Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ ଡାକ୍ତରଙ୍କ ୧୦ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସରକାରଙ୍କ ସହିତ ଆଲୋଚନା ପରେ ପ୍ରତ୍ୟାହାର
ଆଜିର ଖବର

ଆୟୁଷ ଡାକ୍ତରଙ୍କ ୧୦ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସରକାରଙ୍କ ସହିତ ଆଲୋଚନା ପରେ ପ୍ରତ୍ୟାହାର

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ଆୟୁଷ ଡାକ୍ତର ମାନେ ବିଭିନ୍ନ ପି ଏସ ସି ଓ ସି ଏସ ସି ରେ ଠିକା ଭାବେ କାର୍ଯ୍ୟ କରୁଥିବା ବେଳେ ,ରାଜ୍ୟର ଓ ଜାତୀୟ କାର୍ଯ୍ୟକ୍ରମ ରେ ସେମାନଙ୍କୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସରକାରୀ କିମ୍ବା ସରକାରୀ ସୁବିଧା ଉପଲବ୍ଧ କରାଯାଉନାହିଁ। ସେମାନେ ଏନ ଏଚ ଏମ ଅଧୀନରେ୨୪ ବର୍ଷ ଧରି ଚୁକ୍ତି ଭିତ୍ତିକ ସେବା ପ୍ରଦାନ କରୁଛନ୍ତି।ପ୍ରାକୃତିକ ବିପର୍ଯ୍ୟୟ, କରୋନା, ରାତ୍ରିକାଳୀନ ସେବା, ଜାତୀୟ ଟୀକା କରଣ, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଅନ୍ଧତ୍ୱ ନିରାକରଣ, ଇନ୍ଦ୍ରଧନୁଷ ଆଦି ଅନେକ କାର୍ଯ୍ୟକ୍ରମ କୁ ଆୟୁଷ ଡାକ୍ତର ମାନେ ସଫଳ ରୂପାୟନ କରୁଛନ୍ତି।

ସେମାନେଙ୍କ ଦରମା ବୃଦ୍ଧି, ଚାକିରୀର ସ୍ଥାୟିତ୍ୱ, ୧୧ ମାସିହା ଚୁକ୍ତି ପ୍ରଥା ର ଉଛେଦ, ଅଵସର କାଳୀନ ସହାୟତା ପ୍ରଦାନ, ଦୁର୍ଘଟଣା ମୃତ୍ୟୁ ବା ବିକଳାଙ୍ଗ ହେଲେ କ୍ଷତି ପୂରଣ ସହାୟତା ପ୍ରଦାନ, ଆୟୁଷ ଡାକ୍ତର ଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତଭୁକ୍ତ କରିବା, ଉଚ୍ଚ ଶିକ୍ଷା ପାଇଁ ଅନୁମତି ପ୍ରଦାନ ଓ ଶିକ୍ଷା ସମାପ୍ତି ପରେ ପୁନଃ ଚାକିରୀରେ ଯୋଗଦାନ ଅନୁମତି, ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆୟୁଷ ଔଷଧ ର ନିୟମିତ ଯୋଗାଣ ଓ ଆୟୁଷ ଡାକ୍ତର ଙ୍କୁ ସ୍ଵତନ୍ତ୍ର ବିଭାଗ ରେ ଅନ୍ତର୍ଭୁକ୍ତ କରିବା ଆଦି ୧୦ ଦଫା ଦାବୀ ନ୍ୟାୟ ସଂଗତ ତୁରନ୍ତ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପୂର୍ବାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଆସିଥିବା ୩ ହଜାର ଆୟୁଷ ଡାକ୍ତର ମାନେ ନିଜ ଦାବୀ ନେଇ ଲୋୟର ପିଏମଜି ରେ ପ୍ଲାକାଡ଼ ଧରି ରାଲି ଓ ଧାରଣା ଦେଇଥିଲେ।

ଧାରଣା ସ୍ଥଳକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଅଲ ଓଡିଶା ମେଡ଼ିକାଲ ଆସୋସିଏସନ(ଓମ୍ସା) ରାଜ୍ୟ ସଭାପତି ଡାକିଶୋର ଚନ୍ଦ୍ର ମିଶ୍ର, ରାଜ୍ୟ ଆୟୁର୍ବେଦ କଂଗ୍ରେସ ପକ୍ଷରୁ ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ପହଞ୍ଚି ଆୟୁଷ ଡାକ୍ତର ଙ୍କ ଦାବୀ ଯୁକ୍ତି ଯୁକ୍ତ ଓ ତାର ସମାଧାନ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ।

ଶେଷରେ ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡା ବିଶ୍ୱରଂଜନ ଜେନା ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶାରଦା ଶତପଥୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ସଚିବଙ୍କୁ ସାକ୍ଷାତ କରି ଦାବୀ ପତ୍ର ଦେଇ ତୁରନ୍ତ ଏହାର ସମାଧନ ପାଇଁ ଅନୁରୋଧ କରିଥିଲେ। ଏହାପରେ ସେମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା ପରେ ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ।

ଆୟୁଷ ଡ଼ାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026
Latest News

ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ: ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମୁକାବିଲା

October 1, 2026

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.