Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ରାହୁଲଙ୍କ ବିରୋଧରେ ବିଜେପିର ବିରୋଧ ପ୍ରଦର୍ଶନ
ଆଜିର ଖବର

ଲୋକସଭା ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ରାହୁଲଙ୍କ ବିରୋଧରେ ବିଜେପିର ବିରୋଧ ପ୍ରଦର୍ଶନ

December 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲୋକସଭା ଆସନ
ଲୋକସଭାରେ ତିନୋଟି ବିଲ୍ ପାସ୍ କରିବାକୁ ସରକାରଙ୍କ ପାଖରେ ସଂଖ୍ୟାର ଅଭାବ: ଜାଣନ୍ତୁ ସଂଖ୍ୟା ଖେଳ

ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନ। ଆଜି ଯେତେବେଳେ ଲୋକସଭା ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ବାଚସ୍ପତି ଓମ ବିର୍ଲା ସାଂସଦମାନଙ୍କୁ ସଂସଦର ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବାଚସ୍ପତି ଏହା ମଧ୍ୟ କହିଥିଲେ ଯେ, ସଂସଦ ପରିସରରେ ବାରମ୍ବାର ବିରୋଧ କରିବା ଉଚିତ୍ ନୁହେଁ, ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ପ୍ରଥମେ ସମସ୍ତ ସାଂସଦ ବନ୍ଦେ ମାତରମ ପାଇଁ ଛିଡା ହୋଇଥିଲେ। ଏହା ପରେ ଲୋକସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭାର ପ୍ରକ୍ରିୟା ମଧ୍ୟ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗତକାଲି ସଂସଦରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା। ଆଜି ବି ସଂସଦ ପରିସରରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ବିରୋଧ କରୁଛି। ବିରୋଧୀ ଦଳ ପକ୍ଷରୁ ମଧ୍ୟ ପ୍ରଦର୍ଶନ କରାଯାଇଛି।

ଗୁରୁବାର ସଂସଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଓଡ଼ିଶାର ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଉତ୍ତରପ୍ରଦେଶର ଫାରୁଖବାଦର ବିଜେପି ସାଂସଦ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଓ ବିଜେପି ସାଂସଦମାନେ ପରସ୍ପରକୁ ଦୋଷାରୋପ କରି ଅଭିଯୋଗ କରିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଉପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, “ସମଗ୍ର ଦେଶ ଏହା ଦେଖୁଛି, ସେମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନେକ ମାମଲା ଦାୟର କରିଛନ୍ତି। ସେମାନେ ନୂଆ ଏଫଆଇଆର ଆଣି ମିଛ କହୁଛନ୍ତି … ଏହା ହେଉଛି ସେମାନଙ୍କର ନିରାଶାର ସ୍ତର।”

loksabha om birla parliament pratap sarangi rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026
Latest News

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଚାଲିବ ବୁଲଡୋଜର: ୩୮ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.