Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ୟୁଏଇର ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

December 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନାଇଟେଡ ଆରବ ଏମିରେଟ୍ସର ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀ ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ୍ ଜାୟଦ ଅଲ୍ ନହୟାନଙ୍କୁ ସ୍ୱାଗତ କରିଛନ୍ତି।

ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହାମାନ୍ୟ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନହୟାନଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ନିୟମିତ ହେଉଥିବା ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ୨୦୨୪ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆବୁଧାବିର ଯୁବରାଜ ମହାମାନ୍ୟ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ, ଯାହାକି ଦ୍ୱିପାକ୍ଷିକ ସମ୍ପର୍କର ପିଢ଼ିଗତ ନିରନ୍ତରତା।

ଦୁଇ ନେତା ରଣନୀତିକ ସହଭାଗିତା ଓ ପ୍ରଯୁକ୍ତି, ଶକ୍ତି ଓ ଜନସମ୍ପର୍କ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଇଣ୍ଡିଆ-ମିଡଲ ଇଷ୍ଟ-ଇଉରୋପ କରିଡର (ଆଇଏମଇଇସି) ଲାଗୁକୁ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ, ଯାହାକି ଆଞ୍ଚଳିକ ଯୋଗାଯୋଗ ଓ ସମୃଦ୍ଧିକୁ ବୃଦ୍ଧି ଦିଗରେ ଐତିହାସିକ ପଦକ୍ଷେପ।

ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ ଜାୟେଦ ଅଲ୍ ନହୟାନ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଉଦବେଗ ପ୍ରକାଶ କରିଥିଲେ । ପଶ୍ଚିମ ଏସିଆ ଓ ବ୍ୟାପକ ଅଞ୍ଚଳରେ ଦୀର୍ଘସ୍ଥାୟୀ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ସମର୍ଥନ ସକାଶେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ୟୁଏଇରେ ଥିବା ବିଶାଳ ଭାରତୀୟ ସମୁଦାୟଙ୍କ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ୟୁଏଇର ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆ ଭାରତ-ୟୁଏଇ ରଣନୀତିକ ସହଭାଗିତା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026
Latest News

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026

ଆଇପିଏଲ ୨୦୨୬: ଅରେଞ୍ଜ କ୍ୟାପ୍ ଦୌଡ଼ର ଶୀର୍ଷ- ୫ରେ ଚାରି ଭାରତୀୟ ଖେଳାଳି

May 6, 2026

ଟ୍ରମ୍ପ୍ ନେଲେ ବଡ ନିଷ୍ପତ୍ତି : ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ

May 6, 2026

ପଞ୍ଜାବର ଦୁଇଟି ସ୍ଥାନରେ ବିସ୍ଫୋରଣ

May 6, 2026

ହଟିବ ଏନଏଚ ପାର୍ଶ୍ଵରେ ଥିବା ବେଆଇନ ଢାବା ଓ ଦୋକାନ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.