Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ବିରୋଧୀ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ରହିବା ଏକ ଗୁରୁତର ମାମଲା: କଂଗ୍ରେସ ଉପରେ ଆକ୍ରମଣ କଲା ବିଜେପି
ଆଜିର ଖବର

ଭାରତ ବିରୋଧୀ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ରହିବା ଏକ ଗୁରୁତର ମାମଲା: କଂଗ୍ରେସ ଉପରେ ଆକ୍ରମଣ କଲା ବିଜେପି

December 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ'ଣ କହିଲେ କିରେନ୍ ରିଜିଜୁ?
ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ନୋଟିସ୍?: ଜାଣନ୍ତୁ କ'ଣ କହିଲେ କିରେନ୍ ରିଜିଜୁ?

ନୂଆଦିଲ୍ଲୀ: ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାର କରୁଥିବା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ଦଳର ସମ୍ପର୍କକୁ ବିଜେପି କ୍ରମାଗତ ଭାବେ ଆକ୍ରମଣ କରୁଛି। ରବିବାର ଦିନ ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ଏଫଡିଏଲ-ଏପି ସଂଗଠନର ସହ-ସଭାପତି ଜର୍ଜ ସୋରୋସଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି ସମୟରେ ସୋମବାର କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଏହି ପ୍ରସଙ୍ଗରେ କଡା ଆକ୍ରମଣ କରିଥିଲେ। ରିଜିଜୁ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ ଜର୍ଜ ସୋରୋସଙ୍କ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ ଉନ୍ମୋଚିତ ହୋଇଛି।

ବିଜେପି କେଉଁ ପ୍ରଶ୍ନ ଉଠାଇଛି?:

ବିଜେପି ତରଫରୁ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ସୋସିଆଲ ମିଡିଆ ସାଇଟ୍ X ରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ପ୍ରଶ୍ନ ଉଠିଥିଲା। ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ, ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ଭାବରେ ଜର୍ଜ ସୋରୋସ୍ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସଂଗଠନ ସହ ଜଡିତ। ବିଜେପି କହିଛି ଯେ, ଏହି ସମ୍ପର୍କ ଭାରତର ବିକାଶକୁ ରୋକିବା ପାଇଁ ଜର୍ଜ ସୋରୋସ ଏବଂ କଂଗ୍ରେସ ଦଳର ସାଧାରଣ ଲକ୍ଷ୍ୟକୁ ମଧ୍ୟ ପ୍ରତିଫଳିତ କରିଥାଏ।

ବିଜେପି ପକ୍ଷରୁ ଏହା ଲେଖାଯାଇଥିଲା ଯେ, କାଶ୍ମୀରକୁ ଏକ ଅଲଗା ରାଷ୍ଟ୍ର ଭାବେ ଗ୍ରହଣ କରାଯିବା ଉଚିତ୍ ବୋଲି FDL-AP ଫାଉଣ୍ଡେସନ୍ ନିଜର ମତ ପ୍ରକାଶ କରିଛି। ସୋନିଆ ଗାନ୍ଧୀ ଏବଂ ଏକ ସ୍ଵାଧୀନ ରାଷ୍ଟ୍ର ଭାବରେ କାଶ୍ମୀରକୁ ସମର୍ଥନ କରୁଥିବା ଏକ ସଂଗଠନ ମଧ୍ୟରେ ଏହି ସଙ୍ଗଠନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ବିଦେଶୀ ସଂସ୍ଥାଗୁଡ଼ିକର ପ୍ରଭାବ ଏବଂ ଏହି ସମ୍ପର୍କର ରାଜନୈତିକ ପ୍ରଭାବକୁ ଦର୍ଶାଉଛି।

କଂଗ୍ରେସ ପାର୍ଟି ତଥା ଏହାର ନେତା ରାହୁଲ ଗାନ୍ଧୀଙ୍କ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ସହ ଲିଙ୍କ ଏବଂ ଭାରତ ଜନତା ପାର୍ଟି (ବିଜେପି) ର ଅଭିଯୋଗକୁ ନେଇ ଶୁକ୍ରବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଛି। ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ହାତ ସୋରୋସଙ୍କ ପାଖରେ ଅଛି।

ସୋନିଆ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, “ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଦେଶଦ୍ରୋହ କାମ କରନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏଠାରେ ଜର୍ଜ ସୋରୋସର ଭାଷା କୁହନ୍ତି, ସୋରୋସ ସେଠାରେ ରାହୁଲ ଗାନ୍ଧୀଙ୍କ ଭାଷା କୁହନ୍ତି। ଭାରତ ବିରୋଧୀ ଲୋକଙ୍କୁ ଏମାନେ ଫଣ୍ଡିଙ୍ଗ କରନ୍ତି। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହାର ଉତ୍ତର ଦେବା ଉଚିତ୍। ଏହି ଟୁକଡେ ଟୁକଡେ ଗ୍ୟାଙ୍ଗ ଲୋକମାନେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଏବଂ ରାହୁଲ ଗାନ୍ଧୀ ଏହାକୁ ଆଗେଇ ନେଉଛନ୍ତି।

BJP Congress Kiren Rijiju soniagandhi
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.