Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ: ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କୁ କଲା ବିଭୋର
ଆଜିର ଖବର

ରଣପୁର ମହୋତ୍ସବ: ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କୁ କଲା ବିଭୋର

January 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ କବି ଭକ୍ତ ଚରଣ ଦାସଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରଣପୁର ତଥା ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ଯୋଗ ଦେଇ ରଣପୁର ମାଟିର ଐତିହ୍ୟ, ବୀରତ୍ୱ ଓ ଗୌରବ ଗାଥାକୁ କବିତା ମାଧ୍ୟମରେ ପାଠ କରିଥିଲେ। ଏହା ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚତୁର୍ଥ ଦିବସର ସଭାକାର୍ଯ୍ୟ ସନ୍ଧ୍ୟା ୫ ଟାରେ ଆରମ୍ଭ ହୋଇଥିଲା। ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଧାରଣ ସଭା ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୂଖ ଯୋଗ ଦେଇ ଥିଲେ। ଶିବ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଏହା ସହିତ ୟୁଟୁବର ପାଗା ଭାଇ ଓ ନୀତିଆ ନନାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା।

ସଭା ଶେଷରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା। ଡେରାଡୁନରେ ରଥଯାତ୍ରା କରି ଓଡିଶାର ସଂସ୍କୃତିକୁ ପ୍ରଚାର ପ୍ରସାର କରୁଥିବା ରଣପୁର ମାଟିର ପୁତ୍ର ଡ଼ ସୁବାଷ ଚନ୍ଦ୍ର ଶତପଥୀଙ୍କୁ ଚତୁର୍ଥ ଦିବସରେ ଅତିଥିମାନେ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।  ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କ ନାମ ଡ଼. ପ୍ରଶାନ୍ତ ମିଶ୍ର ଘୋଷଣା କରିଥିଲେ।

ହଜାର ହଜାର ଦର୍ଶକ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ରାଜ୍ୟ ସରକାରଙ୍କ ଢେମସା ନୃତ୍ୟ, ଜିଲ୍ଲା ପ୍ରଶାସନର ଘୋଡା ନାଚ, ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା, ନେପାଳୀ ନୃତ୍ୟ ଏବଂ ଭାରତ ସରକାରଙ୍କ ତ୍ରିପୁରା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ। ସଭାକାର୍ଯ୍ୟ ଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

ମହାରାଷ୍ଟ୍ର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କଲା BSNL: ଶୀଘ୍ର ଉଠାନ୍ତୁ ଲାଭ

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026

ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ: ଜାଣନ୍ତୁ କାହିଁକି ଏହା କରାଯାଏ?

March 3, 2026
Latest News

ହୋଲି ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କଲା BSNL: ଶୀଘ୍ର ଉଠାନ୍ତୁ ଲାଭ

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026

ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 3, 2026

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.