Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମହାକୁମ୍ଭ ମେଳା ସମୟରେ ସ୍ୱତନ୍ତ୍ର ଟ୍ରେନ୍
ଆଜିର ଖବର

ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମହାକୁମ୍ଭ ମେଳା ସମୟରେ ସ୍ୱତନ୍ତ୍ର ଟ୍ରେନ୍

December 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ୍‌
ଆଧୁନିକ ଏଲଏଚବି କୋଚ ସହ ଚାଲିବ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍

ଭୁବନେଶ୍ୱର: ଆଗାମୀ ମହାକୁମ୍ଭ ମେଳା-2025 ରେ ଯାତ୍ରା କରିବାକୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଅଞ୍ଚଳର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ।

ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ:

1. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

2. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 6 ଓ 20 ତାରିଖ ଓ ଫେବୃୟାରୀ ମାସ 17 ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

3. ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ। ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ।

4. ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ 05ଘ.35ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ। ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ।

5. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା।

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 5 ଓ 19 ତାରିଖ ଏବଂ ଫେବୃୟାରୀ ମାସ 16 ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି 10ଘ.20ମି.ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ।  ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାକୁ ଯାତ୍ରା କରୁଥିବା ହଜାର ହଜାର ଭକ୍ତଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ବିଶେଷ ଭାବେ ଚଳାଚଳ କରୁଅଛି। ରେଳ ଦ୍ୱାରା ଯଥେଷ୍ଟ ଗମନାଗମନ ସଂଯୋଗ ଏବଂ ସୁବିଧାଜନକ କାର୍ଯ୍ୟସୂଚୀ ସହିତ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ସୁଗମ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧ ଅଟେ।

ଟ୍ରେନ୍ କାର୍ଯ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ଗୁଡିକ ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ଇନକ୍ୱାରୀ କାଉଣ୍ଟର ସହିତ ଯୋଗାଯୋଗ କରିବାକୁ କୁହାଯାଇଅଛି।

ପୂର୍ବତଟ ରେଳପଥ ମହାକୁମ୍ଭ ମେଳା ସ୍ୱତନ୍ତ୍ର ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026

ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌

October 21, 2026

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଚଢ଼ାଉ, ୬୧ ଗିରଫ

October 21, 2026
Latest News

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026

ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌

October 21, 2026

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଚଢ଼ାଉ, ୬୧ ଗିରଫ

October 21, 2026

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.