Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼: ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ
ଆଜିର ଖବର

ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼: ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ

January 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା
ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

ପୁରୀ: ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି। ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ତମାମ ସୁଖ ସମୃଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାର୍ଥନା କରିଛନ୍ତି।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତ୍ରନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୃଙ୍ଖଳିତ ନୀତି କାନ୍ତି ହୋଇଥିବା ହେତୁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ନଜରକୁ ଆସିଛି।

ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ। ରାତି ୧୨ ଟା ୩୫ରେ ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ନୀତିକାନ୍ତି ସହ ଆରମ୍ଭ ହୋଇଥିଲା ଦର୍ଶନ। ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ସ୍ୱତ୍ରନ୍ତ୍ର ବ୍ୟାରିକେଡ଼ରେ ଭକ୍ତଙ୍କ ଲାଗିଥିଲା ଭିଡ଼। ସେହିପରି ଶ୍ରୀମନ୍ଦିରର ସିଂହଦ୍ୱାରକୁ ବିଭିନ୍ନ ଫୁଲରେ ସଜା ଯାଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ନେଇ ଏକମୁଖି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ କଡା ସୁରକ୍ଷା ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା।

ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନରୁ ଯେଭଳି କୌଣସି ଭକ୍ତ ବଞ୍ଚିତ ନହେବେ ତାହା ଉପରେ ସ୍ୱତ୍ରନ୍ତ୍ର ଧ୍ୟାନ ଦିଆଯାଇଥିଲା। ଈଂରାଜି ନୂଆବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ କରି ବର୍ଷ ତମାମ ଶୁଭ ମନାସିବା ଲକ୍ଷରେ ଦୂର ଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥିଲା। ବର୍ତ୍ତମାନ ଆଧୁନିକ ସମୟରେ ବି ଆଜି ଭଳି ଦିନରେ ମହାପ୍ରଭୁଙ୍କ ସ୍ମରଣ କରି ଶ୍ରଦ୍ଧାଳୁ ମାନେ ବର୍ଷର ଆରମ୍ଭ କରିଥିବା ପରିଲକ୍ଷିତ ହୋଇଥିଲା।

କାଳିଆ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟି ଥିବାବେଳେ ମହାବାହୁଙ୍କୁ ଦର୍ଶନ କରି ଆତ୍ମତୃପ୍ତି ମିଳିଥିବା ଭକ୍ତ ମତ ରଖିଥିଲେ। ସେହିପରି ବର୍ଷ ର ପ୍ରଥମ ଦିନରୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ମହୋଦଧି ରେ ଦର୍ଶନ ପାଇଁ ମଧ୍ୟ ପ୍ରବଳ ଜନସାମାଗମ ହୋଇଥିବା ନଜରକୁ ଆସିଥିଲା।

ମହାପ୍ରଭୁଙ୍କ ଦର୍ଶନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କରେ ଜମା ଟଙ୍କା ବି ସୁରକ୍ଷିତ ନୁହେଁ! PNBରୁ ଗାଏବ ୩୫ କୋଟି

October 29, 2026

ଇସ୍ରାଏଲ୍‌ରେ କ୍ଷମତାର ଚାବି କାହା ହାତରେ? ନେତାନ୍ୟାହୁଙ୍କ ପୁନର୍ବାର ପ୍ରତ୍ୟାବର୍ତ୍ତନ, ନା ଇସ୍ରାଏଲ୍‌ରେ ନୂଆ ଅଧ୍ୟାୟ?

October 29, 2026

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026
Latest News

ବ୍ୟାଙ୍କରେ ଜମା ଟଙ୍କା ବି ସୁରକ୍ଷିତ ନୁହେଁ! PNBରୁ ଗାଏବ ୩୫ କୋଟି

October 29, 2026

ଇସ୍ରାଏଲ୍‌ରେ କ୍ଷମତାର ଚାବି କାହା ହାତରେ? ନେତାନ୍ୟାହୁଙ୍କ ପୁନର୍ବାର ପ୍ରତ୍ୟାବର୍ତ୍ତନ, ନା ଇସ୍ରାଏଲ୍‌ରେ ନୂଆ ଅଧ୍ୟାୟ?

October 29, 2026

ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି

October 29, 2026

୨୮ MLC ଆସନର ଫଳାଫଳ ଘୋଷିତ: ବିଜେପି ଆଗରେ, କଂଗ୍ରେସକୁ ଝଟକା

October 29, 2026

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.