Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେତାଜୀଙ୍କ ଆଦର୍ଶ ଏବଂ ଭାରତର ସ୍ୱାଧୀନତା ପ୍ରତି ଅତୁଟ ସମର୍ପଣ ଆମକୁ ପ୍ରେରଣା ଦେଇଥାଏ: ପ୍ରଧାନମନ୍ତ୍ରୀ
ଆଜିର ଖବର

ନେତାଜୀଙ୍କ ଆଦର୍ଶ ଏବଂ ଭାରତର ସ୍ୱାଧୀନତା ପ୍ରତି ଅତୁଟ ସମର୍ପଣ ଆମକୁ ପ୍ରେରଣା ଦେଇଥାଏ: ପ୍ରଧାନମନ୍ତ୍ରୀ

January 23, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶ ତାଙ୍କୁ ସ୍ମରଣ କରୁଛି। ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ କହିଥିଲେ, ଚଳିତ ବର୍ଷ ତାଙ୍କ ଜନ୍ମସ୍ଥାନ ଓଡ଼ିଶାରେ ପରାକ୍ରମ ଦିବସ ପାଳନ କରାଯାଉଛି। ଏହି ଅବସରରେ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀଙ୍କ ଜୀବନର ଐତିହ୍ୟ ଉପରେ ଓଡ଼ିଶାର କଟକରେ ଏକ ବିଶାଳ ପ୍ରଦର୍ଶନୀ ଆୟୋଜନ କରାଯାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରଦର୍ଶନୀରେ ଅନେକ କଳାକାର ନେତାଜୀଙ୍କ ଜୀବନ ସହ ଜଡ଼ିତ ଘଟଣାବଳୀକୁ କ୍ୟାନଭାସରେ ଚିତ୍ରଣ କରିଛନ୍ତି। ନେତାଜୀଙ୍କ ଉପରେ ଅନେକ ପୁସ୍ତକ ମଧ୍ୟ ସଂଗ୍ରହ କରାଯାଇଛି ବୋଲି ସେ କହିଥିଲେ। ନେତାଜୀଙ୍କ ଜୀବନ ଯାତ୍ରାର ଏହି ସବୁ ଐତିହ୍ୟ ମୋର ଯୁବ ଭାରତକୁ ଏକ ନୂତନ ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ବିକଶିତ ଭାରତର ସଂକଳ୍ପ ହାସଲ କରିବା ପାଇଁ ଆମେ ପ୍ରୟାସ କରୁଥିବା ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଆମକୁ ପ୍ରେରଣା ଯୋଗାଇବ। ସେ କହିଛନ୍ତି ଯେ ନେତାଜୀ ସୁଭାଷ ବୋଷଙ୍କର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା ଆଜାଦ ହିନ୍ଦ୍। ଶ୍ରୀ ମୋଦୀ କହିଥିଲେ ଯେ ଏହି ସଂକଳ୍ପ ହାସଲ କରିବା ପାଇଁ ସେ ଗୋଟିଏ ମାନଦଣ୍ଡ ଉପରେ ଅଟଳ ରହିଥିଲେ- ଆଜାଦ ହିନ୍ଦ । ନେତାଜୀ ଏକ ସମୃଦ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରିଟିଶ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ହୋଇ ଆରାମଦାୟକ ଜୀବନ ଯାପନ କରିପାରିଥାନ୍ତେ। କିନ୍ତୁ ନେତାଜୀ କଠିନ ରାସ୍ତାଟି ବାଛିଥିଲେ ଓ ସ୍ୱାଧୀନତା ପ୍ରାପ୍ତି ପାଇଁ ଭାରତ ଓ ଅନ୍ୟାନ୍ୟ ଦେଶ ଘୁରିବୁଲୁଥିଲେ । ନେତାଜୀ ସୁଭାଷ ଆରାମଦାୟକ ଜୀବନରେ ବାନ୍ଧି ହୋଇନଥିଲେ। ଏକ ବିକଶିତ ଭାରତ ଗଠନ ପାଇଁ ଆଜି ଆମେ ସମସ୍ତେ ଆମର ଆରାମଦାୟକ ଜୀବନରୁ ବାହାରକୁ ବାହାରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ବିଶ୍ୱସ୍ତରରେ ଶ୍ରେଷ୍ଠ ହେବା, ଉତ୍କର୍ଷତା ବାଛିବା ଏବଂ ଦକ୍ଷତା ଉପରେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀ ଦେଶର ସ୍ୱାଧୀନତା ପାଇଁ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ଅଞ୍ଚଳ ଏବଂ ବର୍ଗର ବୀର ପୁରୁଷ ଏବଂ ମହିଳାଙ୍କୁ ସାମିଲ କରିଥିଲେ । ଭିନ୍ନ ଭିନ୍ନ ଭାଷା ଥିଲେ ମଧ୍ୟ ସେମାନଙ୍କ ଏକ ସାଧାରଣ ଲକ୍ଷ୍ୟ ଥିଲା ଦେଶକୁ ସ୍ବାଧୀନ କରିବା । ଆଜିର ବିକଶିତ ଭାରତ ପାଇଁ ଏହି ଏକତା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱରାଜ ପାଇଁ ଯେମିତି ଏକତା ଜରୁରୀ ଥିଲା, ଆଜିର ବିକଶିତ ଭାରତ ପାଇଁ ମଧ୍ୟ ଏକତା ଜରୁରୀ ବୋଲି ସେ କହିଥିଲେ। ବିଶ୍ୱ ସ୍ତରରେ ଭାରତର ପ୍ରଗତି ପାଇଁ ଅନୁକୂଳ ବାତାବରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କିପରି ଏକବିଂଶ ଶତାବ୍ଦୀରେ ଆଗେଇଚାଲିଛି ତାହା ଉପରେ ସାରା ବିଶ୍ୱ ନଜର ରଖିଛି । ନେତାଜୀ ସୁଭାଷଙ୍କଠାରୁ ପ୍ରେରଣା ନେଇ ଭାରତର ଏକତା ଉପରେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆହୁରିମଧ୍ୟ ଯେଉଁମାନେ ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାର ଏକତା ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପ୍ରତି ସତର୍କ ହେବା ଲାଗି ସେ ଚେତାଇ ଦେଇଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ନେତାଜୀ ସୁଭାଷ ଭାରତର ଐତିହ୍ୟକୁ ନେଇ ଗର୍ବିତ ଥିଲେ ଏବଂ ଭାରତର ସମୃଦ୍ଧ ଗଣତାନ୍ତ୍ରିକ ଇତିହାସ ବିଷୟରେ ବାରମ୍ବାର କହୁଥିଲେ ଏବଂ ଏଥିରୁ ପ୍ରେରଣା ନେବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ସେ ଆଲୋକପାତ କରିଥିଲେ ଯେ ଆଜି ଭାରତ ଔପନିବେଶିକ ମାନସିକତାରୁ ଉପରକୁ ଉଠୁଛି ଏବଂ ଏହାର ଐତିହ୍ୟ ଉପରେ ଗର୍ବର ସହ ବିକାଶ କରିଚାଲିଛି । ଆଜାଦ ହିନ୍ଦ ସରକାରଙ୍କ ୭୫ତମ ବାର୍ଷିକୀ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବା ଗର୍ବର ବିଷୟ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଅବିସ୍ମରଣୀୟ ଐତିହାସିକ ଅବସର ଥିଲା । ନେତାଜୀଙ୍କ ପରମ୍ପରାରେ ଅନୁପ୍ରାଣିତ ହୋଇ ସରକାର ୨୦୧୯ରେ ଦିଲ୍ଲୀର ଲାଲକିଲ୍ଲାଠାରେ ନେତାଜୀ ସୁଭାଷଙ୍କୁ ସମର୍ପିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ ଏବଂ ସେହି ବର୍ଷ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରତିଷ୍ଠା କରିଥିଲେ। ୨୦୨୧ରେ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ” ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ, ଆଣ୍ଡାମାନର ଏକ ଦ୍ୱୀପକୁ ନେତାଜୀଙ୍କ ନାମରେ ନାମିତ କରିବା ଏବଂ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଆଇଏନଏ ସୈନିକମାନଙ୍କୁ ସଲାମ କରିବା ତାଙ୍କ ପରମ୍ପରାକୁ ସମ୍ମାନ ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ବୋଲି ସେ କହିଥିଲେ।

ସେ କହିଛନ୍ତି ଯେ, ବିଗତ ୧୦ ବର୍ଷ ମଧ୍ୟରେ ଦେଶ ଦେଖାଇଦେଇଛି ଯେ ଦ୍ରୁତ ବିକାଶ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ସହ ସାମରିକ ଶକ୍ତି ମଧ୍ୟ ବଢ଼ାଇଥାଏ। ଗତ ଦଶନ୍ଧି ମଧ୍ୟରେ ୨୫୦ ନିୟୁତ ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଏକ ବଡ଼ ସଫଳତା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାଁ ହେଉ କି ସହର ସବୁଠି ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଭାରତୀୟ ସେନାର ଶକ୍ତିରେ ଅଭୂତପୂର୍ବ ବୃଦ୍ଧି ଏବଂ ବିଶ୍ୱ ମଞ୍ଚରେ ଭାରତର ବଢୁଥିବା ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ ହେବ। ନେତାଜୀ ସୁଭାଷଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ ନେଇ ଏକ ବିକଶିତ ଭାରତ ପାଇଁ କାର୍ଯ୍ୟ ଜାରି ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିବା ସହ ଏହା ହିଁ ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

narendra modi Netaji Subhas Chandra Bose Parakram Diwas ନରେନ୍ଦ୍ର ମୋଦୀ ନେତାଜୀ ପରାକ୍ରମ ଦିବସ ସୁଭାଷ ଚନ୍ଦ୍ର ବୋଷ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

July 26, 2025

ଆଜି ଜୁଲାଇ ୨୬ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2025

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025
Latest News

ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

July 26, 2025

ଆଜି ଜୁଲାଇ ୨୬ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2025

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.