Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଫିଟ ଇଣ୍ଡିଆ ସାଇକେଲିଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ
ଆଜିର ଖବର

ଆଜି ଫିଟ ଇଣ୍ଡିଆ ସାଇକେଲିଂ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

December 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦଘାଟନ କରିବେ। ସେହିଦିନ ଜଗତପୁରସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ) ନେସନାଲ ସେଂଟର ଅଫ ଏକ୍ସେଲେନ୍ସ ପକ୍ଷରୁ ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସାଇକେଲ ଚାଳକମାନେ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ଦେଇ ସ୍ଥାନୀୟ ସମାଜ ଅଫିସ ପର୍ଯ୍ୟନ୍ତ ସାଇକେଲ ଚାଳନା କରିବେ। ଏଥିରେ ରାଜ୍ୟର ବହୁ କ୍ରୀଡା ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜଗତପୁରସ୍ଥିତ ସାଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗମନାଗମନ ଓ ବ୍ୟାୟାମ ପାଇଁ ସାଇକେଲର ଗୁରୁତ୍ୱପୂର୍ଣ ଭୂମିକାକୁ ଏହା ସୂଚିତ କରିବ ବୋଲି କୁହାଯାଇଛି। ସାଇକେଲ ଆରୋହୀମାନେ ବାରବାଟୀ ଦୁର୍ଗ ପାଖରୁ ସମାଜ ଅଫିସ ଯାଏ ଯିବେ ଓ ପୁଣି ଫେରିବାର କାର୍ଯ୍ୟକ୍ରମ ରହିଛି।

ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆ, ମାଇଁ ଭାରତ, ଆଂଚଳିକ ସାଇ ନେସନାଲ ସେଂଟର ଅଫ ଏକ୍ସେଲେନ୍ସ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଜିଲ୍ଲା ପ୍ରଶାସନର ସହଯୋଗକ୍ରମେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହା ଆୟୋଜିତ କରାଯାଉଛି।

ଡିସେମ୍ବର ୧୭ ତାରିଖରେ ସମଗ୍ର ଦେଶର ଏକ ହଜାର ସ୍ଥାନ ସହ ବିଭିନ୍ନ ସାଇ ଆଂଚଳିକ କେନ୍ଦ୍ରରେ ଏହା ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ସାରା ଦେଶରେ ପ୍ରତି ମଙ୍ଗଳବାର ଦିନ ଏପରି ସାଇକେଲ ଚାଳନା କାର୍ଯ୍ୟକ୍ରମ ହେବାର ରହିଛି।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ କ୍ରୀଡା କ୍ଷେତ୍ରରେ ଆମ ଦେଶକୁ ଏକ ମହାଶକ୍ତିଶାଳୀ ଦେଶ ଭାବରେ ପରିଗଣିତ କରିଛି। ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ଉନ୍ନତି ହେବା ସହ ସାଇକେଲ ଚାଳନାକୁ ଏକ ସ୍ୱତନ୍ତ୍ର ଖେଳର ମର୍ଯ୍ୟାଦା ଦେଇଛି।

କଟକ ଡ. ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025
Latest News

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025

ଆଜି ମହିଳା ବିଶ୍ଵକପ: ଉଦଘାଟନୀ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଜାଣନ୍ତୁ କେମିତି ଦେଖିବେ ମ୍ୟାଚ?

September 30, 2025

ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନବନ୍ଦରକୁ ଜରୁରୀକାଳୀନ ସତର୍କତା ଜାରି

September 30, 2025

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.