
ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରର ଭାଙ୍କରୋଟା ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ଯାହା ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୨୨ ଟି ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ। ପାଞ୍ଚଟି ଆମ୍ବୁଲାନ୍ସ ଏବଂ ସିଭିଲ ଡ଼ିଫେନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ନିଆଁ ଲିଭାଯାଇଥିଲା। ଏହା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ନିଆଁରେ ଦଶରୁ ବାର ସିଏନଜି ଗାଡି ପୋଡି ପାଉଁଶ ହୋଇଯାଇଛି।