Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଉଚ୍ଛେଦ ହେଲା ୧୫୦ରୁ ଉର୍ଦ୍ଧ୍ଵ ଉଠା ଦୋକାନ ଓ କ୍ୟାବିନ
ଆଜିର ଖବର

ଖୋର୍ଦ୍ଧାରେ ଉଚ୍ଛେଦ ହେଲା ୧୫୦ରୁ ଉର୍ଦ୍ଧ୍ଵ ଉଠା ଦୋକାନ ଓ କ୍ୟାବିନ

December 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଦୀର୍ଘ ବର୍ଷ ଧରି ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମୋକଦ୍ଦମାର ଅନ୍ତ ଘଟିଛି। ଶେଷରେ ପ୍ରଶାସନ ଖୋର୍ଦ୍ଧାରୁ କ୍ୟାବିନ ଉଚ୍ଛେଦ କରିବାରେ ସଫଳ ହୋଇଛି। ଦୀର୍ଘ ତିରିଶ ବର୍ଷ ପରେ ଖୋର୍ଦ୍ଧାରୁ କ୍ୟାବିନ ହଟାଇବାରେ ପ୍ରଶାସନ ସଫଳ ହୋଇଛି।

ରବିବାର ସକାଳୁ ସକାଳୁ ଦୋକାନ ତାଲା ଭାଙ୍ଗି ବୁଲୋଡୋଜର ଲଗାଇ ପ୍ରଶାସନ ଟ୍ରାଫିକ ଛକ ଠାରୁ, ସମବାୟ ବ୍ୟାଙ୍କ ଛକ, ଫରେଷ୍ଟ କଲୋନୀ ଛକ, ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେଥିବ ସମସ୍ତ କ୍ୟାବିନକୁ ଉଚ୍ଛେଦ କରିଛି।କି ଛି ଦୋକାନୀ ଥଇଥାନ ଦାବିରେ ଉଚ୍ଛେଦ କୁ ବିରୋଧ କରିଥିଲେ ସୁଦ୍ଧା ତାହା ଫଳ ପ୍ରଦ ହେଲାନି। ପ୍ରଶାସନ ସବୁକୁ ଅଗ୍ରାହ୍ୟ କରି ଉଚ୍ଛେଦ ପ୍ରକ୍ରିୟା କରି ଚାଲିଥିଲା। ଖୋର୍ଦ୍ଧା ସହରକୁ ସୁନ୍ଦର କରି ଗଢି ତୋଳିବାକୁ ପ୍ରଶାସନର ଏହି ଉଦ୍ୟମକୁ ସହର ବାସି ସ୍ବାଗତ କରିଥିବା ବେଳେ ଉଚ୍ଛେଦ ହୋଇଥିବା ଦୋକାନକୁ ଥଇଥାନ କରିବା ଦିଗରେ ପ୍ରଶାସନ ଉଦ୍ୟମ କରିବାକୁ ମତ ଦେଇଛନ୍ତି।

ବ୍ୟବସାୟୀ ମାନଙ୍କ ଆପତ୍ତି ଅଭିଯୋଗ ସବୁ ଶୁଣାଣି ହୋଇ ସେମାନଙ୍କ ଥଇଥାନ ଦିଗରେ ପ୍ରସାସନ ପଦକ୍ଷେପ ନେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ଉଚ୍ଛେଦ ସମୟରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାର୍ଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ। ମୋଟ ୧୬୬ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟ ରୁ କିଛି ବ୍ୟବସାୟୀ ହାଇକୋର୍ଟ ରୁ ରହିତାଦେଶ ଆଣିଛନ୍ତି।

ସେମାନଙ୍କୁ ବାଦ ଦେଇ ଅନ୍ୟ କ୍ୟାବିନ ଗୁଡ଼ିକୁ ଉଚ୍ଛେଦ କରୁଛି ପ୍ରଶାସନ। ରବିବାର ୧୩୦ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ପର୍ଯାୟ କ୍ରମେ ଉଛେଦ କରାଯିବ ଓ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ। ଏଠାରେ ସୂଚନାଯୋଗ୍ୟ ଗତ ଡିସେମ୍ବର ୧୦ତାରିଖ ରେ କ୍ୟାବିନ ବ୍ୟବସାୟୀ ଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତି କରୁଥିବା ବେଳେ ବ୍ୟବସାୟୀ ମହସଂଘ ଏହାକୁ ଜୋରଦାର ବିରୋଧ କରିଥିଲା। ଏହାପରେ ପ୍ରଶାସନ ଓ ବ୍ୟବସାୟୀ ମାନଙ୍କ ମଧ୍ୟ ରେ ଆଲୋଚନା ହୋଇ ଉଚ୍ଛେଦ ପ୍ରକ୍ରିୟା ୫ଦିନ ପାଇଁ ସ୍ତଗିତ ରଖାଯାଇଥିଲା।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026
Latest News

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026

କ୍ରେଡିଟ୍ କାର୍ଡରେ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି କି? CIBIL ସ୍କୋର ଉପରେ ପଡ଼ିପାରେ ପ୍ରଭାବ

September 10, 2026

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଲଗାତାର ୩୫ ମାସ ଧରି ଶୀର୍ଷ ସ୍ଥାନରେ ଭାରତ

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.