Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି: ରେଳ ମନ୍ତ୍ରୀ
ଆଜିର ଖବର

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି: ରେଳ ମନ୍ତ୍ରୀ

December 8, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ଵିନୀ ବୈଷ୍ଣବ
ନୂତନ ନୀତିରେ ମଧ୍ୟବିତ୍ତ ଏବଂ ଗରିବ ପରିବାରମାନଙ୍କ ପାଇଁ ସିମେଣ୍ଟ ମୂଲ୍ୟ ହ୍ରାସ କରିବ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ମୟୂରଭଞ୍ଜ-କେନ୍ଦୁଝର ଜିଲ୍ଲାରେ ରେଳ ସଂଯୋଗରେ ସୁଧାର ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ସାକାର ରୂପ ନେବାକୁ ଯାଉଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝର ଏବଂ ବୁଢ଼ାମରା-ଚକୁଳିଆ ରେଳଲାଇନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ସେ କହିଛନ୍ତି, ରାଷ୍ଟ୍ରପତି ଏହି ସମାରୋହରେ ଯୋଗ ଦେବା ସୌଭାଗ୍ୟର ବିଷୟ। ଆଜି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଏସବୁ ରେଳ ପ୍ରକଳ୍ପ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ତେବେ ଏହାକୁ ପୂରଣ କରିବା ପାଇଁ ଇଚ୍ଛାଶକ୍ତି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ରହିଥିଲା । ଆଜି ଏସବୁ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଆକାରରେ ତାହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଅନ୍ୟପକ୍ଷରେ ଏସବୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ବିଷୟରେ ମଧ୍ୟ ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଥିଲେ। ସେ କହିଥିଲେ, ରାଷ୍ଟ୍ରପତି ବାରମ୍ବାର ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ପରାମର୍ଶ ଦେଉଥିଲେ। ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳ ପ୍ରକଳ୍ପରେ ୨,୫୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ୟୁନେସ୍କୋ ଜୈବ ଐତିହ୍ୟସ୍ଥଳ ଶିମିଳିପାଳକୁ ରେଳ ସଂଯୋଗ ଯୋଗାଇ ଦେବ।

ବାଦାମପାହାଡ଼-କେନ୍ଦୁଝର ୨୧୦୬ କୋଟି ଟଙ୍କାରେ ରେଳ ଲାଇନ ନିର୍ମାଣ କରାଯିବ । ଏହାଦ୍ୱାରା ଖିଚିଂର କିଚକେଶ୍ୱରୀ ମନ୍ଦିରକୁ ରେଳ ସଂଯୋଗ ସୁବିଧା ମିଳିବ। ବୁଢ଼ାମରା-ଚକୁଳିଆ ୧୬୪୯ କୋଟି ଟଙ୍କାର ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଉତ୍ତର ଭାଗକୁ ରେଳ ସଂଯୋଗ ଯୋଗାଇ ଦେବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ, ବର୍ଷେ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ଲାଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ ପୂରଣ ହୋଇଛି।

ବାଦାମପାହଡ଼ରୁ ଟାଟାନଗର ମେମୁ ଟ୍ରେନ ଚାଲିବା ଆରମ୍ଭ କରିଥିବା ବେଳେ ଏଠାରୁ କୋଲକାତା ଓ ରାଉରକେଲାକୁ ମଧ୍ୟ ରେଳ ଚଳାଚଳ ଆରମ୍ଭ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ବୋଲି ରେଳମନ୍ତ୍ରୀ କହିଥିଲେ । ପୂର୍ବରୁ ରାଜ୍ୟକୁ ମାତ୍ର ୮୦୦ କୋଟି ଟଙ୍କାର ରେଳ ଅନୁଦାନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୧୦ହଜାର ୫୦୦ କୋଟି ଟଙ୍କାରୁ ଅଧିକ ରେଳ ଅନୁଦାନ ପ୍ରଦାନ କରିଛନ୍ତି। ଅଧିକାଂଶ ପ୍ରକଳ୍ପ ଆଦିବାସୀ ଅଞ୍ଚଳକୁ ମିଳିଛି । ଗୁଣୁପୁର ଥେରୁବାଲି ରେଳଲାଇନ ପାଇଁ ୧୩୨୬ କୋଟି ଟଙ୍କା, ଜୁନାଗଡ଼-ନବରଙ୍ଗପୁର ରେଳଲାଇନ ପାଇଁ ୩୨୭୪, ମାଲନାଗିରି-ଭଦ୍ରାଚଳମ ପାଇଁ ୪୧୦୯ କୋଟି ଟଙ୍କା, ସରଡେଗା-ଭାଲୁମୁଡ଼ା ୧୩୬୦ କୋଟି ଟଙ୍କା, ବରଗଡ଼ ରୋଡ-ନୂଆପଡ଼ା ରେଳ ଲାଇନ ପାଇଁ ୨୯୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ଏବେ ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି। ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯାଉଛି।

ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ ଯେ ଆସନ୍ତା ୬ରୁ୭ ଦିନ ମଧ୍ୟରେ ଦୂରଦର୍ଶନ ଓଡ଼ିଆରେ ସାନ୍ତାଳି ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେବାକୁ ଯାଉଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଦିବାସୀ ସମାଜକୁ ସବୁବେଳେ ସମ୍ମାନ, ସମର୍ପଣ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ଆଜି ଏହି ସମ୍ପ୍ରଦାୟର ମହାନ ବ୍ୟକ୍ତିତ୍ୱମାନେ ମାନନୀୟ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରାମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଅଶ୍ୱିନୀ ବୈଷ୍ଣବ କେନ୍ଦୁଝର କେନ୍ଦ୍ର ରେଳ ମନ୍ତ୍ରୀ ମୟୂରଭଞ୍ଜ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.