Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି ‘ଭାଷିନୀ’ 
ଆଜିର ଖବର

ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି ‘ଭାଷିନୀ’ 

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଫେବୃଆରୀ ୨୬, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭରେ ଭାଷିନୀ ବହୁଭାଷୀ ସେବା ମାଧ୍ୟମରେ ବୈଷୟିକ ସହାୟତା ପ୍ରଦାନ କରୁଛି।

‘ଡିଜିଟାଲ ହଜିବା ଓ ମିଳିବା ସମାଧାନ‘

‘ଡିଜିଟାଲ ହଜିବା ଓ ମିଳିବା ସମାଧାନ’ ମାଧ୍ୟମରେ ଭାଷିନୀ ଭାଷା ଅନୁବାଦ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଜନସମାବେଶର ଅଂଶଗ୍ରହଣକାରୀମାନଙ୍କୁ କିପରି ସାହାଯ୍ୟ କରିବ ତାହା ଆସନ୍ତୁ ଜାଣିବା :

୧. ବହୁଭାଷୀ ସହାୟତା

କ. ହଜିଥିବା/ମିଳିଥିବା ସାମଗ୍ରୀଗୁଡ଼ିକର ପଞ୍ଜିକରଣ ସ୍ଥାନୀୟ ଭାଷାରେ ମୌଖିକ ଭାବେ କରନ୍ତୁ

ଖ. ସହଜ ଯୋଗାଯୋଗ ପାଇଁ ରିଅଲ-ଟାଇମ୍ ଲେଖା / ମୌଖିକ ଅନୁବାଦ

୨. ଚାଟବଟ୍ ସହାୟତା: ପ୍ରଶ୍ନ ଏବଂ କିଓସ୍କ ନେଭିଗେସନ୍ ପାଇଁ ବହୁଭାଷୀ ଚାଟବଟ୍

୩. ମୋବାଇଲ୍ ଆପ୍ ଏବଂ କିଓସ୍କ ଏକୀକରଣ: ସ୍ଥାନୀୟ ଭାଷାରେ ମାର୍ଗଦର୍ଶିକାର ଅନୁବାଦ

୪. ପୋଲିସ ସହଯୋଗ: ପୁଲିସ ଅଧିକାରୀମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ

କୁମ୍ଭ ସହାୟକ ଚାଟବଟ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ  ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା ପରିଚାଳିତ । କୁମ୍ଭ ସହାୟକର ଉଦ୍ଦେଶ୍ୟ ହେଉଛି ମହାକୁମ୍ଭ ୨୦୨୫ର ଅନୁଭୂତିରେ ଉନ୍ନତି ଆଣିବା ସହିତ ତୀର୍ଥଯାତ୍ରୀଙ୍କ ସୂଚନା ଏବଂ ନାଭିଗେସନ (ପଥପ୍ରଦର୍ଶନ) ଆବଶ୍ୟକତାକୁ ମଧ୍ୟ ପୂରଣ କରିବା।

କୁମ୍ଭ ସହାୟକ’ ଚାଟବଟ୍ ସମସ୍ତଙ୍କୁ ସହଜ, ରିୟଲ-ଟାଇମ୍ ସୂଚନା ଏବଂ ନାଭିଗେସନ ସହାୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଛି। ଭାଷିନୀର ଭାଷା ଅନୁବାଦ ହିନ୍ଦୀ, ଇଂରାଜୀ ଏବଂ ଅନ୍ୟ ୯ଟି ଭାରତୀୟ ଭାଷା ସମେତ  ମୋଟ ୧୧ଟି ଭାଷାରେ ଏହି ଚାଟବଟକୁ ସମର୍ଥନ କରେ।

ୟୁପି ୧୧୨ ଜରୁରୀକାଳୀନ ହେଲ୍ପଲାଇନ

ମହାକୁମ୍ଭକୁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ ଏବଂ ଆଖପାଖ ଅଂଚଳରେ କୁହାଯାଉଥିବା ଭାଷା ବୁଝିବା ପାଇଁ ସହାୟତାର ଆବଶ୍ୟକତା ପଡିପାରେ । ଭାଷିନୀ ମୋବାଇଲ ଆପ୍ଲିକେସନର ‘କନଭର୍ସ(ବାର୍ତ୍ତାଳାପ)’ ଫିଚର ଏହି ମେଗା ଇଭେଣ୍ଟରେ ଉତ୍ତରପ୍ରଦେଶ ପୁଲିସର ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗକୁ ସହଜ କରିବ। ଉତ୍ତରପ୍ରଦେଶ ପୁଲିସ ବିଭାଗ ଭାଷିନୀ ଆପ୍ ସହଯୋଗରେ ଫିଲ୍ଡ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେଇଛି, ଯଦ୍ବାରା ସେମାନେ ଆପ୍ ର ବାର୍ତ୍ତାଳାପ ଫିଚର  ବ୍ୟବହାର କରି ଭାଷା ବୁଝୁନଥିବା ଓ ସମସ୍ୟାରେ ପଡ଼ିଥିବା ଶ୍ରଦ୍ଧାଳୁଙ୍କ ସମସ୍ୟା ବୁଝି ସହାୟତା କରିପାରିବେ ।

ଏହିପରି ଭାବେ ଭାଷିନୀ ମହାକୁମ୍ଭ ୨୦୨୫ରେ ପର୍ଯ୍ୟଟକଙ୍କୁ ପ୍ରଶ୍ନ ଓ ପଥପ୍ରଦର୍ଶନ ନିମନ୍ତେ ବହୁଭାଷୀ ସହାୟତା ପ୍ରଦାନ କରି ସେମାନଙ୍କ ଅନୁଭୂତିକୁ ଆହୁରି ସୁଖଦ କରିବ।

ମୋଟାମୋଟି ଭାବରେ, ବୈଷୟିକ ଉଦ୍ଭାବନ ଏବଂ ଉପଲବ୍ଧତା ଦିଗରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି, ଭାଷିନୀର ଭାଷା ଅନୁବାଦ ଇକୋସିଷ୍ଟମ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିରବଚ୍ଛିନ୍ନ ଏବଂ ସମାବେଶୀ ଅନୁଭୂତି ସୁନିଶ୍ଚିତ କରୁଛି ।

‘ଭାଷିନୀ’ ମହାକୁମ୍ଭ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.