Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷୀରରେ ହେଉଛି ଅପମିଶ୍ରଣ: ୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର
ଆଜିର ଖବର

କ୍ଷୀରରେ ହେଉଛି ଅପମିଶ୍ରଣ: ୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର

December 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି? ହୁସିଆର, କ୍ଷୀରରେ ହେଉଛି ଅପମିଶ୍ରଣ। ଏକ ଲିଟଲ କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର। ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍। ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି। କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି ପଶୁର କ୍ଷୀର ନୁହେଁ, ଏକଥା ପ୍ରାମାଣିତ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ପାଉଡର ମିଶାଇ ସେଥିରୁ ପ୍ରସ୍ତୁତ କରାଯାଉଛି ପନିର। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। ଏପରି ଅପମିଶ୍ରଣ କରି ଅନେକ ଘରୋଇ କଂପାନୀ କ୍ଷୀର, ଦହି, ପନିର ଆଦି ଦୁଗ୍ଧ ଜାତୀୟ ପଦାର୍ଥ ବଜାରରେ ବିକ୍ରି କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏହି ଫଟୋକୁ ଦେଖିଲେ ସହଜରେ ଜାଣି ପାରିବେ ଯେ ଖାଲି ପାଣିରେ କେମିକାଲ ଓ ଏକପାରୀ ଶାକାରିନି ମିଶ୍ରଣରେ ପ୍ରସ୍ତୁତ ହେଉଛି କ୍ଷୀର।

ଓମ୍‌ଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ସମବାୟ ସଂସ୍ଥା। ଓଡିଆ ଅସ୍ମିତା ସହିତ ଓମ୍‌ଫେଡ୍ ଜଡିତ। କାରଣ ଏଥିରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଭାଗ୍ୟ ଓ ଭବିଷ୍ୟତ ନିହିତ ରହିଛି। ଅପରପକ୍ଷେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେବା ପରେ ଏଥିରେ କୌଣସି ଅପମିଶ୍ରଣ ହେବାର ସୁଯୋଗ ନାହିଁ। ଓମ୍‌ଫେଡ୍ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁଗ୍ଧର ପ୍ରକ୍ରିୟାକରଣ କରୁଛି। ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ଗୁଆଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଛି।

ରାଜ୍ୟ ସରକାର ତଥା ଓମ୍‌ଫେଡ୍ ସଦାସର୍ବଦା ଦୁଗ୍ଧ ଜାତ ଉତ୍ପାଦର ଶୁଦ୍ଧତା, ସ୍ୱଚ୍ଛତା ଓ ଗୁଣବତା ଉପରେ ଗୁରୁତ୍ୱାରୋପ କରିଆସୁଛି। ଓମ୍‌ଫେଡ୍ ଦ୍ୱରା ପ୍ରସ୍ତୁତ ସମସ୍ତ ଉତ୍ପାଦ ଉତମ ଗୁଣମାନର ଏବଂ ସ୍ୱାସ୍ଥ୍ୟକର ଏଥିରେ କୌଣସି ସଂଦେହ ନାହିଁ।
ଓମ୍‌ଫେଡ୍ ଉତ୍ପାଦର ଗୁଣାତ୍ମକମାନରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ଏଣୁ ଖାଉଟିମାନେ ଓମ୍‌ଫେଡ୍ ଉତ୍ପାଦ ନିସଂଦେହରେ ନେବା ପାଇଁ ପରାମର୍ଶ ଦେଇଛନ୍ତି ପରିଚାଳନା ନିର୍ଦେଶକ।

milk omfed ଓମ୍‌ଫେଡ୍‌ ପ୍ୟାକେଟ୍ କ୍ଷୀର
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.