ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି): ଓଡ଼ିଶାର ସଫଳତା କାହାଣୀ

Published: Jan 16, 2025, 7:19 am IST

ଭୁବନେଶ୍ଵର: ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ପ୍ରୋଫଲୋ-ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି। ପ୍ରୋଫଲୋ-ୟୁ କିଡନିର କାର୍ଯ୍ୟକାରୀତାକୁ ତଦାରଖ କରିପାରୁଥିବା ଏକ ସ୍ବାସ୍ଥ୍ୟ ଯାଞ୍ଚକାରୀ ଯନ୍ତ୍ର, ଯାହାକୁ ଲୋକମାନେ ନିଜେ ବ୍ୟବହାର କରିପାରିବେ। ଏହା ଦ୍ବାରା  ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ଭବ ହୋଇଥାଏ।

ଆଇରା: ବିଭିନ୍ନ ବାୟୋସେନ୍ସିଂ ଆପ୍ଲିକେସନ୍ ପାଇଁ ବିକଶିତ କେତେକ ନାନୋସେନ୍ସର, ଯାହାକି ବିଭିନ୍ନ ଜୈବିକ ଲକ୍ଷଣର ଚିହ୍ନଟ ଏବଂ ତଦାରଖ ବୃଦ୍ଧି କରେ।

ଏମ୍ବାର୍ଗୋ ହେଉଛି ଅଲଟ୍ରା ସ୍ପାର୍ସ ବାୟୋମାର୍କର୍ସକୁ ମାପିବା ପାଇଁ ଅତ୍ୟାଧୁନିକ ସ୍ପେକ୍ଟ୍ରୋସ୍କୋପ। ଏହା ଦ୍ବାରା ଅତି ସଂବେଦନଶୀଳ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ କରିବାରେ ସହାୟକ ହୋଇଥାଏ। ଏ କ୍ଷେତ୍ରରେ ଏହି ଷ୍ଟାର୍ଟଅପଟି ଏକ ଐତିହାସିକ ସଫଳତା ପାଇଛି।

୨୦୨୨ରେ ଜାତୀୟ ଷ୍ଟାର୍ଟ ଅପ ପୁରସ୍କାର ପ୍ରାପ୍ତ କରିଥିବା ପ୍ରାଣ୍ଟେ ସଲ୍ୟୁସନ୍ସ ବାୟୋମେଡିକାଲ କ୍ଷେତ୍ରରେ ଅନେକ ସଫଳତା ପ୍ରାପ୍ତ କରିଛି। ନିଜର ଉଦ୍ଭାବନଶୀଳ ଆଭିମୁଖ୍ୟ, ଗଠନମୂଳକ ବିକାଶ ପ୍ରକ୍ରିୟା ଓ ଡିଜାଇନ କେନ୍ଦ୍ରୀକ ବିଚାରଧାରା ପାଇଁ ନୂଆ ନୂଆ ସଫଳତା ପାଇଚାଲିଛି। ଗଠନମୂଳକ ବିକାଶ ପ୍ରକ୍ରିୟା ଦ୍ବାରା ଏହାର ଉତ୍ପାଦଗୁଡ଼ିକ ନିରାପଦ, ପ୍ରଭାବୀ ଓ ଧାର୍ଯ୍ୟ ବ୍ୟବହାରକାରୀଙ୍କ ଆବଶ୍ୟକତା ପୂରଣ କରିପାରୁଛି। ସେହିପରି ନିଜର ଡିଜାଇନ କେନ୍ଦ୍ରୀକ ବିଚାରଧାରା ପାଇଁ କମ୍ପାନି କାର୍ଯ୍ୟକ୍ଷମ, ଉପଭୋକ୍ତା-ଅନୁକୂଳ ଏବଂ ସୁନ୍ଦର ଉତ୍ପାଦ ସୃଷ୍ଟି କରିପାରୁଛି।

ପ୍ରାଣ୍ଟେ ସଲ୍ୟୁସନ୍ସ ସ୍ବାସ୍ଥ୍ୟସେବା ଟେକନଲୋଜୀ କ୍ଷେତ୍ରରେ ଅବଦାନ ଦେଇଚାଲିଛି ଯାହାର ଲକ୍ଷ୍ୟ ହେଉଛି ରୋଗୀସେବାର ଉନ୍ନତି ଆଣି ଜୀବନଧାରଣର ମାନ ଉନ୍ନତ କରିବା। ଏହି ଷ୍ଟାର୍ଟଅପର ସଫଳତା ଓଡ଼ିଶାର ଉଦ୍ଭାବନଶୀଳ ଷ୍ଟାର୍ଟଅପଗୁଡ଼ିକର ବଢିଚାଲିଥିବା ପ୍ରଭାବକୁ ପ୍ରମାଣିତ କରୁଛି।

Related posts