Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ୮ ସ୍ୱର୍ଣ୍ଣ ପଦକ ଜିତିଲେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍‌
ଆଜିର ଖବର

ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ୮ ସ୍ୱର୍ଣ୍ଣ ପଦକ ଜିତିଲେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍‌

December 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ୭ ରୁ ୧୧ ଡିସେମ୍ବର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର ଯୁବ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ୮ ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ୨ ଟି ବ୍ରୋଞ୍ଜ ପଦକ ସମେତ ମୋଟ ୧୨ ଟି ପଦକ ଜିତିଛନ୍ତି।

ପୁରୁଷ ୧୦୦ ମିଟର ଦୌଡ଼ରେ (୧୦.୫୦ ସେକେଣ୍ଡ) ଏବଂ ୨୦୦ ମିଟର ଦୌଡ଼ରେ (୨୧.୨୭ ସେକେଣ୍ଡ) ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ଆଥଲେଟ୍ ଦଣ୍ଡପତି ଜୟରାମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ମହେନ୍ଦ୍ର ସାନ୍ତା, ରାଜେନ୍ଦ୍ର ସିଦ୍ଧୁ ଏବଂ ଆସ୍ତିକ ପ୍ରଧାନଙ୍କ ସହ ମିଶି ୪ଙ୍ଘ୧୦୦ ମିଟର ରିଲେ ଦୌଡ଼ରେ ଏକ ନୂତନ ମିଟ୍ ରେକର୍ଡ (୪୧.୧୦ ସେକେଣ୍ଡ) ସୃଷ୍ଟି କରିଥିଲେ।

ନିଜ ସଫଳତାରେ ବେଶ ଉତ୍ସାହିତ ଥିବା ଜୟରାମ କହିଛନ୍ତି, “ତିନୋଟି ସ୍ୱର୍ଣ୍ଣ ପଦକ ଜିତିବା ଗର୍ବର ବିଷୟ କାରଣ ଜଣେ ଧାବକଙ୍କ ପାଇଁ ତିନୋଟି ସ୍ୱର୍ଣ୍ଣ ଜିତିବା ସହଜ ନଥାଏ। ଆଉ ଏଭଳି ବିଜୟ ନିଜ ମାଟିର ନିଜର ପ୍ରିୟ ଦର୍ଶକଙ୍କ ଗହଣରେ ଲାଭ କରିବା ଏହାକୁ ଅଧିକ ସ୍ୱତନ୍ତ୍ର କରିଛି। ଓଡିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ବର୍ଷ ହେବାକୁ ଥିବା ଜାତୀୟ କ୍ରୀଡା ଏବଂ ବିଶ୍ୱ ୟୁନିଭର୍ସିଟି ଗେମ୍ସ ଉପରେ ମନୋନିବେଶ କରି ଲକ୍ଷ୍ୟ ମୁତାବକ ପ୍ରଦର୍ଶନ କରିବାର ଆଶା ରହିଛି ବୋଲି କହିଛନ୍ତି ଜୟରାମ।”

ମହିଳା ବର୍ଗରେ ରିଲାଏନ୍ସ ଫାଉଣ୍ଡେସନର ସାକ୍ଷୀ ଚବନ ୧୦୦ ମିଟର (୧୧.୮୬ ସେକେଣ୍ଡ) ଏବଂ ୨୦୦ ମିଟର (୨୪.୧୪ ସେକେଣ୍ଡ) ରେ ସ୍ୱର୍ଣ୍ଣ ଜିତିବା ସହିତ ୨୦ ବର୍ଷରୁ କମ ବୟସ ବର୍ଗର ଶ୍ରେଷ୍ଠ ମହିଳା ଆଥଲେଟ୍ ଆଖ୍ୟା ଅର୍ଜନ କରିଛନ୍ତି।
ଅନ୍ୟ ସ୍ୱର୍ଣ୍ଣ ପଦକ ମଧ୍ୟରେ ଓଁକାର ପ୍ରସାଦ ନନ୍ଦ ୧୯.୯୬ ମିଟର ଥ୍ରୋ ସହିତ ପୁରୁଷ ସଟପୁଟ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ। ପୁରୁଷ ୧୧୦ ମିଟର ବାଧା ଦୌଡ଼ରେ ସନ୍ଦୀପ ଗୋଣ୍ଡ (୧୪.୦୨ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିଭଳି ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଶାନ୍ ନିଜର ଛାପ ଛାଡିବା ସହିତ (୨: ୧୪.୪୪ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ରୌପ୍ୟ ପଦକ ବିଜେତାମାନଙ୍କ ମଧ୍ୟରେ ସବିତା ଟପ୍ପୋ ମହିଳା ୧୦୦ ମିଟର ଦୌଡ଼ରେ (୧୪.୧୭ ସେକେଣ୍ଡ) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ୪୦୦ ମିଟର ଦୌଡ଼ରେ (୪୬.୯୭ ସେକେଣ୍ଡ) ରେ ଆସ୍ତିକ ପ୍ରଧାନ ରୌପ୍ୟ ପଦକ ଜିତିଛନ୍ତି।

ବ୍ରୋଞ୍ଜ ପଦକ ବିଜେତାମାନଙ୍କ ମଧ୍ୟରେ ପୁରୁଷ ଜାଭେଲିନ୍ ଥ୍ରୋରେ ଋଷଭ ଗିରି (୬୯.୮୩ ମିଟର) ଏବଂ ୧୬ ବର୍ଷରୁ କମ ପୁରୁଷ ବର୍ଗରେ ୬୦୦ ମିଟର ଦୌଡ଼ରେ ଅନି ସାଲବାମ୍ (୧: ୨୨.୫୦ ସେକେଣ୍ଡ) ପଦକ ସ୍ଥାନରେ ରହିଥିଲେ।

ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସ ଖେଳାଳିଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି କହିଛନ୍ତି, “ଏହି ସଫଳତା ସେମାନଙ୍କର ଉତ୍ସର୍ଗୀକୃତ ସାଧନା ଏବଂ ପ୍ରସ୍ତୁତିର ଫଳ। ଦଳର ସମର୍ଥନ ଏବଂ ଆଥଲେଟମାନଙ୍କ କଠିନ ପରିଶ୍ରମ ହିଁ ଏହି ଉତ୍ତମ ପ୍ରଦର୍ଶନ ସମ୍ଭବ କରିଛି।”

ରିଲାଏନ୍ସ ଫାଉଣ୍ଡେସନ ସ୍ୱର୍ଣ୍ଣ ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.