ଭୁବନେଶ୍ୱର: ପାର୍ବଣ ଋତୁ ସମୟରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସମ୍ବଲପୁର–ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଚଳାଚଳ ଅବଧି ବୃଦ୍ଧି କରାଯାଇଛି। ଏଥିସହିତ ନଭେମ୍ବର ମାସର ନିର୍ଦ୍ଦିଷ୍ଟ ତାରିଖରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଚାରିଟି ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଅତିରିକ୍ତ ଏସି ୩-ଟାୟାର କୋଚ ସଂଯୋଗ କରାଯିବ।
ସମ୍ବଲପୁର–ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ ଅବଧି ବୃଦ୍ଧି
ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଉଭୟ ଦିଗରୁ ଆଉ ଦୁଇଟି ଅତିରିକ୍ତ ଟ୍ରିପ୍ ସହ ଚଳାଚଳ କରିବ। ଏହାର ସମୟସୂଚୀ ନିମ୍ନରେ ଦିଆଗଲା।
* ୦୮୩୦୩ ସମ୍ବଲପୁର–ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍: ୦୪ ନଭେମ୍ବରରୁ ୧୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ଚଳାଚଳ କରିବ ।
* ୦୮୩୦୪ ସାନ୍ତ୍ରାଗାଛି–ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍: ୦୫ ନଭେମ୍ବରରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଚଳାଚଳ କରିବ ।
ଚାରିଟି ଟ୍ରେନ୍ରେ ଅତିରିକ୍ତ କୋଚ୍ ସଂଯୋଗ
ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ଏବଂ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ପାଇଁ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକରେ ନିର୍ଦ୍ଦିଷ୍ଟ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ ସାମୟିକ ଭାବେ ସଂଯୋଗ କରାଯିବ।
* ୨୦୮୧୭ ଭୁବନେଶ୍ୱର–ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ : ୦୭ ନଭେମ୍ବର ୨୦୨୬।
* ୨୦୮୧୮ ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୦୮ ନଭେମ୍ବର ୨୦୨୬।
* ୨୨୮୨୩ ଭୁବନେଶ୍ୱର–ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୧୦ ନଭେମ୍ବର ୨୦୨୬।
* ୨୨୮୨୪ ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୧୧ ନଭେମ୍ବର ୨୦୨୬।
ଏହି ବ୍ୟବସ୍ଥାଗୁଡ଼ିକ ଯାତ୍ରୀମାନଙ୍କ ପାଇଁ, ପର୍ବପର୍ବାଣୀ ସମୟରେ ବିଶେଷକରି ଅଧିକ ଚାହିଦା ଥିବା ସମୟରେ, ଅଧିକ ଯାତ୍ରା ସୁବିଧା ଓ ଅତିରିକ୍ତ ସଂରକ୍ଷିତ କୋଚ ଉପଲବ୍ଧ କରାଇବ।


