ରୋଷେଇ ବେଳେ ଚୁଲି ନିଆଁ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

Published: Jan 25, 2025, 5:48 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅର୍ନ୍ତଗତ ଭାଗ୍ୟଲକ୍ଷ୍ମୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଥିରେ ରଙ୍କନୀଧି ସାହୁ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସୁଚନା ଅନୁଯାୟୀ ଗୋଟିଏ ଚାଳ ଛପର ଘରେ ରଙ୍କନୀଧି ଏକାକୀ ରହୁଥିଲେ ଓ ବାରିପଟ ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଅଗ୍ନି ସଂଯୋଗ ନିଜ ଶରୀରକୁ ଲାଗି ଯାଇଥିଲା। ଏତିକିବେଳେ ମୃତ ରଙ୍କନୀଧି ଅଗ୍ନୀ ନିଆଁରେ ଛଟପଟ ହୋଇ ଚିତ୍କାର ହେଉଥିବା ଶୁଣି ସାହି ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଘର ଭିତରେ ପ୍ରବେଶ କରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିବା ରଙ୍କନୀଧିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଛତ୍ରପୁର ଏସ୍ ଡି ପି ଓ ଗୌରହରି ସାହୁ ଓ ଏସ୍ ଆଇ ବିଶ୍ଵଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Related posts