Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ପକ୍ଷୀ ଗଣନା: ଚଳିତ ବର୍ଷ କମିଲା ସଂଖ୍ୟା, ଜାଣନ୍ତୁ ଏଥର କେତେ ଆସିଲେ ବିଦେଶୀ ପକ୍ଷୀ?
ଆଜିର ଖବର

ଚିଲିକାରେ ପକ୍ଷୀ ଗଣନା: ଚଳିତ ବର୍ଷ କମିଲା ସଂଖ୍ୟା, ଜାଣନ୍ତୁ ଏଥର କେତେ ଆସିଲେ ବିଦେଶୀ ପକ୍ଷୀ?

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୧୦୫୩୧ ସଂଖ୍ୟକ କମ ପକ୍ଷୀଙ୍କ ଆଗମନ ହେଇଛି।

ଖବର ମୁତାବକ ଆଜି ସକାଳ ୬ ରୁ ଶୀତକାଳୀନ ପକ୍ଷୀଗଣନା ଜାରି ରହିଥିବା ବେଳେ ଏଥିପାଇଁ ୫ ଟି ଜୋନରେ (ଜଳ ଭାଗରେ ୧୯ ଟି ଓ ସ୍ଥଳ ଭାଗରେ ୨ ଟି) ସମୁଦାୟ ୨୧ଟି ଟିମରେ ୧୩୦ ଜଣ ନିୟୋଜିତ ରହିଥିଲେ। ଟାଙ୍ଗି ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ଥିଲେ। ପ୍ରତି ଟିମରେ ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ କର୍ତ୍ୟୁପକ୍ଷ, ସ୍ଵେଚ୍ଛାସେବୀ ଆଦି ୬ ରୁ ୭ ଜଣ ସଦସ୍ୟ ସାମିଲ ରହିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟରେ ଗନ୍ତବ୍ୟ ସ୍ଥଳ ଚିତ୍ର, ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ନୋଟ ବୁକ, ୱାକିଟକି ଆଦି ବ୍ୟବହାର କରାଯାଇଥିଲା।

ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିଥିବା ବେଳେ ଅପରାହ୍ନରେ ସିଡିଏ ଠାରେ ବିଏନଏଚଏସ ର ଡେପୁଟି ଡ଼ାଇରେକ୍ଟର ଡ଼ଃ ସୁଜିତ ନାରୱାଡେଙ୍କ ଦ୍ଵାରା ତଥ୍ୟ ପ୍ରସ୍ତୁତ କରି ଘୋଷଣା କରାଯାଇଛି।

ଚଳିତ ବର୍ଷ ବିଶେଷ କରି ଇରାନ, ଇରାକ, ରୁଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜିସ୍ଥାନ ଆଦି ବିଭିନ୍ନ ଅଞ୍ଚଳରୁ ୧୦୯ ପ୍ରଜାତିର ୧୦ଲକ୍ଷ ୮୭ ହଜାର ୨୨୬ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୮୭ ପ୍ରଜାତିର ୩୦ ହଜାର ୨ଟି ସ୍ଥାନୀୟ ପକ୍ଷୀ ଆସିଛନ୍ତି। ଏହି ପକ୍ଷୀମାନଙ୍କ ମଧ୍ୟରେ ଗଡ଼ୱlଲ ପ୍ରଜାତିର ୨ ଲକ୍ଷ ୧ ହଜାର ୯୨୬ ଟି, ନାର୍ଦନ ପିଣ୍ଟେଲ ପ୍ରଜାତିର ୧ ଲକ୍ଷ ୯୩ ହଜାର ୩୯୪, ଇଉରାସିଆ ଉଇଯେଓଂ ପ୍ରଜାତିର ୧ ଲକ୍ଷ ୫୪ ହଜାର ୯୩୭ ଟି, ବ୍ଲାକଟେଲ ପ୍ରଜାତିର ୬୮ ହଜାର ୭୯ ଟି ସର୍ବାଧିକ ରହିଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ସର୍ବାଧିକ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀ ଦେଖିବାକୁ ମିଳିଥିଲା।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୯ ଟି ପ୍ରଜାତିର ପକ୍ଷୀ ଅଧିକ ଆସିଥିବା ବେଳେ ପକ୍ଷୀ ସଂଖ୍ୟା ୧୦ ହଜାର ୫୩୧ ଟି ହ୍ରାସ ପାଇଛି। ଚଳିତ ବର୍ଷ ଚିଲିକାର ଜଳସ୍ତର ବଢିଥିବାରୁ ପକ୍ଷୀଙ୍କ ସଂଖ୍ୟା କମିଥିବା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି।ପିଣ୍ଟେଲ, ଫ୍ଲେମିଙ୍ଗ, ଗ୍ରେ ହେରେନ, ପେଲିକାନ, ଗଡ଼ୱଟ, ଗାରଗ୍ରୀନ ଇତ୍ୟାଦି ବିଦେଶୀ ପକ୍ଷୀଙ୍କ ସମେତ ଗେଣ୍ଡି, ଗେଣ୍ଡାଳିଆ, ଏରା, ଘଣ୍ଟିଆଳ, ହଂସ, ଚିଲ, ସମୁଦ୍ର କୁଆ ପ୍ରମୁଖ ସ୍ଥାନୀୟ ପକ୍ଷୀ ଦେଖିବାକୁ ମିଳିଥିଲା।

ସୂଚନା ଥାଉକି ଗତବର୍ଷ ୧୧ଲକ୍ଷ ୩୭ ହଜାର ୭୫୯ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ଚଳିତ ବର୍ଷ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ ସଂଖ୍ୟକ କମ ପକ୍ଷୀ ଆସିଛନ୍ତି।

ଚିଲିକା ପକ୍ଷୀ ଗଣନା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025
Latest News

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.