ୍) ରେ ଆସିଥିବା ମହାରାଷ୍ଟ୍ରର ବିଭିନ୍ନ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ୫୦ ଛାତ୍ର ଛାତ୍ରୀଙ୍କର ଏକ ପ୍ରତିନିଧି ଦଳକୁ ଓଡ଼ିଶାର ସମ୍ମାନନୀୟ ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି। ସେ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିବା ସାଙ୍ଗକୁ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପ୍ରତି ନିଜର ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱ ଅଧୀନରେ ଏକ୍ ଭାରତ ଶ୍ରେଷ୍ଠ ଭାରତ (ଇବିଏସ୍‌ବି)ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ପ୍ରତିନିଧିଦଳଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ଭାରତ ବିବିଧତା ମଧ୍ୟରେ ଏକତାକୁ ପ୍ରତିଫଳିତ କରୁଛି। ‘ଯୁବା ସଙ୍ଗମ କାର୍ଯ୍ୟକ୍ରମ’ ଦେଶର ବିଭିନ୍ନ ଭାଗର ଯୁବବର୍ଗଙ୍କ ମଧ୍ୟରେ ଏକତାର ଶକ୍ତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟକୁ ସମର୍ଥନ କରିବ।” ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ବିକାଶମୂଳକ ପ୍ରୟାସଗୁଡିକ ସମ୍ପର୍କରେ ଜ୍ଞାନ ଆହରଣ କରିବା ସେମାନଙ୍କ ଜ୍ଞାନକୁ ନିଜ ରାଜ୍ୟରେ ବିତରଣ କରିବାକୁ ରାଜ୍ୟପାଳ ମହାରାଷ୍ଟ୍ର ଛାତ୍ର ପ୍ରତିନିଧି ଦଳଙ୍କୁ ପରାମର୍ଶ ଦେଇଥିଲେ, ଯଦ୍ଦ୍ୱାରା ତାହା ଆନ୍ତଃ-ରାଜ୍ୟ ସମ୍ପର୍କକୁ ପ୍ରୋତ୍ସାହିତ କରିବ। “ଓଡ଼ିଶା ପରମ୍ପରା, ପର୍ଯ୍ୟଟନ ଏବଂ ପ୍ରାକୃତିକ ସମ୍ପଦର ଏକ ସଠିକ ସମ୍ମିଶ୍ରଣ; ଯାହାର ଅଭିବୃଦ୍ଧି ହାସଲ ନିମନ୍ତେ ବିପୁଳ ସାମର୍ଥ୍ୟ ରହିଛି,” ବୋଲି ସମ୍ମାନନୀୟ ରାଜ୍ୟପାଳ କହିଥିଲେ। ସେ ମଧ୍ୟ ଜୋର୍ ଦେଇ କହିଥିଲେ ଯେ ନୂଆ ଶିକ୍ଷା ନୀତି ଭାରତର ପ୍ରାଚୀନ ଜ୍ଞାନ ବ୍ୟବସ୍ଥା ଉପରେ ଆଧାରିତ ଏବଂ ବୈଶ୍ୱିକ ମାନ ଅନୁଯାୟୀ ବିକଶିତ ହୋଇଛି। “ରାଷ୍ଟ୍ରର ଯୁବବର୍ଗ ଦେଶର ବିବିଧତା ସମ୍ପର୍କ ଜାଣିବା ଏବଂ ସେମାନଙ୍କର ଜ୍ଞାନ ପରିବର୍ଦ୍ଧିତ କରିବା ସୁଯୋଗ ଭାବରେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଫାଇଦା ନେବା ଉଚିତ।

ଏହି ଅବସରରେ ଛାତ୍ର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଏବଂ ସେଣ୍ଟ୍ରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିବା ସହିତ ରାଜ୍ୟରେ ବୈଜ୍ଞାନିକ ଗବେଷଣା ଏବଂ କୁଶଳତାର ବିକାଶ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ। ସେମାନେ ମଧ୍ୟ ଏକାମ୍ର ହାଟ ଗସ୍ତକରି ସେଠାରେ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ସମ୍ପର୍କରେ ଅନେକ ଶିକ୍ଷାଲାଭ କରିଥିଲେ।

ଓଡିଶା ରାଜ୍ୟପାଳ ନରେନ୍ଦ୍ର ମୋଦୀ ରଘୁବର ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ହାଇକୋର୍ଟରେ ବିଚାରପତି ସଙ୍କଟ: ଅକ୍ଟୋବର ୧ରୁ କୋର୍ଟ ବର୍ଜନ ନିଷ୍ପତ୍ତି ନେଲା ବାର୍ ଆସୋସିଏସନ୍

September 23, 2026
Latest News

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ହାଇକୋର୍ଟରେ ବିଚାରପତି ସଙ୍କଟ: ଅକ୍ଟୋବର ୧ରୁ କୋର୍ଟ ବର୍ଜନ ନିଷ୍ପତ୍ତି ନେଲା ବାର୍ ଆସୋସିଏସନ୍

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.