Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଙ୍ଗାଲୁରୁରେ ଲଜ୍ୟାଜନକ ଘଟଣା: ବସ୍ ପାଇଁ ଅପେକ୍ଷା କରିଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ଚୋରୀ
ଆଜିର ଖବର

ବେଙ୍ଗାଲୁରୁରେ ଲଜ୍ୟାଜନକ ଘଟଣା: ବସ୍ ପାଇଁ ଅପେକ୍ଷା କରିଥିବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ଚୋରୀ

January 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଣଦୁଷ୍କର୍ମ
କାରରେ ଲିଫ୍ଟ ଦେବା ବାହାନାରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ଦୁଇ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କେ ଆର ମାର୍କେଟ ଅଞ୍ଚଳ ନିକଟରୁ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସିଟି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ତାମିଲନାଡୁରୁ ଆସିଥିବା ପିଡିତା ଜଣଙ୍କ ଗୋଡାଉନ ଷ୍ଟ୍ରିଟ୍ ନିକଟରେ ରାତି ପ୍ରାୟ ୧୧:୩୦ ସମୟରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ବଳତ୍କାର କରାଯାଇଥିବାର ଅଭିଯୋଗ ହୋଇଛି।

ପୋଲିସ ଅନୁଯାୟୀ, ଘଟଣାର କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଝଗଡା କରି ଘରୁ ରାଗି ପଳାଇଆସିଥିଲେ। ସେ ରାତିରେ କିଛି ବ୍ୟକ୍ତିଙ୍କୁ ୟେଲାହାଙ୍କା ଯିବାକୁ ବସ୍ ବିଷୟରେ ପଚାରିଥିଲେ। ସେମାନେ ତାଙ୍କୁ ସାହାଯ୍ୟ କରିବା ଆଳରେ ବସଷ୍ଟାଣ୍ଡ ଅନ୍ୟସ୍ଥାନରେ ଅଛି ବୋଲି କହି ତାଙ୍କୁ ସାଥିରେ ନେଇଯାଇଥିଲେ।

ତା’ପରେ ସେମାନେ ତାଙ୍କୁ ଗୋଡାଉନ ଷ୍ଟ୍ରିଟର ଏକ ନିର୍ଜନ ସ୍ଥାନକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍, ଅଳଙ୍କାର ଏବଂ ନଗଦ ଟଙ୍କା ଛଡାଇ ନେଇଥିଲେ ବୋଲି ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ରେ କୁହାଯାଇଛି।ଏହାପରେ ତାଙ୍କୁ ବଳତ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି। ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ କହିଛନ୍ତି ଯେ ପୀଡିତାଙ୍କୁ ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ଏବଂ ମାମଲାର ଅଧିକ ତଦନ୍ତ ଚାଲିଛି।

ଏହାକୁ ନେଇ କର୍ଣ୍ଣାଟକରେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ବିଜେପି ରାଜ୍ୟ ସରକାରଙ୍କୁ ଏହି ମାମଲା ରେ ଘେରିଯାଇଛି। ଏହାର ଜବାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ପ୍ରଶ୍ନ କରିଛନ୍ତି ଯେ ବିଜେପି କାର୍ଯ୍ୟକାଳ ମଧ୍ୟରେ ଏପରି ଅପରାଧ ଘଟିନଥିଲା କି? “ବିଜେପି କାର୍ଯ୍ୟକାଳରେ କ’ଣ ବଳାତ୍କାର ଘଟଣା ଘଟି ନ ଥିଲା? ମହିଳାମାନଙ୍କୁ ସୁରକ୍ଷା ମିଳିବା ଉଚିତ, କିନ୍ତୁ କିଛି ସମାଜ ବିରୋଧୀ ଲୋକ ଏପରି ଅପରାଧ କରନ୍ତି ବୋଲି ସିଦ୍ଧରମୈୟା କହିଛନ୍ତି।

ଗଣଦୁଷ୍କର୍ମ ଦୁଷ୍କର୍ମ ବାଙ୍ଗାଲୁରୁ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026
Latest News

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.