Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ

January 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ହାବେଳି ପଡିଆଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ମେଳାକୁ ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ନୟାଗଡ଼ ନିର୍ବାହୀ ଯନ୍ତ୍ରୀ (କୃଷି) ସୁଧାଂଶୁ ଶେଖର ଦାସ ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତି ଉଦଘାଟନ କରିଛନ୍ତି।

ଏହି ମେଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଳକରୁ ୫୦୦ ରୁ ଉର୍ଦ୍ଧ ଚାଷି ଭାଇ ଭଉଣୀମାନେ ଯୋଗଦାନ କରିଛନ୍ତି। ଏହି ମେଳାରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦେବ ଚାଷି ଭାଇ ଓ ଭଉଣୀ ମାନଙ୍କର ଆୟ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ବୃହତ୍ତ ପରିମାଣରେ କୃଷି ଯନ୍ତ୍ରପାତିର ଉପଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।

ଜିଲ୍ଲାପାଳ କୃଷି ଉପକରଣ ଓ ଯନ୍ତ୍ରପାତିର ମରାମତି ନିମନ୍ତେ ଯୁବ ଉଦ୍ୟୋଗିଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରିବା ସହିତ ଉପାର୍ଜନର ମାଧ୍ଯମ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ମେଳାରେ ସମୁଦାୟ ୬୦ ଟି ଷ୍ଟଲରେ କୃଷି ଓ ଆନୁଷଙ୍ଗିକ ବିଭାଗ, କୃଷି ଯନ୍ତ୍ରପାତି ଉତ୍ପାଦକ ଓ ବିତରକ ସଂସ୍ଥା, ଋଣ ପ୍ରଦାନକାରୀ ସଂସ୍ଥା ଅଂଶଗ୍ରହଣ କରିଥିଲେ।  ସେଥିମଧ୍ୟରୁ ୩୫ ଟି ଷ୍ଟଲରେ ଉନ୍ନ‌ତ ମାନର କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, ମହିଳା ସଂୟ ସହାୟକ ଗୋଷ୍ଠିଙ୍କ ନିମନ୍ତେ ବିଶେଷ ରିହାତି ଏବଂ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ଯମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, କୃଷି ଓ ଆନୁଷଙ୍ଗିକ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥ‌ିବା ଯୋଜନାଗୁଡିକର ପ୍ରଚାର ଓ ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ତତ୍କାଳ ବୁକିଂ କରାଯାଇଛି।

ଉକ୍ତ ମେଳାରେ ଖୋର୍ଦ୍ଧା ଓ ବାଣପୁର ବ୍ଳକର କୃଷି ଓ ଆନୁଷଙ୍ଗିକ ବିଭାଗର ୧୨ ଜଣ କୃତ୍ତି କୃଷକମାନଙ୍କୁ ସମ୍ମାନିତ କରାଯାଇଅଛି। ଏତଦ ବ୍ୟତିତ ଏହି ମେଳାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨ ଜଣ କୃଷକଙ୍କୁ କାର୍ଯ୍ୟାଦେଶ ଦିଆଯାଇଅଛି।

କୃଷି ଯନ୍ତ୍ରପାତି ମେଳା ଖୋର୍ଦ୍ଧା ଶୁଭ ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026
Latest News

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.