ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟକୁ ଦୁଇ ମନ୍ତ୍ରୀଙ୍କ ପରିଦର୍ଶନ

Published: Jan 18, 2025, 9:11 pm IST

ବ୍ରହ୍ମପୁର: ଶୁକ୍ରବାର ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟକୁ ଓଡିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ପ୍ରମୁଖ ଗ୍ରସ୍ତ କରି ଓକିଲ ମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରାରମ୍ଭରେ ମଧୁବାବୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରେ ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉଭୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲ। ଏବଂ ଓକିଲ ସଂଘ ର ସମ୍ମିଳନୀ ଗୃହ ଓ ପାଠାଗାର ଗୃହ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜସ୍ବ ମନ୍ତ୍ରୀଙ୍କୁ ସଂଘ ର ସମ୍ପାଦକ ସୁରେଶ ପଟନାୟକ ଏକ ଦରଖାସ୍ତ ପ୍ରଦାନ କରିଥିଲେ।

ମନ୍ତ୍ରୀ ଓକିଲ ସଂଘ ର ଅସୁବିଧା ହୃଦୟଙ୍ଗ କରି ଆବଶ୍ୟକୀୟ ଅନୁଦାନ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ଉପସଭାପତି ଚୈତନ୍ୟ ପ୍ରଧାନ ଧନ୍ୟବାଦ ଦେଇଥିଲେ ଏବଂ ସମସ୍ତ ପଦାଧିକାରୀ ଓ ଓକିଲ ସଂଘ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲ।

Related posts