Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲରେ ହାତୀ ଆକ୍ରମଣରେ ଜଣେ ମୃତ
ଆଜିର ଖବର

ରେଢ଼ାଖୋଲରେ ହାତୀ ଆକ୍ରମଣରେ ଜଣେ ମୃତ

December 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରଵରେ ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ଜୀବନ ଯାଉଛି ତ ଆଉ କେଉଁଠି ଫସଲ ହାନି ହେଉଛି।

ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଗ୍ରାମର ଜନୈକ ଚାଷୀ ଚାଷ ଜମିକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଖବର ହସ୍ତ ଗତ ହୋଇଛି। ମୃତକଙ୍କ ଜଣକ ବଡକୁଡା ଗ୍ରାମର ବିପିନ ବେହେରା ବୋଲି ଜଣାପଡିଛି। ଖବର ପାଇ ଵନ ବିଭାଗ ଓ ପୋଲିସ ବିଭାଗ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।

ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ବଡ଼ବହାଲ ରେଞ୍ଜ ଅଧିନସ୍ଥ ବଡ଼କୁଡା ଗ୍ରାମର ଚାଷୀ ବିପିନ ବେହେରା (୫୫) ଚାଷ ଜମିକୁ ଯାଇଥିବା ବେଳେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଏକ ଦନ୍ତା ହାତୀ ତାଙ୍କୁ ମାରି ଦେଇଥିଲା। ଘଟଣା ସ୍ଥଳରେ ବିପିନ ବେହେରାର ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକେ ସେ ଘରକୁ ନ ଫେରିବାରୁ ଦିବା ୧ ଟାରେ ଜଙ୍ଗଲକୁ ଯାଇ ଦେଖିବାକୁ ପାଇଲେ ବିପିନଙ୍କୁ ହାତୀ ମାରି ଦେଇଛି। ସଂଗେ ସଂଗେ ବନ ବିଭାଗକୁ ଖବର ଦେଇଥିଲେ।

ବନ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚି ଥିଲେ। ମୃତକର ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମ ବାସୀ ଅଡ଼ି ବସିଥିଲେ। ସରକାରଙ୍କ ତରଫରୁ ୬ ଲକ୍ଷ ଟଙ୍କା ଦିଆଯିବ ବୋଲି ବନ ବିଭାଗ କହିଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଏବଂ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ସହଯୋଗ ଦିଆଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେବା ପରେ ଗ୍ରାମ ବାସି ଶବକୁ ଛାଡି ଥିଲେ।

ସେପଟେ ଘଟଣା ସ୍ଥଳରେ ବନ ବିଭାଗର ଅବହେଳା ଓ ଅଧିକାରୀ ମାନଙ୍କ ଠିକ ସମୟରେ ସୂଚନ ନ ଥିବା ରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ହାତୀଟି କେଉଁ ରାସ୍ତାରେ ଯାଉଛି ସେ ସମ୍ପର୍କରେ ବନ ବିଭାଗ ହାତରେ ଖବର ନ ଥିବାରୁ ଜଣଙ୍କର ଜୀବନ ଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏପରିକି ପ୍ରତି ଦିନ ହାତୀର ଚଳ ପ୍ରଚଳ ସମ୍ପର୍କ ରେ ବନ ବିଭାଗ ହାତରେ ଖବର ରହିବା କଥା। କିନ୍ତୁ ବନ ବିଭାଗ କାର୍ଯ୍ୟ ଅବହେଳା ଯୋଗୁଁ ହାତୀର ଚଳ ପ୍ରଚଳ ସମ୍ପର୍କ ରେ ଜାଣି ପାରି ନ ଥିଲା।

ଦନ୍ତା ହାତୀ ଆକ୍ରମଣ ରେଢାଖୋଲ ବନଖଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.