Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି
ଆଜିର ଖବର

କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି

December 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଗ ପଛ ହୋଇ ଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଧାନ ଅମଳ ହେବା ପୂର୍ବରୁ କଟା ହୋଇ ଜମି ରେ ପଡି ରହିଥିବା ଧାନ ସବୁ ନଷ୍ଟ ହୋଇଯିବା ଯୋଗୁଁ ଚାଷୀ ମାନଙ୍କ ଅଣ୍ଟା ଭାଙ୍ଗି ଯାଇଛି। ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ନିରୀହ ଚାଷୀ ମାନଙ୍କ ଆଖିରୁ ଲୁହ ଶୁଖୁନି। ଧାନ ଫସଲ ପାଇଁ ଚଳିତ ଖରିପ ଋତୁ ବେଶ ସହାୟକ ହୋଇଥିବା ବେଳେ ସୁନାର ଫସଲ ଅମଳ କରିବା ବେଳକୁ ଦୈବୀ ସାଜିଲା ବଇରୀ। ସବୁ ଆଶା ଚାଷୀର ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା।

ବିଜେପି ସରକାର ଧାନ ର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ କରିଥିବା ହେତୁ ଚାଷୀ ମାନେ ଧାର କରଜ ଶୁଝିବା ପରେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧି ବସିଥିଲେ। ମାତ୍ର ସବୁ କିଛି ଉଭେଇଗଲା। ଏବେ ଜମିରେ ହିଡ଼ ମୁଣ୍ଡରେ ବସି ପରିବାର ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଚାଷୀକୁଳ। ରାଜ୍ୟରେ ଲୋକଙ୍କ ସରକାର କ୍ଷମତାସିନ ହୋଇଥିବା ହେତୁ ବିଜେପି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷୟକ୍ଷତି ର ସହାୟତା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବେ ବୋଲି ଆଶା ରଖିଛି।

ଏପରି ଏକ ଦୁର୍ଦ୍ଦିନ ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ସଭାପତି ମହେଶ୍ୱର ସାହୁ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ଦିନ ରଣପୁର ବ୍ଲକ କନ୍ଧ ନୟାଗଡ଼ ପଂଚାୟତ ର ବିଭିନ୍ନ କ୍ଷତିଗ୍ରସ୍ତ ଧାନ ଫସଲ ଜମି ପରିଦର୍ଶନ କରି କ୍ଷତି ଆକଳନ କରିବା ସହିତ ଚାଷୀ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି। ଶ୍ରୀ ସାହୁଙ୍କ ସହିତ ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, କୃଷକ ନେତା ସଞ୍ଜୟ କୁମାର ନାୟକ ପ୍ରମୁଖ ସାମିଲ ଥିଲେ।

ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026
Latest News

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.