Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ଦୁଇଦିନ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜିଠୁ ଦୁଇଦିନ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

December 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି। ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ।

ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା।

୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନିତି ଆୟୋଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଏହି ଚତୁର୍ଥ ଜାତୀୟ ସମ୍ମିଳନୀ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଛଅଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ। ଏଗୁଡିକ ହେଲା ମାନୁଫାକଚରିଂ, ନିଯୁକ୍ତି, ଗ୍ରାମାଂଚଳ ଅଣଫାର୍ମ, ସହରାଂଚଳ, ନବୀକରଣଯୋଗ୍ୟ ଊର୍ଜା ଓ ଚଳନକ୍ଷମ ଅର୍ଥନୀତି। ଏହାଛଡା ଚାରିଟି ପ୍ରସଙ୍ଗ ଉପରେ ବି ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କୁହାଯାଇଛି। ଏଗୁଡିକ ହେଲା ବିକଶିତ ଭାରତ ଲାଗି ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବୃଦ୍ଧି। କୃଷିରେ ଆତ୍ମନିର୍ଭରଶୀଳତା, ବୟସ୍କଙ୍କ ଲାଗି ସହାୟକ ଅର୍ଥନୀତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ଭାରତୀୟ ଜ୍ଞାନ ପରମ୍ପରା ପରି ପ୍ରସଙ୍ଗ ଉପରେ ଅଧିବେଶନ ବି ବସିବ।

ଏସବୁ ପ୍ରସଙ୍ଗ ଉପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶକୁ ଉପସ୍ଥାପିତ କରାଯିବ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପଦାଧିକାରୀ ଓ ଏକାଧିକ ବିଶେଷଜ୍ଞ ଉପସ୍ଥିତ ରହିବେ।

ଜାତୀୟ ସମ୍ମିଳନୀ ଦକ୍ଷତା ବୃଦ୍ଧି ନିଯୁକ୍ତି ସୁଯୋଗ ମୁଖ୍ୟ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026
Latest News

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.