Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଆ ସାମ୍ବାଦିକଙ୍କ ଓଡିଶା ଗସ୍ତ, ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବା ସହ ବାଚସ୍ପତିଙ୍କୁ କଲେ ସାକ୍ଷାତ
ଆଜିର ଖବର

ଗୋଆ ସାମ୍ବାଦିକଙ୍କ ଓଡିଶା ଗସ୍ତ, ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବା ସହ ବାଚସ୍ପତିଙ୍କୁ କଲେ ସାକ୍ଷାତ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋଆ ସାମ୍ବାଦିକଙ୍କ ଓଡିଶା ଗସ୍ତ, ବିଭିନ୍ନ ପର୍ଯ୍ୟଟନ ସ୍ଥଳି ବୁଲିବା ସହ ବାଚସ୍ପତିଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିପକ ବନ୍ଦେରକରଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଓଡିଶା ପରିଦର୍ଶନରେ ଆସିଥିବା ଗୋଆର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳ ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଧାନସଭା ଗୃହ ପରିଚାଳନା, ପାଠାଗାର, ନେଭା, ଗବେଷଣା ବିଭାଗ ଓ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ।

ନିଜର ଆଞ୍ଚଳିକ ଓଡ଼ିଆ ଭାଷାରେ ବିଧାନସଭା ପରିଚାଳନା ହେଉଥିବା ଏବଂ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଓ ସ୍ଵକୀୟ ଆଭିଜାତ୍ୟକୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବାର ଦେଖି ସେମାନେ ଆନନ୍ଦ ପ୍ରକାଶ କରିବା ସହ ବାସ୍ତବରେ ଏହି ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଚାଲିଛି ବୋଲି ପ୍ରକାଶ କରିଥିଲେ।

ଅପରାହ୍ନରେ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଗୋଆର ଆଦିମ ଜନଜାତି ଏବଂ ଓଡ଼ିଶାର ଜନଜାତିଙ୍କ ବେଶପୋଷାକ, ଅଳଙ୍କାର, ଜୀବନ-ଜୀବିକାରେ ଅନେକ ସାମଞ୍ଜସ୍ୟ ଥିବା ଉଲ୍ଲେଖ କରିବା ସହ ସଂଗ୍ରହାଳୟରୁ ବିଭିନ୍ନ ଉପାଦେୟ ପୁସ୍ତିକା ଆଗ୍ରହର ସହ ସଂଗ୍ରହ କରିଥିଲେ I ତାପରେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ଆକର୍ଷଣ ଉଦୟଗିରି ପାହାଡ଼ରେ ସମ୍ରାଟ ଖାରବେଳଙ୍କ ପୃଷ୍ଠପୋଷକତାରେ ନିର୍ମିତ ଗୁମ୍ଫା ଓ ଚିତ୍ରାବଳୀର ସୌନ୍ଦର୍ଯ୍ୟଦେଖି ଓ ସେ ସମ୍ପର୍କିତ ଐତିହାସିକ ପୃଷ୍ଠଭୂମି ଏବଂ କାହାଣୀମାନ ଶୁଣି ଅତିଥିମାନେ ଅଭିଭୂତ ହୋଇଥିଲେ। ସେ ସମୟର କଳିଙ୍ଗଶିଳ୍ପୀମାନଙ୍କର ପ୍ରସ୍ତର କର୍ତ୍ତନ,ଖୋଦନର ଶୈଳୀ, କଳା ଓ କାରୁକାର୍ଯ୍ୟ ଅତୀବ ଚମତ୍କାର ଥିଲା ବୋଲି ସେମାନେ ମତପ୍ରକାଶ କରିଥିଲେ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ, ଅଧିକାରୀ ଏବଂ ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧିଙ୍କ ଦଳଙ୍କୁ ଭବ୍ୟସ୍ୱାଗତ କରାଯିବ ସହ ନିର୍ଦ୍ଦେଶକ ଶ୍ରୀ ସାମଲ ପ୍ରାଚୀନସମୟରୁ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶପଥ ଭାବେ ପରିଗଣିତ ଓଡ଼ିଶାର କାଳଜୟୀ କୃତି-କୀର୍ତ୍ତି, ଶ୍ରୀଜଗନ୍ନାଥ ସଂସ୍କୃତି-ବିବିଧ ପରମ୍ପରା, ପ୍ରାକୃତିକ ବିଭବ ଓ ଏହାର ବିପୁଳତା, କଳା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରର ଅଗ୍ରଗତି, ହୀରାକୁଦ ନଦୀବନ୍ଧ ଓ ଅନ୍ୟାନ୍ୟ ବିଷୟରେ ଅତିଥିମାନଙ୍କୁ ଅବଧାରଣ ଦେବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଭିନ୍ନ ବିଭାଗ ଓ ଅଧିକାରୀଙ୍କ କାର୍ଯ୍ୟଧାରା, ଉପଖଣ୍ଡ ଓ ଜ଼ିଲ୍ଲାସ୍ତରର ଅଧିକାରୀ ଓ ସେମାନଙ୍କ କାର୍ଯ୍ୟଧାରା, ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଓଡିଶା ସରକାର କାର୍ଯ୍ୟକାରି କରିଥିବା ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରି ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ସହ ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ବନ୍ଦେରକରଙ୍କ ଠାରୁ ଗୋଆ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ କରିଥିବା ବିଭିନ୍ନ ଲୋକହୈତେଷୀ ଯୋଜନା ବିଷୟରେ ପଚାରି ବୁଝିଥିଲେ। ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂ, ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ଦାସ, ଉପ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଉପ ଶାସନ ସଚିବ ଏସକେ କଲାମୁଦିନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅଧିକାରୀ ଶ୍ରୀ ସୁଜିତ ସ୍ୱାଇଁ ଏବଂ ଶ୍ରୀ ସୌରଭ ପ୍ରଧାନ ଗୋଆ ପ୍ରତିନିଧିଦଳଙ୍କୁ ଓଡିଶା ପରିଦର୍ଶନରେ ସହଯୋଗ କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆୟକର ବିଭାଗ ପକ୍ଷରୁ ୧୬୭ତମ ଆୟକର ଦିବସ ପାଳିତ

July 25, 2026

“ଧନ୍ୟବାଦ ବନ୍ଧୁଗଣ”: ଯୁବପିଢ଼ିଙ୍କ ଭଲପାଇବ ଏବଂ ସମର୍ଥନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 25, 2026

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ

July 25, 2026

୧୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି

July 25, 2026
Latest News

ଓଡ଼ିଶା ଆୟକର ବିଭାଗ ପକ୍ଷରୁ ୧୬୭ତମ ଆୟକର ଦିବସ ପାଳିତ

July 25, 2026

“ଧନ୍ୟବାଦ ବନ୍ଧୁଗଣ”: ଯୁବପିଢ଼ିଙ୍କ ଭଲପାଇବ ଏବଂ ସମର୍ଥନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

July 25, 2026

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ

July 25, 2026

୧୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୧୧ ଲକ୍ଷକୁ ବୃଦ୍ଧି

July 25, 2026

ଆଜି ଜୁଲାଇ ୨୫ ତାରିଖ ଶନିବାରରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.