ନୂଆଦିଲ୍ଲୀ: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ଅନୁଷ୍ଠିତ ମହାୟୁତୀ ବୈଠକରେ ଦେବେନ୍ଦ୍ର ଫଡନାଭିସଙ୍କ ନାମ ଅନୁମୋଦନ ହୋଇଛି। ଫଡନାଭିସ୍ ବିଜେପିର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ମହାୟୁତୀ ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ କରିବାକୁ ସହମତି ପ୍ରକାଶ ପାଇଛି।
ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ମହାୟୁତୀ ନେତାମାନେ ଅପରାହ୍ନ ୩.୩୦ ରେ ରାଜ ଭବନକୁ ଯିବେ। ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରର ଆଜାଦ ମଇଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ।