Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କଲା ବିଜେପି
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର ପ୍ରସାର ଏବଂ ସହରୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦ୍ର ଶିକ୍ଷା ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର କହିଛନ୍ତି। ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୧୫ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ‘ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା’କୁ ନେଇ ସମ୍ପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ । ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଗୁରୁତ୍ୱ ଦେଇ ସରକାର ସ୍ୱଚ୍ଛ ମିତ୍ରଙ୍କୁ ସମ୍ମାନ ଦେବା ଲାଗି ପଦକ୍ଷେପ ନେଇଥିଲେ। ଜନଭାଗିଦାରୀ ବଢ଼ାଇବା ପାଇଁ ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ, ୧୮ ଲକ୍ଷ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୪୩ ଲକ୍ଷ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବିଭିନ୍ନ ପର୍ବପର୍ବାଣୀକୁ ସ୍ୱଚ୍ଛତା ସହ ଯୋଡ଼ିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬୪ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଏବଂ ୬.୬୬ ଲକ୍ଷରୁ ଅଧିକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରିଛନ୍ତି। ୨୦୧୪ ପୂର୍ବରୁ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ଖୁବ୍ କମ୍ ରହିଥିଲା। ଆମ ସରକାର ଆସିବା ପରେ ୯୩ ହଜାର ୬୦୦ରୁ ଅଧିକ ୱାର୍ଡରେ ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରସାର ହୋଇଛି। ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚି ପାରିଛି। ଏହା ସରକାର ବହୁତ ବଡ଼ ଉପଲବ୍ଧି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ଦୀନଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ୩୯.୩୯ ଲକ୍ଷ ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି । ସହରରେ ବାସହୀନମାନଙ୍କୁ ଆଶ୍ରୟ ଦେବା ଲାଗି ୨ହଜାର ଆଶ୍ରୟସ୍ଥଳୀ ଖୋଲାଯାଇଛି ଯେଉଁଥିରେ ୧ ଲକ୍ଷ ୪୧ ହଜାରରୁ ଅଧିକ ବାସହୀନ ଲୋକ ରହିପାରିବେ। ସାଧାରଣ ଲୋକଙ୍କ ଜୀବନକୁ ସହଜ ଓ ସରଳ କରିବା ଲାଗି ଆମ ସରକାର କାମ କରୁଛନ୍ତି। ଦେଶରେ ୧୦୦ ସ୍ମାର୍ଟସିଟି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ମାର୍ଟସିଟିରେ ଆଧୁନିକ ପରିବହନ ଠାରୁ ଡିଜିଟାଲ ତଥ୍ୟ ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ଖୋଲାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଦେଶର ବିଭିନ୍ନ ସହରାଞ୍ଚଳରେ ୮୩ ହଜାରରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯାଇଛି। ଏହାସହିତ ପ୍ରାୟ ୧୬ ଲକ୍ଷ ଏଲଇଡି ବଲବ ଲଗାଯାଇଛି।

ଶ୍ରୀ ମଜୁମଦାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସହରର ଉଠାଦୋକାନୀମାନଙ୍କୁ ବିନା ବନ୍ଧକରେ ବ୍ୟବସାୟ ପାଇଁ ଋଣ ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି ଟଙ୍କାର ୯୪.୩୧ ଲକ୍ଷ ଋଣ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୪୫ ପ୍ରତିଶତ ମହିଳା, ୪୧% ଓବିସି, ଏସସି ୨୦%, ଏସଟି ୩% ଏବଂ ସଂଖ୍ୟାଲଘୁ ୩% ହିତାଧିକାରୀ ରହିଛନ୍ତି। ଉତ୍ତମ ପ୍ରଶାସନ ପାଇଁ ପିଏମ ସ୍ୱନିଧି ଯୋଜନା ପୁରସ୍କୃତ ହୋଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ମୋଦୀ ସରକାର ସୁକାନ୍ତ ମଜୁମଦାର ସ୍ମାର୍ଟ ସିଟି ମିଶନ ସ୍ୱଚ୍ଛତା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026
Latest News

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.