Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକରେ ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଚାଳନା ଅଭିଯାନ ଅନୁଷ୍ଠିତ
ଆଜିର ଖବର

କଟକରେ ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଚାଳନା ଅଭିଯାନ ଅନୁଷ୍ଠିତ

December 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି କଟକ ସହରରେ ଫିଟ୍‌ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଇକେଲ୍‌ ଚଳାଇବା ଏବଂ ଶାରୀରିକ ଭାବେ ଫିଟ୍‌ ରହିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ସାଇକେଲ୍‌ ଶୋଭାଯାତ୍ରା ଐତିହାସିକ କଟକ ବାରବାଟୀ ଦୁର୍ଗ ଠାରୁ ଆରମ୍ଭ ହୋଇ ସମାଜ ଅଫିସ ସାମ୍ନା ହୋଇ ୪ କିଲୋମିଟର ମାର୍ଗ ଅତିକ୍ରମ କରିବା ପରେ ବାରବାଟୀ ଷ୍ଟାଡିୟମ ପରିସରରେ ସମାପ୍ତ ହୋଇଥିଲା। ଜଗତପୁରର ସାଇ ନେସନାଲ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ ଅନୁଷ୍ଠାନ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଓଡ଼ିଶା ପୁଲିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

କଟକ ଇନଡୋର ଷ୍ଟାଡିୟମ ଆଗରୁ ଅଲିମ୍ପିଆନ୍‌ ଡିପି ଇରାନୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ରାଉତ, କର୍ପୋରେଟର ଲିଜାରାଣୀ ରାଉତ, ଟିଏନ୍‌ ସାହୁ, ରୋଇଂ କ୍ରୀଡ଼ାବିତ୍‌ ରିତୁ କାୱଡ଼ି, ଦୀପା ଖେସ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସାଇକେଲ ଶୋଭାଯାତ୍ରାରେ ବହୁ କ୍ରୀଡ଼ା ପ୍ରେମୀ, ସ୍କୁଲ ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇ ଏହାକୁ ସଫଳ କରିଥିଲେ। ଫିଟ୍‌ ଇଣ୍ଡିଆ ଅଭିଯାନ, ପ୍ରଦୂଷଣ ମୁକ୍ତ ଯାତାୟାତ ପାଇଁ ସାଇକେଲ୍‌ ଚାଳନା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ସହିତ ଦେଶବାସୀଙ୍କୁ ସୁସ୍ଥତାର ବାର୍ତ୍ତା ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଫିଟ୍‌ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ନୂଆଦିଲ୍ଲୀରେ ଫିଟ୍‌ ଇଣ୍ଡିଆ ସାଇକେଲ ଚାଳନା ଅଭିଯାନର ଶୁଭାରମ୍ଭ କରିଥିଲେ । ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ ସାଇକ୍ଲିଂ ଆସୋସିଏସନ, ମୋ ଭାରତ, ସାଇ ଆଞ୍ଚଳିକ କେନ୍ଦ୍ର, ନେସନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସି, ଖେଲୋ ଇଣ୍ଡିଆ ସେଣ୍ଟର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକର ସହାୟତାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଫିଟ୍‌ ଇଣ୍ଡିଆ ସାଇକେଲ୍‌ ଚାଳନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ କଟକ ଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କଟକ ଫିଟ୍ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଆମରଣ ଅନଶନରେ ବସିଲେ ଅଭିଜିତ ଦୀପକେ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026
Latest News

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ସରକାର ଏବଂ ସିଜେପି କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

July 18, 2026

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ଉତକ୍ଷେପଣ କଳା ପ୍ରଥମ ଘରୋଇ ରକେଟ୍

July 18, 2026

ରୁଷୀୟ ତୈଳ କ୍ରୟ ଉପରେ ୧୦୦% ଶୁଳ୍କ ଲାଗୁ କରିବ ଆମେରିକା?: ଜାଣନ୍ତୁ ଭାରତର ଜବାବ

July 18, 2026

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.