Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଙ୍ଗଳାଦେଶରେ ହିନ୍ଦୁସୁରକ୍ଷା ପାଇଁ ପ୍ରତିବାଦ ଶୋଭାଯାତ୍ରା
ଆଜିର ଖବର

ବଙ୍ଗଳାଦେଶରେ ହିନ୍ଦୁସୁରକ୍ଷା ପାଇଁ ପ୍ରତିବାଦ ଶୋଭାଯାତ୍ରା

December 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦୁଝର ହିନ୍ଦୁସୁରକ୍ଷା ମଞ୍ଚର କେନ୍ଦୁଝର ଜିଲ୍ଲା ସଂଯୋଜକ ଘନଶ୍ୟାମ ମହାନ୍ତଙ୍କ ଆହ୍ୱାନ କ୍ରମେ କେନ୍ଦୁଝର ସହରର କାଳୀ ପଡିଆ ନିକଟରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ରେ ହଜାର ହଜାର ହିନ୍ଦୁ ପ୍ରେମି ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାର ବିରୋଧରେ ସ୍ଲୋଗାନ ଦେବା ସହିତ ବଙ୍ଗଳାଦେଶ ସରକାରଙ୍କୁ ଚେତାବନୀ ଦେଇଥିଲେ।

ଏହି ଶୋଭାଯାତ୍ରା କେନ୍ଦୁଝର କଳିପଡିଆ ଠାରୁ ବାହାରି ନଗର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବଙ୍ଗଳାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ସାରା ବିଶ୍ଵରେ ହିନ୍ଦୁ ଏକତାର ଅଭାବ ଓ ଅତ୍ୟଧ‌ିକ ସହନଶୀଳତା ପାଇଁ ବିଧର୍ମୀମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି ହିନ୍ଦୁ ମାନେ। ୫୦ ବର୍ଷ ତଳେ ଭାରତୀୟଙ୍କ ଦ୍ଵାରା ସ୍ଵାଧୀନ ହୋଇଥିବା ବାଂଲାଦେଶ ରେ ଏବେ ହିନ୍ଦୁ ନରସଂହାର ଚାଲିଛି। ସେଠାରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଉଛି। ମଠ ମନ୍ଦିର ଭାଙ୍ଗିବା ସହିତ ସାଧୁସନ୍ଥ ମାନଙ୍କୁ ଦେଶଦ୍ରୋହ ଅପରାଧରେ ବନ୍ଦୀ କରାଯାଉଛି। ପରନ୍ତୁ ଖୁସିର କଥା ବାଂଲାଦେଶ ହିନ୍ଦୁଙ୍କର ନିଦ ଭାଙ୍ଗିଛି। ମିଛ ଭାଇଚାରା ନିଶା କୁ ପରିତ୍ୟାଗ କରି ଇସ୍କନର ସାଧୁ ସ୍ଵାମୀ ଚିନ୍ମୟ ପ୍ରଭୁଙ୍କ ନେତୃତ୍ୱରେ ହିନ୍ଦୁ ଏକତ୍ରୀତ ହୋଇ ପ୍ରତିବାଦ କରୁଛନ୍ତି। ସେମାନଙ୍କୁ ନୈତିକ ସମର୍ଥନ ଦେବା ପାଇଁ ଓ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିବା ପାଇଁ ସମଗ୍ର ଭାରତରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରତିବାଦ ସଭା କରୁଛି ବୋଲି ହିନ୍ଦୁସୁରକ୍ଷା ମଞ୍ଚର କେନ୍ଦୁଝର ଜିଲ୍ଲା ସଂଯୋଜକ ଘନଶ୍ୟାମ ମହାନ୍ତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ହିନ୍ଦୁ ସଂଗଠନ ର ହିନ୍ଦୁ ପ୍ରେମି ତଥା ବିଭିନ୍ନ ମତପନ୍ଥ ର ନେତୃତ୍ୱ ମାନେ ଯୋଗଦେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ବିଶ୍ୱହିନ୍ଦୁ ପରିସଦ,ହିନ୍ଦୁଜାଗୃତି ମଞ୍ଚ, ଇସ୍କନ ପରିବାର, ଗାୟତ୍ରୀ ପରିବାର, ମହିମା ସମାଜ, ବିଏମଏସ, ବନବାସୀ କଲ୍ୟାଣ ଆଶ୍ରମ, ଏବିଭିପି, ଏକଲବ୍ୟ ବିଦ୍ୟାଳୟ ପରି ଅନେକ ସଂଗଠନ ର ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

କେନ୍ଦୁଝର ପ୍ରତିବାଦ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.