Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଇଁ ଆହ୍ଵାନ
ଆଜିର ଖବର

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଜାନୁଆରୀ ୧୦ରେ ରାଜ୍ୟବ୍ୟାପୀ କୃଷକ ଚେତାବନୀ ଦିବସ ପାଇଁ ଆହ୍ଵାନ

January 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ
ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

ଭୁବନେଶ୍ୱର: ଡ଼ିସେମ୍ବର ଶେଷ ସପ୍ତାହରେ ୨୧ଟି ଜିଲ୍ଲାରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି। ଓଡ଼ିଶାରେ ଚାଷୀର ମୁଖ୍ୟ ଫସଲ ଧାନ ଫସଲ ଠିକ୍ ଅମଳ ହେବା ପୂର୍ବରୁ ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି। ସରକାର ଚାଷୀ ଏବଂ ଭାଗଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପରିବର୍ତ୍ତେ ଘରୋଇ ବୀମା କମ୍ପାନୀମାନଙ୍କ ଦୟାରେ କ୍ଷତି ଭରଣା ହେବ ବୋଲି ବୟାନ ଦେଇ କଟା ଘା’ରେ ଚୂନ ଦେଇଛନ୍ତି। ଭାଗଚାଷୀମାନଙ୍କୁ କ୍ଷତିପୂରଣ ଦେବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ରୋକଠୋକ୍ ମନା କରିବା ଯୋଗୁଁ ଚାଷୀ ଏବଂ ଭାଗଚାଷୀମାନେ ଆହୁରି ହତାଶ ହୋଇପଡ଼ିଛନ୍ତି। ଏହି ଭୟଙ୍କର ହତାଶ ଭିତରୁ ଅଦ୍ୟାବଧି ୧୩ଜଣ ଚାଷୀ ଏବଂ ଭାଗଚାଷୀ ଆତ୍ମହତ୍ୟା କିମ୍ବା ହତାଶରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।

ସମ୍ବଲପୁର ଜିଲ୍ଲାର ୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨ଜଣ, ଜଗତସିଂହପୁର ଜିଲ୍ଲାର ୨ଜଣ, କଟକ ଜିଲ୍ଲାରେ ୨ଜଣ, ପୁରୀ ଜିଲ୍ଲାର ୧ଜଣ, ଖୋର୍ଦ୍ଧା ଜିଲ୍ଲାର ୧ଜଣ, ନୟାଗଡ଼ ଜିଲ୍ଲାର ୨ଜଣ, ଗଞ୍ଜାମ ଜିଲ୍ଲାର ୧ଜଣ, ଯାଜପୁର ଜିଲ୍ଲାର ୧ଜଣ ଏପରି ୧୩ଜଣ ଚାଷୀ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ତମାମ ଆବଶ୍ୟକୀୟ ଧାନମଣ୍ଡି ନଖୋଲିବା ଯୋଗୁଁ ଚାଷୀ ଏବଂ ଭାଗଚାଷୀମାନେ ଅଭାବୀ ଦରରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ଲାଘବ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସମନ୍ୱୟ ତରଫରୁ ଜାନୁଆରୀ ୧୦ତାରିଖରେ “ରାଜ୍ୟ ବ୍ୟାପୀ କୃଷକ ଚେତାବନୀ ଦିବସ” ଧାରଣା/ବିକ୍ଷୋଭ ଏବଂ ରାସ୍ତାରୋକ ଜରିଆରେ ସଂଗଠିତ କରାଯିବ। ଧାନ ଫସଲ କ୍ଷତି ପାଇଁ ଏକର ପ୍ରତି ସର୍ବନିମ୍ନ ୨୫,୦୦୦ ଟଙ୍କା, ପନିପରିବା ପାଇଁ ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକର ପ୍ରତି ସର୍ବନିମ୍ନ ୪୦,୦୦୦ ଟଙ୍କା କ୍ଷତିପୂରଣ ରାଶି ଦେବାପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି। ସରକାର ପ୍ରଦାନ କରିବା କ୍ଷତିପୂରଣ ରାଶିରୁ ଭାଗଚାଷୀଙ୍କୁ ୭୫% ଏବଂ ଜମି ମାଲିକଙ୍କୁ ୨୫% ଅନୁପାତରେ ବଣ୍ଟନ କରାଯାଉ। (ଯେଉଁଠାରେ ଭାଗଚାଷ ବ୍ୟବସ୍ଥା ଅଛି)। ଜଙ୍ଗଲ ଜମି ପଟ୍ଟା ପାଇଥିବା ଆଦିବାସୀଙ୍କୁ ଫସଲ ହାନି କ୍ଷେତ୍ରରେ ମଧ୍ୟ କ୍ଷତିପୂରଣ ଦେବାକୁ କୃଷକ ମୋର୍ଚ୍ଚା ଦାବି କରିଛି। ପ୍ରତ୍ୟୋକ ମୃତକ କୃଷକ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଋଣଛାଡ଼ ଏବଂ ଉକ୍ତ ପରିବାର ବଞ୍ôଚବା ପାଇଁ ଆତ୍ମନିଯୁକ୍ତି ନିମନ୍ତେ ବିନା ସୁଧରେ ନୂତନ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଦାବି କରାଯାଇଛି। ଏହାସହିତ ରାଜ୍ୟବ୍ୟାପୀ ଆବଶ୍ୟକତା ଅନୁସାରେ ବ୍ୟବସ୍ଥିତ ମଣ୍ଡି ତୁରନ୍ତ ଖୋଲି ଅଭାବୀ ବିକ୍ରୀକୁ ନିୟନ୍ତ୍ରିତ କରିବା ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି।

ଏହି ଆନ୍ଦୋଳନକୁ ସାରା ରାଜ୍ୟରେ ସଫଳ କରିବା ନିମନ୍ତେ  ରାଜ୍ୟର ଚାଷୀ/ଭାଗଚାଷୀ, ସମସ୍ତ ବିରୋଧୀ ଦଳ, ସମସ୍ତ ଟ୍ରେଡ଼୍ ୟୁନିଅନ୍ ସମୂହ, ସମସ୍ତ କ୍ଷେତମଜଦୂର ୟୁନିଅନ୍ ସମୂହ ଅନ୍ୟାନ୍ୟ ଗଣସଂଗଠନମାନଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସର୍ବଶ୍ରୀ ଅଶୋକ କୁମାର ପ୍ରଧାନ, କ୍ଷିରୋଦ କୁମାର ସିଂହଦେଓ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରା, ଅଶୋକ ପ୍ରଧାନ, ରଘୁନାଥ ଦାଶ, ଜ୍ୟୋତିରଞ୍ଜନ ମହାପାତ୍ର, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ଶଙ୍କର, ନରେନ୍ଦ୍ର ମହାନ୍ତି, ଦେବପ୍ରସାଦ ରାୟ, ବଳଭଦ୍ର ମଲ୍ଲିକ ଏବଂ ସୀମାଞ୍ଚଳ ନାହାକ ପ୍ରମୁଖ କୃଷକ ନେତୃବୃନ୍ଦ ନିବେଦନ କରିଛନ୍ତି।

ଓଡିଶା ସଂଯୁକ୍ତ କିଷାନ ମୋର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025
Latest News

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025

ସାଗରମାଲା କାର୍ଯ୍ୟକ୍ରମ ଅଧିନରେ ନିର୍ମାଣାଧୀନ ରହିଛି ୫.୮ ଲକ୍ଷ କୋଟି ମୂଲ୍ୟର ୮୪୦ଟି ପ୍ରକଳ୍ପ 

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.