Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ: ଧର୍ମେନ୍ଦ୍ର ପ୍ରଧାନ

January 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱରରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରନ୍ତ୍ରମଙ୍କୁ ଭେଟି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ହେଉଥିବା ସକାରାତ୍ମକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଶିକ୍ଷା ଦୃଶ୍ୟପଟ୍ଟରେ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା ଉପରେ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ଏକ ଦ୍ୱିପାକ୍ଷିକ ସାକ୍ଷାତ୍ ଆଲୋଚନାରେ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥା, ସିଙ୍ଗାପୁର ସହିତ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗକୁ ସୁଦୃଢ଼ କରିବା ଏବଂ ଜ୍ଞାନ ସେତୁକୁ ସୁଦୃଢ଼ କରିବା ଉପରେ ଫଳପ୍ରଦ ବିଚାରବିମର୍ଶ କରିଥିଲେ । ଆଉ ଏକ ପୃଥକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସିଙ୍ଗାପୁରର ରାଷ୍ଟ୍ରପତି ଓ ପ୍ରତିନିଧିମଣ୍ଡଳୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣା ପତ୍ର(ଏମଓୟୁ)  ସ୍ୱାକ୍ଷରିତ ହୋଇଥିଲା ।

ଏମଓୟୁ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଙ୍ଗାପୁର ଏବଂ ଓଡ଼ିଶା ମଧ୍ୟରେ ଆଜି ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଏମଓୟୁ ଦ୍ୱାରା ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଏମଓୟୁଗୁଡିକ ଓଡ଼ିଶାର ଦକ୍ଷତା ପରିସଂସ୍ଥାନ, ଏକବିଂଶ ଶତାବ୍ଦୀର ଦକ୍ଷତା ମାଧ୍ୟମରେ ଓଡ଼ିଶାର ମାନବ ପୁଞ୍ଜିକୁ ଅଧିକ ସଶକ୍ତ କରିବ । ଶିଳ୍ପ କ୍ଷେତ୍ରକୁ ସୁଦୃଢ କରିବା ସହ ଗବେଷଣା, ନବସୃଜନ କ୍ଷେତ୍ରକୁ ମଜଭୂତ୍ କରିବ । ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଏହା ଏକ ସ୍ୱାଗତଯୋଗ୍ୟ ବୁଝାମଣା । ଏହା ଦ୍ୱାରା ଓଡ଼ିଶାର ଦକ୍ଷତା ଇକୋସିଷ୍ଟମ ସୁଦୃଢ଼ ହେବ । ରାଜ୍ୟର ଶିଳ୍ପ ଏବଂ ସାମାଜିକ-ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଭାରତ-ସିଙ୍ଗାପୁର ବ୍ୟାପକ ରଣନୈତିକ ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଶ୍ରୀ ପ୍ରଧାନ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ଥର୍ମନଙ୍କ ଦୁଇ ଦିନିଆ ଗସ୍ତ ଓଡ଼ିଶା ସହ ସିଙ୍ଗାପୁରର ସମ୍ପର୍କରେ ନୂତନ ଦିଗ ଯୋଡ଼ିବା ସହ ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଭୁବନେଶ୍ୱର ସ୍ଥିତ ଓ୍ୱାର୍ଲଡ୍ ସ୍କିଲ୍ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ।

ଓଡିଶା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

T20 ବିଶ୍ୱକପ୍ ପୂର୍ବରୁ ଭାରତ ବିରୁଦ୍ଧରେ ଅପପ୍ରଚାର ଆରମ୍ଭ କରିଛି ପାକିସ୍ତାନ: ମିଥ୍ୟା କାହାଣୀର ପର୍ଦ୍ଦାଫାସ

January 30, 2026

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026
Latest News

T20 ବିଶ୍ୱକପ୍ ପୂର୍ବରୁ ଭାରତ ବିରୁଦ୍ଧରେ ଅପପ୍ରଚାର ଆରମ୍ଭ କରିଛି ପାକିସ୍ତାନ: ମିଥ୍ୟା କାହାଣୀର ପର୍ଦ୍ଦାଫାସ

January 30, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ

January 30, 2026

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏହି ଚାରୋଟି ପ୍ରଶ୍ନ, ମହାରାଷ୍ଟ୍ରର ନିର୍ଣ୍ଣୟ କରିବ ରାଜନୈତିକ ଭବିଷ୍ୟତ?

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.