Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଇକ କବି କୃଷ୍ଣ ଚ଼ନ୍ଦ୍ର ତ୍ରିପାଠୀଙ୍କ ୧୧୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ
ଆଜିର ଖବର

ପାଇକ କବି କୃଷ୍ଣ ଚ଼ନ୍ଦ୍ର ତ୍ରିପାଠୀଙ୍କ ୧୧୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

January 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସାଧକ ଏବଂ ସର୍ବଶ୍ରେଷ୍ଠ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ, ସମଗ୍ର ଓଡ଼ିଶାରେ ପାଇକ କବି ଭାବରେ ପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତ୍ରୀ ସମାରୋହ ଜନ୍ମମାଟି ଭୀମପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ୱର ଓ କବିଙ୍କ ନାମରେ ନାମିତ କୃଷ୍ଣଚନ୍ଦ୍ର ପାଠାଗାର ଭୀମପୁରଙ୍କ ମିଳିତ ଆନୁକୂଲ୍ୟରେ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି ସଭାପତିତ୍ଵ କରିଥିବା ବେଳେ, ବିଶିଷ୍ଠ ସାହିତ୍ୟିକ, ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହ ମୁଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଓଡ଼ିଆଭାଷା ସାହିତ୍ୟ ବିଭାଗର ପୂର୍ବତନ ପ୍ରାଧ୍ୟାପକ ତଥା ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି, ଇତିହାସ ଗବେଷକ ଗୋପାଳକୃଷ୍ଣ ଦାସ ମୁଖ୍ୟବକ୍ତା, ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କୃଷ୍ଣଚନ୍ଦ୍ର ସାହିତ୍ୟ ବିଷାରଦ ଅଧ୍ୟାପକ ସଂଗ୍ରାମକେଶରୀ ସାହୁ, ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପକ ଭାଷାତତ୍ଵବିତ୍ ଡ଼ଃ ଚାନ୍ଦକିଶୋର ତ୍ରିପାଠୀ ଓ ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବିତ୍ରିପାଠୀଙ୍କ ଦ୍ଵାରା ରଚିତ ସମାଜର ଅବହେଳିତ, ନିଷ୍ପେସିତଙ୍କ ଶୋଷଣ କଷଣ, ଦୁଃଖ ଯାତନା ଆଧାରିତ ଅଜସ୍ର କବିତା ସହ ଖୋର୍ଦ୍ଧାର ବୀର ପାଇକ ଜାତିର ଶୌର୍ଯ୍ୟ, ବୀର୍ଯ୍ୟ ପରାକାଷ୍ଠା ଓ ଜନ୍ମଭୂମୀର ସ୍ଵାଧୀନତା ପାଇଁ ବଳିଦାନ ଉପରେ ରଚିତ ସ୍ୱତନ୍ତ୍ରକବିତା ଉପରେ ଆଲୋକପାତ କରି ତାଙ୍କର ସରଳ ସାବଲୀଳ ଜୀବନ ଧର୍ମୀ, ଜାତୀୟତାବାଦୀ କବିତା ସମ୍ଭାର ଯୁଗଯୁଗ ଧରି ଓଡ଼ିଆ ଜାତିକୁ ଦିଗଦର୍ଶନ ଦେଉଥିବ ବୋଲି ବ୍ୟକ୍ତବ୍ୟ ରଖି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କୁ ତାଙ୍କର ସାମଗ୍ରିକ କୃଷ୍ଣଚନ୍ଦ୍ର ସାହିତ୍ୟ ଉପରେ ଉଚ୍ଚକୋଟୀର ଦୀକ୍ଷାନ୍ତ ଗବେଷଣା ନିମନ୍ତେ “କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ପାଠାଗାର ତରଫରୁ କୃଷ୍ଣଚନ୍ଦ୍ର ଜୀବନୀ ଓ ସାହିତ୍ୟ ଉପରେ ଅନୁଷ୍ଠିତ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟସ୍ଥରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରଷ୍କାର ପ୍ରଦାନ କରାଯାଇଥିଲା।

ଯୁଗ୍ମ ସଂପାଦକ ଅଶୋକ ନନ୍ଦ, ଅଧ୍ୟାପକ ଜ୍ୟୋତିର୍ମୟ ତ୍ରିପାଠୀ, ଉପଦେଷ୍ଟା ବୈରାଗୀଚରଣ ବେହେରା ଓ ଆମ ବିଦ୍ୟାଳୟ ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଂପାଦନାରେ ଆୟୋଜିତ ଏହି ସମାରୋହରେ ପାଠାଗାରର ସଂପାଦକ ମଧୁସୂଦନନନ୍ଦ ସ୍ଵାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିବାବେଳେ କୋଷାଧ୍ୟକ୍ଷ ବିଭୂତି ଭୂଷଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରତ୍ୟୁଷରେ ଭୀମପୁର ଗ୍ରାମବାସୀ, ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ଵତ ସାଧକ, ଶିକ୍ଷକ, ଅଧ୍ୟାପକ ସାମ୍ବାଦିକ, ବୁଦ୍ଧିଜୀବୀ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କବିଙ୍କ ରଚିତ ପାଇକ କବିତା “ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧା ଗଡ଼” ଓ ଅନ୍ୟାନ୍ୟ କବିତା ଗୁଡ଼ିକର ନୃତ୍ୟାଭିନୟ ପରିବେଷଣ କରାଯାଇଥିଲା।

ଓଡ଼ିଆ ଭାଷା ସାହିତ୍ୟ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପାଇକ କବି ଭୀମପୁର ରାଜ୍ୟସ୍ତରୀୟ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.