Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ୍ରାଫ୍ଟ ୟୁଜିସି ନିୟମାବଳୀ-୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଆଜିର ଖବର

ଡ୍ରାଫ୍ଟ ୟୁଜିସି ନିୟମାବଳୀ-୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

January 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁଜିସି (ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଏକାଡେମିକ୍ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ର ଡ୍ରାଫ୍ଟ ଉନ୍ମୋଚନ କରିବା ସହ ୟୁଜିସିର ନୂଆ ଅଡିଟୋରିୟମ ‘ପୁଷ୍ପଗିରି’କୁ ଉଦଘାଟନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ୟୁଜିସିର ଉକ୍ତ ନିୟମାବଳିରେ ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାର ପ୍ରତ୍ୟେକ ଦିଗରେ ନବସୃଜନ, ସମାବେଶୀ, ସରଳୀକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ଗତିଶୀଳତାକୁ ପ୍ରୋତ୍ସାହିତ କରିବ। ଶିକ୍ଷକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ସଶକ୍ତ କରିବ। ଶୈକ୍ଷିକ ମାନକୁ ସୁଦୃଢ଼ କରିବ ଏବଂ ଶିକ୍ଷାଗତ ଉତ୍କର୍ଷତା ହାସଲ ପାଇଁ ପଥ ପ୍ରଶସ୍ତ କରିବ। ମତାମତ, ପରାମର୍ଶ ପାଇଁ ଡ୍ରାଫ୍ଟ ନିୟମାବଳୀ, ୨୦୨୫କୁ ସାର୍ବଜନୀନ କରାଯାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗୁଣାତ୍ମକ ଶିକ୍ଷା ଓ ଗବେଷଣା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ବିକଶିତ ଭାରତ ୨୦୪୭ ଆଡକୁ ଆଗେଇ ନେବା ପାଇଁ ୟୁଜିସି ଖୁବଶୀଘ୍ର ଡ୍ରାଫ୍ଟ ରେଗୁଲେସନ୍, ୨୦୨୫ ଚୂଡ଼ାନ୍ତ ରୂପରେ ପ୍ରକାଶ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ତେବେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଡ୍ରାଫ୍ଟ ନିୟମାବଳୀ ଏବଂ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ୟୁଜିସିକୁ ଅଭିନନ୍ଦନ ଜଣାଇଛନ୍ତି।

ୟୁଜିସି ନବନିର୍ମିତ ଅଡିଟୋରିୟମ୍ ‘ପୁଷ୍ପଗିରି’ ରଖି ଓଡ଼ିଶାର ବୌଦ୍ଧିକ ଐତିହ୍ୟକୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ଏହାର ପ୍ରଶଂସା କରିଛନ୍ତି। ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ବ୍ୟକ୍ତିଗତ ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରିବା ସହ ଓଡ଼ିଶାର ଯାଜପୁରର ପୁଷ୍ପଗିରି କିପରି ଜ୍ଞାନର ପୀଠ ଓ ଜ୍ଞାନର ପ୍ରତୀକ ତାହା ଉପରେ ସେ ଆଲୋକପାତ କରିଥିଲେ। ଏକବିଂଶ ଶତାବ୍ଦୀରେ ଭାରତର ବୌଦ୍ଧିକ ଐତିହ୍ୟ ଓ ମୂଲ୍ୟବୋଧର ପୁନରୁଦ୍ଧାର ଦିଗରେ ୟୁଜିସିର ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ସେ ପ୍ରଶଂସା କରିଥିଲେ। ଏଥିସହିତ ଏହି ଅତ୍ୟାଧୁନିକ ଅଡିଟୋରିୟମ ଜୀବନ୍ତ ବୌଦ୍ଧିକ ଆଲୋଚନାର କେନ୍ଦ୍ର ଭାବେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଉଲ୍ଲଖନୀୟ, ଡ୍ରାଫ୍ଟ ୟୁଜିସି (ବିଶ୍ୱବିଦ୍ୟାଳୟ ଓ କଲେଜରେ ଶିକ୍ଷକ ଓ ଏକାଡେମିକ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁବିଧା ଉପାୟରେ ସେମାନଙ୍କ ଅନୁଷ୍ଠାନରେ ଶିକ୍ଷକ ଏବଂ ଶୈକ୍ଷିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ଦେବାରେ ସହାୟକ ହେବ। ଡ୍ରାଫ୍ଟ ନିୟମାବଳୀ ଏବଂ ମାର୍ଗଦର୍ଶିକା ଗୁଡିକ ଜନସାଧାରଣଙ୍କ ପରାମର୍ଶ ପାଇଁ ଉପଲବ୍ଧ, ଅଂଶୀଦାରମାନଙ୍କଠାରୁ ମତାମତ ଏବଂ ପରାମର୍ଶ ଦେବା ପାଇଁ ଅପିଲ୍ କରାଯାଇଛି।

ନିୟମାବଳୀର ପ୍ରମୁଖ ବିଶେଷତା ହେଉଛି ଯୋଗ୍ୟତା ସହ ପିଏଚଡି ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯିବ। ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରାଯିବା ସହ ସାମଗ୍ରିକ ମୂଲ୍ୟାୟନ, ସରଳୀକରଣ ପଦୋନ୍ନତି ପ୍ରକ୍ରିୟା, ଅନ୍ତର୍ଭୁକ୍ତୀକରଣ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବ । ଭିନ୍ନକ୍ଷମଙ୍କ ସମେତ ଦକ୍ଷ କ୍ରୀଡ଼ାବିତମାନଙ୍କୁ ଶିକ୍ଷକତା ବୃତ୍ତିରେ ପ୍ରବେଶ କରିବାର ସୁଯୋଗ ଆଦି ପ୍ରଦାନ କରିବ।

ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025

ଟିମ୍ ଇଣ୍ଡିଆର ପରାଜୟ ପାଇଁ ଗୌତମ ଗମ୍ଭୀର ଦାୟୀ?: ବଡ ବୟାନ ଦେଲେ ରବି ଶାସ୍ତ୍ରୀ

December 8, 2025
Latest News

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.