Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମହିଳା ଭୋଟର ଅଧିକ
ଆଜିର ଖବର

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମହିଳା ଭୋଟର ଅଧିକ

January 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Voter Turnout

ବ୍ରହ୍ମପୁର: ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେକ୍ରମେ ୨୯ ଅକ୍ଟୋବର ୨୦୨୪ ରୁ ୨୮ ନଭେମ୍ବର ୨୦୨୪ ପ୍ରର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସାରିବା ପରେ ସୋମବାର ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି।

ଚୂଡାନ୍ତ ତାଲିକା ପ୍ରକାଶ ପରେ ଜିଲ୍ଲାରେ ୧୩ଟି ନିର୍ବାଚନ ମଣ୍ଡଳୀରେ ୩୦ଲକ୍ଷ ୨୬ହଜାର ୨୨୦ ଭୋଟର ରହିଥ‌ିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେଥି ମଧ୍ୟରୁ ପୁରୁଷ ଭୋଟର ୧୫ ଲକ୍ଷ ୫୫ ହଜାର ୪୪୯, ମହିଳା ଭୋଟର ୧୪ ଲକ୍ଷ ୭୦ ହଜାର ୪୭୮, ତୃତୀୟ ଲିଙ୍ଗ ଭୋଟର ୨୯୩ , ଯୁବ ଭୋଟର (୧୮-୧୯ ବର୍ଷ) ୪୨୨୭୨ , ୮୦ ବର୍ଷରୁ ଉଦ୍ଧ ବିରଷ୍ଠ ଭୋଟର ୬୧ ହଜାର ୫୩ ଜଣ ରହିଛନ୍ତି । ୩୧୨୪ ମତଦାନ କେନ୍ଦ୍ର ରହିଥିବା ବେଳେ, ସର୍ଭିସ ଭୋଟର ୬୧୫୫ ଜଣ ରହିଛନ୍ତି।

ସ୍ବତନ୍ତ୍ର ସର୍ଭେ ବେଳେ ୨୬ ହଜାର ୪୩୧ ଭୋଟର ଯୋଡି ହୋଇଥିବା ବେଳେ ୧୩ ହଜାର ୯୬୪ଭୋଟର କଟାଯାଇଛି ବୋଲି ବୈଠକରେ କୁହାଯାଇଛି। ଜିଲ୍ଲାରେ ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷରେ ୯୪୬ ଜଣ ମହିଳା ରହିଥିବା କୁହାଯାଇଛି। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ଅପେକ୍ଷା ମହିଳା ଭୋଟର ଅଧୂକ।

୧ ଲକ୍ଷ ୧୨ହଜାର୮୫୬ ଜଣ ପୁରୁଷ ଭୋଟର ରହିଥ‌ିବାବେଳେ ୧ଲକ୍ଷ ୧୪ ହଜାର ୮୬୨ ଜଣ ମହିଳା ଭୋଟର ରହିଛନ୍ତି ଓ ୭୧ ଜଣ ତୃତୀୟ ଲିଙ୍ଗ।

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

September 5, 2026

ଆଜିଠାରୁ ‘ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍’ ଆଥଲେଟ୍: ଉଦଘାଟନ କଲେ ଗୃହମନ୍ତ୍ରୀ

September 5, 2026

ରେଢ଼ାଖୋଲରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ

September 5, 2026
Latest News

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

September 5, 2026

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026

ମହିଳା ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମହାଲଢ଼େଇ

September 5, 2026

ଭାରତୀୟ କ୍ରିକେଟରଙ୍କ ଫିଟନେସ୍ ଟେଷ୍ଟ ଆରମ୍ଭ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.