Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏପିଏମ୍‌ର ୭୨ତମ ଜାତୀୟ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍ ରେ ଚାରୋଟି କର୍ମଶାଳା
ଆଜିର ଖବର

ଆଇଏପିଏମ୍‌ର ୭୨ତମ ଜାତୀୟ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍ ରେ ଚାରୋଟି କର୍ମଶାଳା

December 11, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପାଥୋଲୋଜିଷ୍ଟସ ଆଣ୍ଡ ମାଇକ୍ରୋବାୟୋଲୋଜିଷ୍ଟସ (ଆଇଏପିଏମ୍‌) ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପାଥୋଲୋଜି-ଇଣ୍ଡିଆନ୍ ଡିଭିଜନ୍ (ଆଇଏପି-ଆଇଡି)ର ୭୨ତମ ବାର୍ଷିକ ସମ୍ମିଳନୀ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜରେ ଆୟୋଜିତ ହେବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୁଧବାର ୩ଟି ପ୍ରାକ୍‌-ସମ୍ମଳିନୀ କର୍ମଶାଳା ଆୟୋଜିତ ହୋଇଯାଇଛି ।

୨୦ ବର୍ଷ ପରେ ଓଡ଼ିଶାରେ ଏହି ସମ୍ମିଳନୀର ଆୟୋଜନ କରାଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ପ୍ରଥମ ପ୍ରାକ୍‌-ସମ୍ମିଳନୀ କର୍ମଶାଳାର ବିଷୟବସ୍ତୁ ରହିଥିଲା ‘ଏ ପିକ୍ ଇନ୍‌ଟୁ ଦ ରେନ୍ ବକ୍ସ’ । କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ସୌମ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରୀ ପେସାରେ ଆଇନ୍‌ଗତ ଦିଗ ବର୍ତମାନ ଏକ ଆହ୍ୱାନ ସୃଷ୍ଟି କରିଥିବା କହିଥିଲେ ।

ଏହି ଅବସରରେ ଆପୋଲୋ ହସ୍ପିଟାଲ୍‌ର ଡାକ୍ତର ମୀନାକ୍ଷୀ ସ୍ୱାଇଁ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ ।

କର୍ମଶାଳାରେ କଳିଙ୍ଗ ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟ ଡାକ୍ତର ପ୍ରଦୀପ୍ତ ତ୍ରିପାଠୀ, ବେଙ୍ଗାଲୁରୁ ସ୍ଥିତ ନିମ୍‌ହାନ୍‌ସର ଡାକ୍ତର ଅନୀତା ମହାଦେବନ୍‌, ଡାକ୍ତର ଶିଳ୍ପା ରାଓ, ହାଇଦ୍ରାବାଦ ସ୍ଥିତ ଇଣ୍ଡୋ-ଆମେରିକାନ୍ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ର ଡାକ୍ତର ସି. ସୁନ୍ଦରମ୍‌, ଏମ୍‌ସ ଭୁବନେଶ୍ୱରର ଡାକ୍ତର ଶୁଭେନ୍ଦୁ ପୁରକାଇତ, ହାଇଦ୍ରାବାଦ ସ୍ଥିତ ନିମ୍ସର ଡାକ୍ତର ମେଘା ଉପିନ ଏବଂ ଲକ୍ଷେ୍ନା÷ର ଆର୍‌ଏମ୍‌ଏଲ୍‌ଆଇଏମ୍‌ଏସ୍‌ର ଡାକ୍ତର ନୁଜହତ୍ ହୁସେନ୍ ଉପସ୍ଥିତ ରହି ଏହି ପ୍ରସଙ୍ଗରେ ଆଲୋକପାତ କରିଥିଲେ।

ସେହିପରି ଦ୍ୱିତୀୟ ପ୍ରାକ୍‌-ସମ୍ମିଳନୀ କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ଇଭାଲୁଏସନ୍ ଅଫ୍ ବ୍ଲିଡିଙ୍ଗ୍ ଡିଜ୍‌ଅର୍ଡର୍ସ-ହ୍ୟାଣ୍ଡସ ଅନ୍ ଟ୍ରେନିଙ୍ଗ୍‌’ । କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଲାବୋରେଟୋରୀ ହେମାଟୋଲୋଜିର ପ୍ରଫେସର ତଥା ଇନ୍‌ଚାର୍ଜ ଡାକ୍ତର ରାଜେଶ କୁମାର ଭୋଳ ସଂଯୋଜନା କରିଥିବା ବେଳେ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

କର୍ମଶାଳାରେ ସିଏମ୍‌ସି ଭେଲୋରର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏବଂ ଇମ୍ୟୁନୋହେମାଟୋଲୋଜି ବିଭାଗର ପ୍ରଫେସର ଡାକ୍ତର ସୁକେଶ ଚନ୍ଦ୍ରନ୍ ନାୟାର, କୋଲକାତା ସ୍ଥିତ ଏନ୍‌ଆର୍‌ଏସ୍ ମେଡିକାଲ୍ କଲେଜର ହେମାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଅଭିଷେକ ଶର୍ମା ଏବଂ ଚେନ୍ନାଇ ସ୍ଥିତ ଏସ୍‌ଆର୍‌ଏମ୍‌ସିର ଲାବୋରେଟୋରୀ ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଏସ୍‌. ଶ୍ରୀ ଗାୟତ୍ରୀ ନିଜର ବକ୍ତବ୍ୟ ରଖିଥିଲେ ।

ସେହିପରି ତୃତୀୟ ପ୍ରାକ୍‌-ସମ୍ମିଳନୀ କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ ବେସିକ୍ସ ଅଫ୍ ମଲିକ୍ୟୁଲାର ଡାଏଗ୍ନୋଷ୍ଟିକ୍ସ’ । କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏମ୍‌ସି କୋଲାକାତାର ଲାବୋରେଟୋରୀ ସର୍ଭିସେସ ବିଭାଗର ନିର୍ଦ୍ଦେଶକ କର୍ଣ୍ଣେଲ୍ (ଡାକ୍ତର) ଦୀପକ କୁମାର ମିଶ୍ର କର୍ମଶାଳାକୁ ପରିଚାଳନା କରିଥିଲେ ।

କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମଲିକ୍ୟୁଲାର ଡାଏଗ୍ନୋଷ୍ଟିକ୍ ଲାବୋରେଟୋରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶିବାଙ୍ଗୀ ହରନ୍‌ଖେଡକର, ଟିଏମ୍‌ସି କୋଲକାତର ହେମାଟୋପାଥୋଲୋଜି ଏବଂ ମଲିକ୍ୟୁଲାର ପାଥୋଲୋଜିର କନ୍‌ସଲ୍‌ଟାଂଟ ଡାକ୍ତର ସୁଶାନ୍ତ ଭିନାର୍‌କର୍‌, ଲକ୍ଷେ୍ନା÷ସ୍ଥିତ ଆର୍‌ଏମ୍‌ଏଲ୍‌ଆଇଏମ୍‌ଏସ୍ ପାଥୋଲୋଜିର ଡିନ୍‌, ପ୍ରଫେସର ତଥା ମୁଖ୍ୟ ଡାକ୍ତର ନୁଜହତ୍ ହୁସେନ୍‌, କୋଲକାତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲ୍‌ର କନ୍‌ସଲଟାଂଟ ମଲିକ୍ୟୁଲାର ପାଥୋଲୋଜି ଡାକ୍ତର ଇନ୍ଦ୍ରାଣୀ ଦେ ଏବଂ ଅଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପାଥୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଶୁଭଶ୍ରୀ ଶୁଭସ୍ମିତା ଦାଶ ନିଜର ବକ୍ତବ୍ୟ ରଖିଥିଲେ । ଏହି ତିନୋଟି କର୍ମଶାଳାରେ ପ୍ରାୟ ୩୦ ଜଣ ବିଶେଷଜ୍ଞ ସାମିଲ ହୋଇଥିଲେ ।

ସେହିପରି ଏହି ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ-୨ ଫୁଲନଖରା କ୍ୟାମ୍ପସ୍ ପରିସରରେ ମଧ୍ୟ ପାଥୋଲୋଜି ବିଭାଗ ପକ୍ଷରୁ ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା ଆୟୋଜିତ ହୋଇଥିଲା ।

ଏହି କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ ଇମ୍ୟୁନୋଫ୍ଲୁରେସେନ୍ସ ମାଇକ୍ରୋସ୍କୋପି’ । ଏହି କର୍ମଶାଳାରେ ହସ୍ପିଟାଲର ଆଡିସ୍‌ନାଲ୍ ମେଡିକାଲ ସୁପରିଟେଣ୍ଡେଂଟ ଡାକ୍ତର ସିଦ୍ଧାର୍ଥ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ଥର ପାଇଁ ଏଭଳି ଜାତୀୟ ପ୍ରାକ୍‌-ସମ୍ମିଳନୀ କର୍ମଶାଳା ହସ୍ପିଟାଲର ପାଥୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି ବୋଲି କହିଥିଲେ ।

ନିଜ ବକ୍ତବ୍ୟରେ ଡାକ୍ତର ଗୌତମ କହିଥିଲେ ଯେ ବିଭିନ୍ନ ରୋଗ ପାଇଁ ସଠିକ୍ ଔଷଧର ଆବଶ୍ୟକତା ଥିବା ବେଳେ ରୋଗର ସଠିକ୍ କାରଣ ମଧ୍ୟ ନିରୂପଣ କରିବାର ଆବଶ୍ୟକତା ରହିଛି । ତେଣୁ ଏଭଳି କର୍ମଶାଳା କେବଳ ପାଥୋଲୋଜିଷ୍ଟ ନୁହଁନ୍ତି ମାତ୍ର ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ରୋଗୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବେ ବୋଲି ସେ କହିଥିଲେ ।

କର୍ମଶାଳାରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ଯୋଗ ଦେଇଥିଲେ । ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କେ. ମୋହିନୀ ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ଓଡିଶା ସମେତ ଓଡିଶା ବାହାରୁ ୨୮ଜଣ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୧ ର ପାଥୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ନିବେଦିତା ସାହୁ, ହାଇଦ୍ରାବାଦ ସ୍ଥିତ କିମ୍ସର ପ୍ରଫେସର (ଡାକ୍ତର) ଆଇ. ସତୀଶ ରାଓ, ମଣିପାଲ ହସ୍ପିଟାଲସର ହିଷ୍ଟୋପାଥୋଲୋଜିଷ୍ଟ ଓ ନେଫ୍ରୋପାଥୋଲୋଜିଷ୍ଟ ବିଭାଗର ସିନିୟର୍ କନସଲଟାଂଟ୍ ଡାକ୍ତର ନଚିକେତା ମହାପାତ୍ର ଓ ହାଇଟେକ୍ ମେଡିକାଲ୍ କଲେଜର ପ୍ରଫେସର (ଡାକ୍ତର) ରଶ୍ମି ପଟ୍ଟନାୟକ ଯୋଗ ଦେଇଥିଲେ ।

ହସ୍ପିଟାଲ୍‌ର ପାଥୋଲୋଜି ବିଭାଗ ପ୍ରଫେସର (ଡାକ୍ତର) ସ୍ୱାଗତିକା ଅଗ୍ରୱାଲ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପାଥୋଲୋଜି ବିଭାଗର ସମସ୍ତ କର୍ମକର୍ତା ଓ ପାଥୋଲୋଜିଷ୍ଟମାନେ ଉପସ୍ଥିତ ଥିଲେ ।

ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.