Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରତ୍ନ ଚୌଧୁରୀ ଚରଣ ସିଂହ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଭାରତରତ୍ନ ଚୌଧୁରୀ ଚରଣ ସିଂହ ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ

December 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବେନଶ୍ୱର: ଜଣେ ସଶକ୍ତ କୃଷକ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିପାରିବ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଚୌଧୁରୀ ଚରଣ ସିଂହଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ମୋଦୀଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଏହି ମହାନ ଚାଷୀ ନେତା ଚୌଧୁରୀ ଚରଣ ସିଂହଙ୍କ ୧୨୨ତମ ଜୟନ୍ତୀର ଅବ୍ୟବହିତ ପୂର୍ବରୁ କିଷାନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ସମାଜରେ ସନ୍ତୁଳନ, ସମାନତା ଓ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଆଧାରିତ ‘ଭାରତ ରତ୍ନ ଚୌଧୁରୀ ଚରଣ ସିଂହ ଜୀ’ଙ୍କ ମହାନ ମୂଲ୍ୟବୋଧ, ଭାବନା ଓ ଚିନ୍ତାଧାରାର ପ୍ରତୀକ ହେଉଛି ଏହି ପୁରସ୍କାର। କୃଷି ଆମ ଅର୍ଥନୀତିର ସବୁଠାରୁ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଚୌଧୁରୀ ଚରଣ ସିଂହ ଚାଷୀଙ୍କ ଆର୍ଥିକ ସ୍ୱାଧୀନତା ଏବଂ ଆତ୍ମନିର୍ଭର ସଂସ୍କାରର ମୂଳଦୁଆ ସ୍ଥାପନ କରିବାର ବଟ୍ଟବୃକ୍ଷ ଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ସେ ଭୂମି ସଂସ୍କାରରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ହିନ୍ଦୀ ଭାଷାକୁ ପ୍ରାଥମିକତା ଦେଇଥିଲେ, ଯାହା ତାଙ୍କର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପ୍ରତିଫଳନ । ଆମର ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତି ଅଧୀନରେ ଭାରତୀୟ ଭାଷାରେ ଶିକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କୃଷି, ସାମାଜିକ କଲ୍ୟାଣ ଏବଂ ପତ୍ରକାରିତା କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ଦେଇଥିବା ଗଣମାନ୍ୟ ବ୍ୟକ୍ତିବିଶେଷଙ୍କୁ ଚୌଧୁରୀ ଚରଣ ସିଂହ ପୁରସ୍କାରରେ ସମ୍ମାନିତ କରିଥିଲେ। ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ କିଷାନ ଟ୍ରଷ୍ଟ ସମେତ ସମସ୍ତ ପୁରସ୍କାର ବିଜେତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଭାରତରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Latest News

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.