Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୮ ଓ ୯ରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆସନ୍ତା ୮ ଓ ୯ରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ରୁ ୯ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସଂପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆସନ୍ତା ୮ ଜାନୁଆରି ଅପରାହ୍ଣ ୫ଟା ୩୦ ମିନିଟ ସମୟରେ ବିଶାଖାପାଟଣାଠାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେ ମଧ୍ୟ ୯ ଜାନୁଆରି ପୂର୍ବାହ୍ଣ ୧୦ଟା ସମୟରେ ଭୁବନେଶ୍ବରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହର ଉଦଘାଟନ କରିବେ।

ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ଭବିଷ୍ୟତ ଓ ସବୁଜ ଶକ୍ତି ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଆଉ ଏକ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯାହାକି ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିସନ ଅଧିନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍।

ଏହି ପ୍ରକଳ୍ପରେ ୧,୮୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହା ମଧ୍ୟରେ ରହିଛି ୨୦ ଗିଗାଓ୍ବାଟ୍ ଅକ୍ଷୟ ଶକ୍ତି କ୍ଷମତା ଲାଗି ପୁଞ୍ଜିନିବେଶ, ଯାହାକି ହେବ ଭାରତର ବୃହତ୍ତମ ସମନ୍ବିତ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କାରଖାନା। ଏଥିରେ ଅନ୍ତର୍ଭୁକ୍ତ ରହିଛି ଦୈନିକ ୧୫୦୦ ଟନ ଗ୍ରୀନ ହାଇଡ୍ରୋଜେନ୍ କାରଖାନା ଓ ମୁଖ୍ୟତଃ ରପ୍ତାନି ବଜାର ପାଇଁ ଉଦ୍ଦିଷ୍ଟ ଗ୍ରୀନ ମିଥାନଲ, ଗ୍ରୀନ ୟୁରିଆ ଓ ସ୍ଥାୟୀ ବିମାନ ଇନ୍ଧନ ଉତ୍ପାଦନ କରୁଥିବା ଦୈନିକ ୭୫୦୦ ଟନ ହାଇଡ୍ରୋଜେନ ଡେରିଭେଟିଭ୍ କାରଖାନା। ଏହି ପ୍ରକଳ୍ପ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବା ଦିଗରେ ଯଥେଷ୍ଟ ଯୋଗଦାନ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶରେ ୧୯,୫୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ, ଶିଳାନ୍ୟାସ ଓ ଉଦଘାଟନ କରିବେ ଯାହା ମଧ୍ୟରେ ରହିଛି ବିଶାଖାପାଟଣାଠାରେ ଦକ୍ଷିଣ-ତଟ ରେଳପଥ ମୁଖ୍ୟାଳୟର ଶିଳାନ୍ୟାସ। ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ କରିବ।

ସ୍ବାସ୍ଥ୍ୟସେବାକୁ ସୁଗମ୍ୟ ଓ ସୁଲଭ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପସ୍ବରୂପ ପ୍ରଧାନମନ୍ତ୍ରୀ ଅନାକାପଲ୍ଲି ଜିଲ୍ଲାରେ ନାକାପଲ୍ଲିଠାରେ ଏକ ବଲକ୍ ଡ୍ରଗ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର (ଭିସିଆଇସି) ଏବଂ ବିଶାଖାପାଟଣା-କାକିନାଡା ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜିୟନର ନିକଟତର ହେତୁ ଏହି ବଲକ୍ ଡ୍ରଗ୍ ପାର୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଚେନ୍ନାଇ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡର ଅଧିନସ୍ଥ କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏକ ଗ୍ରୀନଫିଲଡ ଔଦ୍ୟୋଗିକ ସ୍ମାର୍ଟ ସିଟି ଭାବରେ ପରିକଳ୍ପନା କରାଯାଇଥିବା କ୍ରିଷ୍ଣାପଟ୍ଟନମ ଶିଳ୍ପାଞ୍ଚଳ ( କେଆରଆଇଏସ୍ ସିଟି) ଜାତୀୟ ଶିଳ୍ପ କରିଡର ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ଏକ ଫ୍ଲାଗସିପ୍ ପ୍ରକଳ୍ପ ହେବ। ଏହି ପ୍ରକଳ୍ପପ୍ରାୟ ୧୦,୫୦୦ କୋଟି ଟଙ୍କାର ଉଲ୍ଲେଖନୀୟ ଉତ୍ପାଦନ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଯାହାକି ଜୀବିକା ସୃଷ୍ଟି ସହ ଆଞ୍ଚଳିକ ବିକାଶକୁ ତ୍ବରାନ୍ବିତ କରିବ।

ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଘାଟନ କରିବେ। ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ ଓ ସଂପର୍କ ସ୍ଥାପନ ଓ ସେମାନଙ୍କ ଲାଗି ନିଜ ନିଜ ମଧ୍ୟରେ ମତବିନିମୟର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ।

୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏଥର ଏହି ସମାରୋହର ବିଷୟବସ୍ତୁ ହେଉଛି “ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ”। ପିବିଡି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ। ପ୍ରବାସୀ ଭାରତୀୟମାନଙ୍କ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରି ତିନି ସପ୍ତାହ ଧରି ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ।ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରା ଆୟୋଜନ କରାଯିବ।

ଉଦଘାଟନ ଓଡିଶା ଗସ୍ତ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.