Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁପତ୍ର ସଂଘର ପ୍ରତିନିଧି ମଣ୍ଡଳୀ
ଆଜିର ଖବର

ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁପତ୍ର ସଂଘର ପ୍ରତିନିଧି ମଣ୍ଡଳୀ

December 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଓଡ଼ିଶା କେନ୍ଦୁପତ୍ର ସଂଘ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କେନ୍ଦୁପତ୍ର ସଂଘ ସେମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ଅନୁକୂଳ ପାଣିପାଗ ଯୋଗୁଁ ଉତ୍କୃଷ୍ଟ ମାନର କେନ୍ଦୁପତ୍ର ଫଳିଛି। ତଦନୁସାରେ କେନ୍ଦୁପତ୍ର ତୋଳାଳିଙ୍କ ଆୟ ମଧ୍ୟ ବଢିବା ଆବଶ୍ୟକ। ଏ ନେଇ ଓଡ଼ିଶା କେନ୍ଦୁପତ୍ର ସଂଘ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଦାବି ଶୁଣିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସଂଘକୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆମେ ଆପଣମାନଙ୍କ ଦାବି ଓ ସମସ୍ୟା ବିଷୟରେ ଅବଗତ ହେଲୁ ଓ ଏହାକୁ ସହୃଦୟତାର ସହ ଗ୍ରହଣ କରିଛୁ। ଏହିସବୁ ଦାବିକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରି ସମାଧାନର ପନ୍ଥା ଖୁବ ଶୀଘ୍ର ବାହାର କରିବୁ।

ବୈଠକ ସମୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ।

କନକ ବର୍ଦ୍ଧନ ସିଂହଦେଓ କେ ଭି ସିଂହଦେଓ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026
Latest News

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.