Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫
ଆଜିର ଖବର

ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫

December 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ ବେଉରା, ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ, କବି ଅଶୋକ ମଲ୍ଲ, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ କୁନି ଝିଅ ଆର୍ଯ୍ୟା ଅମ୍ରିତା ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ ଏବଂ କଣ୍ଠଶିଳ୍ପୀ ଉଦିତ ନାରାୟଣ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ କଣ୍ଠଶିଳ୍ପୀ ଆଦ୍ୟାଶା ମଲ୍ଲ, ସଙ୍ଗୀତା ପ୍ରଧାନ, ଜ୍ୟୋତିର୍ମୟୀ ପରିଡ଼ା,ଜନ୍ମେଜୟ ଯାଦବ,ଭାଗ୍ୟସ୍ମିତା ଜେନା ପ୍ରମୁଖ ସେମି ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥଲେ।

ସୂଚନା ଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ନୟାଗଡ ରଣପୁର ସଙ୍ଗୀତଧାରା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.