Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଉପଭୋକ୍ତାଙ୍କ ପାଇଁ ରିଲାଏନ୍ସ ପକ୍ଷରୁ ନୂତନ ଏନର୍ଜି ଡ୍ରିଙ୍କ “ରସକିକ ଗ୍ଲୁକୋ ଏନର୍ଜି” ଶୁଭାରମ୍ଭ
ଆଜିର ଖବର

ଭାରତୀୟ ଉପଭୋକ୍ତାଙ୍କ ପାଇଁ ରିଲାଏନ୍ସ ପକ୍ଷରୁ ନୂତନ ଏନର୍ଜି ଡ୍ରିଙ୍କ “ରସକିକ ଗ୍ଲୁକୋ ଏନର୍ଜି” ଶୁଭାରମ୍ଭ

January 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଜଉଚଖ) ଆଜି ରସକିକ୍ ଗ୍ଲୁକୋ ଏନର୍ଜି, ଭାରତୀୟଙ୍କ ପାଇଁ ଡିଜାଇନ୍ ହୋଇଥିବା ଶକ୍ତି ବୃଦ୍ଧି ଏବଂ ରିହାଇଡ୍ରେଟିଂ ପାନୀୟର ଶୁଭାରମ୍ଭ ଘୋଷଣା କରିଛି। ଶରୀରର ପ୍ରାଥମିକ ଇନ୍ଧନ ଭାବରେ ଗ୍ଲୁକୋଜ ସହିତ, ରସକିକ୍ ଗ୍ଲୁକୋ ଏନର୍ଜି ତତକ୍ଷଣାତ୍ ଶକ୍ତି ବୃଦ୍ଧି ପ୍ରଦାନ କରିଥାଏ, ଯାହାଦ୍ୱାରା ଏହା ପାନ କରୁଥିବା ବ୍ୟକ୍ତି ସକ୍ରିୟ ଏବଂ ସତେଜ ରହିଥାନ୍ତି। କ୍ଳାନ୍ତ ଅପରାହ୍ନରେ କାର୍ଯ୍ୟ ଜାରି ରଖିବା ପାଇଁ ଏହା ଏକ ଉପଯୁକ୍ତ ଉପାୟ ଯାହା ଦିନସାରା ସୁସ୍ଥ ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ସହାୟକ ହୋଇଥାଏ।

ଇଲେକ୍ଟ୍ରୋଲାଇଟ୍‌, ଗ୍ଲୁକୋଜ୍ ଏବଂ ପ୍ରକୃତ ଲେମ୍ବୁ ରସରେ ଭରପୂର, ଏହି ସତେଜ ପାନୀୟ ଏକକ ପ୍ୟାକେଜରେ ୧୦ ଟଙ୍କା ମୂଲ୍ୟରେ ଉପଲବ୍ଧ। ରସକିକ୍ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ ସହିତ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ ରିହାଇଡ୍ରେସନ୍ ବର୍ଗରେ ପ୍ରବେଶ କରୁଛି, ଯାହା ସତେଜ ରହିବାର ଉପାୟକୁ ପରିବର୍ତ୍ତନ କରୁଛି।

ସ୍ୱାଦ ଏବଂ ଶକ୍ତିର ଏକ ଆଦର୍ଶ ସନ୍ତୁଳନ, ରସକିକ୍ ଗ୍ଲୁକୋ ଏନର୍ଜି ବ୍ୟକ୍ତିଙ୍କୁ ଶକ୍ତିଶାଳୀ ଏବଂ ସତେଜ ଅନୁଭବ କରିବ ସୁନିଶ୍ଚିତ କରିଥାଏ। ଏହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ଫୁର୍ତ୍ତିଦାୟକ ହୋଇଥାଏ ଏବଂ ଏହା ଦ୍ୱାରା ବ୍ୟକ୍ତି ହାଇଡ୍ରେଟ୍ ରହିବ ସହିତ ଏଥିରେ ଥିବା ଲେମ୍ବୁ ରସ ପ୍ରାକୃତିକ ସ୍ୱାଦର ଏକ ସତେଜ ଅନୁଭବ ଦେଇଥାଏ।

ଜୁସ ଏବଂ କାର୍ଯ୍ୟକ୍ଷମ ପାନୀୟ ବର୍ଗରେ ମାଷ୍ଟର ବ୍ରାଣ୍ଡ ଭାବରେ ରସକିକ୍ ଶୁଭାରମ୍ଭ ସହିତ ଆରସିପିଏଲ ନିଜକୁ ଏକ ସାମଗ୍ରିକ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ’ ଭାବରେ ଉପସ୍ଥାପିତ କରିଛି। ଯାହାକି ଭାରତୀୟ ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ଗ୍ରାହକ-କେନ୍ଦ୍ରିକ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଉତ୍ସର୍ଗୀକୃତ। ବିଶ୍ୱ ସ୍ତରର ମାନକ ଏବଂ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅଭିନବ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ, ରସକିକ୍ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁଲଭ ତଥା ସର୍ବୋତ୍ତମ ଗୁଣବତ୍ତା ସମ୍ପନ୍ନ ଫଳ ଭିତ୍ତିକ ପାନୀୟ, ଜୁସ୍ ଏବଂ କାର୍ଯ୍ୟକ୍ଷମ ପାନୀୟ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି। ରସକିକରେ ଆମ୍ବ, ସେଓ, ମିଶ୍ରିତ ଫଳ, ପଇଡ / ନଡ଼ିଆ ପାଣି ଏବଂ ଲେମ୍ବୁ ପାଣି ଭଳି ବିବିଧ ପ୍ରକାର ପାନୀୟ ରହିଛି। ଏହା ଭାରତୀୟ ଆଞ୍ଚଳିକ ଫଳଗୁଡିକର ବିବିଧତା ଏବଂ ସ୍ୱାଦ ଦ୍ୱାରା ଅନୁପ୍ରାଣିତ ହୋଇ ଏହାର ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିବ। ରସକିକ୍ ଗ୍ଲୁକୋ ଏନର୍ଜି ମଧ୍ୟ ଶୀଘ୍ର ୭୫୦ ମିଲି ଘରୋଇ ବ୍ୟବହାର ପ୍ୟାକରେ ଉପଲବ୍ଧ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେତନ ମୋଦୀ କହିଛନ୍ତି, “ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାକୁ ଗଭୀର ଭାବରେ ବୁଝିପାରୁଛୁ ଏବଂ ଆମର ବ୍ରାଣ୍ଡ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ନୂତନ ପରମ୍ପରା ପ୍ରଦାନ କରୁଛୁ। ରସକିକ୍ ଗ୍ଲୁକୋ ଏନର୍ଜି କେବଳ ଏକ ପାନୀୟ ନୁହେଁ। ଏହା କେବଳ ହାଇଡ୍ରେସନ୍ ଠାରୁ ଅନେକ ଅଧିକ – ଏହା ଭାରତୀୟ ଗ୍ରାହକଙ୍କୁ ଦିନର ଆହ୍ୱାନର ମୁକାବିଲା ପାଇଁ ସତେଜ ଏବଂ ଶକ୍ତିବାନ କରିବା ସହିତ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱଚ୍ଛତା, ଗୁଣବତ୍ତା ଏବଂ ସୁବିଧାଜନକ ପାନୀୟ ପ୍ରଦାନ କରିଥାଏ। ଯେତେବେଳେ ଆମେ ଏକ ସମ୍ପୁର୍ଣ୍ଣ ପାନୀୟ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀ ହେବା ଦିଗରେ ଆମର ଯାତ୍ରାରେ ଆମର ପୋର୍ଟଫୋଲିଓକୁ ବିସ୍ତାର କରୁଛୁ ଏବଂ ଏକ ବିବିଧ ବର୍ଗର ପାନୀୟ ଅନ୍ତର୍ଭୂକ୍ତ କରୁଛୁ, ଗ୍ଲୁକୋ ଏନର୍ଜି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ବିଷୟରେ ଆମର ଗଭୀର ଅଭିଜ୍ଞତା ଏବଂ ସେମାନଙ୍କର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବାନେଇ ଆମର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି”।

ଜୁସ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.