Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ତାଲିବାନର ନୂଆ ଆଦେଶ: ‘ଘରେ ଝରକା ତିଆରି କରିବା ମନା’
ଆଜିର ଖବର

ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ତାଲିବାନର ନୂଆ ଆଦେଶ: ‘ଘରେ ଝରକା ତିଆରି କରିବା ମନା’

December 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ମହିଳାଙ୍କ ବିରୋଧରେ ତାଲିବାନ ଏକ ନୂତନ ଆଦେଶ ଜାରି କରିଛି। ତାଲିବାନର ନୂତନ ନିୟମ ଅନୁଯାୟୀ ଆଫଗାନିସ୍ତାନରେ ନିର୍ମାଣ ହେଉଥିବା ନୂତନ ଘରଗୁଡ଼ିକର ଝରକା ରହିବା ଉଚିତ୍ ନୁହେଁ। ତାଲିବାନ ଏହି ନିର୍ଦ୍ଦେଶ ଦେଇଛି, ଯାହା ଦ୍ଵାରା ମହିଳାମାନେ ବାହାରକୁ ଦେଖି ପାରିବେ ନାହିଁ। ତାଲିବାନ ସରକାରଙ୍କ ସର୍ବୋଚ୍ଚ ନେତା ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ କୁହାଯାଇଛି ଯେ, ମହିଳାଙ୍କ ଝଲକ ପାଇବା ଦ୍ୱାରା ଅଶ୍ଳୀଳ କାର୍ଯ୍ୟ ହୋଇପାରେ।

ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏ ସମ୍ପର୍କରେ ଏକ ପୋଷ୍ଟ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ନୂତନ ଘରଗୁଡ଼ିକରେ ଏପରି ଝରକା ରହିବା ଉଚିତ୍ ନୁହେଁ ଯାହା ପ୍ରାଙ୍ଗଣ, ରୋଷେଇ ଘର, ପଡ଼ୋଶୀଙ୍କ କୂଅ କିମ୍ବା ମହିଳାମାନଙ୍କ ଦ୍ୱାରା ବ୍ୟବହୃତ କୌଣସି ସ୍ଥାନ। ମୁଜାହିଦ୍ ଆହୁରି କହିଛନ୍ତି ଯେ, ‘ମହିଳାମାନେ ରୋଷେଇ ଘରେ କାମ କରୁଥିବା, ବାରଣ୍ଡା ଭିତରକୁ ଆସିବା କିମ୍ବା କୂଅରୁ ପାଣି ନେବା ଦେଖି ଅଶ୍ଳୀଳ କାର୍ଯ୍ୟ ହୋଇପାରେ।’

ତାଲିବାନ ସରକାରଙ୍କ ଅନୁଯାୟୀ ମ୍ୟୁନିସିପାଲିଟି ଅଧିକାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ମଧ୍ୟ ନିର୍ମାଣ ହେଉଥିବା ନୂତନ ଗୃହ ଉପରେ ନଜର ରଖିବେ। ସେମାନଙ୍କୁ ମନେ ରଖିବାକୁ ହେବ ଯେ, ଏହି ଘରଗୁଡିକରେ ପଡୋଶୀ ଘର ଆଡକୁ ଝରକା ଖୋଲି ପାରିବ ନାହିଁ।

ତାଲିବାନ ସରକାର କହିଛନ୍ତି ଯେ, ଯଦି କୌଣସି ଘରେ ଝରକା ପଡୋଶୀ ଘର ଆଡକୁ ଖୋଲା ଅଛି, ତେବେ ଲୋକଙ୍କୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପଡିବ। ଘରର ମାଲିକଙ୍କୁ ତାଙ୍କ ଘରର ଝରକା ଆଡ଼କୁ ଏକ କାନ୍ଥ ନିର୍ମାଣ କରିବାକୁ ପଡ଼ିବ କିମ୍ବା କିଛି ବିଶେଷ ବ୍ୟବସ୍ଥା କରିବାକୁ ପଡ଼ିବ, ଯାହାଦ୍ୱାରା କୌଣସି ପଡ଼ୋଶୀ କିମ୍ବା ବାହାର ଲୋକ ସେହି ଝରକା ଦେଇ ଘର ଭିତରକୁ ଦେଖିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦୨୧ ପରଠାରୁ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ମହିଳାଙ୍କ ଅଧିକାର ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ମିଳିତ ଜାତିସଂଘ ମଧ୍ୟ ତାଲିବାନର ମହିଳାଙ୍କ ପ୍ରତି ନୀତି ଉପରେ ଆପତ୍ତି ଉଠାଇଛି। ତାଲିବାନ ମହିଳାମାନଙ୍କୁ କାମ କରିବାକୁ ବାରଣ କରିଛି। ଏହା ବ୍ୟତୀତ ବାଳିକା ଓ ମହିଳାମାନଙ୍କୁ ପ୍ରାଥମିକ ଶିକ୍ଷା, ପାର୍କ କିମ୍ବା ସର୍ବସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରାଯାଇଛି।

afghanistan Jabihullah Mujahid taliban United Nation
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Latest News

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.