ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ଉପଖଣ୍ଡ-ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାକଟିଦେଉଳ ଠାରେ ଓଡିଶା ରାଜ୍ୟ ସରକାର ତଥା ଉପଖଣ୍ଡ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବ୍ଲକ୍ ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ନାକ୍ଟିଦେଉଳ ବିଡିଓ କ୍ଷମାନିଧି ଭୋଇ, ସ୍ନାତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନେ ଏକ ସଚେତନତା ରାଲି ରେ ନାକଟିଦେଉଳ ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।
ନାକଟିଦେଉଳ ପଞ୍ଚାୟତ ସମିତି ରେ ବିଡିଓ କ୍ଷମାନିଧି ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ସମ୍ମାନୀତ ଅତିଥି ଭାବେ ନାକଟିଦେଉଳ ଏଚ୍ ଏସ୍ ଏସ୍ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ, ଡିଗ୍ରୀ କଲେଜର ରେଡକ୍ରସ୍ ପ୍ରୋଗ୍ରାମ ଅଫିସର ଦେବେଶ କୁମାର ବିଶ୍ବାଳ, ଅଧ୍ୟାପକ ସୁଭାଷ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଗିରିଶବାଳା ନାୟକ ଯୋଗ ଦେଇ ଅଧିକାର ତଥା କର୍ତ୍ତବ୍ୟ ଭାବେ ଭୋଟ୍ ଦାନ ର ଆବଶ୍ୟକତା ଓ ଭୋଟଦାନ ପାଇଁ ସଂକଳ୍ପ ବିଷୟରେ ଆଲୋକପାତ କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବିନ୍ଦ୍ର କୁମାର ସାହୁ ଜାତୀୟ ମତଦାତା ଦିବସ ର ଆଭିମୁଖ୍ୟ ଓ ଗୁରୁତ୍ବ ବିଷୟ ରେ ଆଲୋଚନା କରିଥିଲେ।
ବିଡିଓ ଶ୍ରୀ ଭୋଇ ସଚେନତା ସଭାରେ ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଗଣତାନ୍ତ୍ରିକ ପରମ୍ପରା କୁ ବଜାୟ ରଖିବା, ମୁକ୍ତ ଅବାଧ ଶାନ୍ତିପୁର୍ଣ୍ଣ ନିର୍ବାଚନ ର ଗାରିମା କୁ ଅକ୍ଷୁର୍ଣ ରଖିବା ସହିତ ନିର୍ଭୀକତା ସହିତ ପ୍ରଲୋଭନ ରେ ପ୍ରଭାବିତ ନ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିବାର ଶପଥ ପାଠ କରାଇଥିଲେ। ପୁର୍ବରୁ ଆୟୋଜିତ କରାଯାଇଥିବା ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବାଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା।