Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»AAP ର ଦୁର୍ନୀତିଗ୍ରସ୍ତ ନେତାଙ୍କ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାମ: କଂଗ୍ରେସ କ୍ଷୁବ୍ଧ, ଦେଲା ଏଭଳି ଆହ୍ଵାନ
ଆଜିର ଖବର

AAP ର ଦୁର୍ନୀତିଗ୍ରସ୍ତ ନେତାଙ୍କ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାମ: କଂଗ୍ରେସ କ୍ଷୁବ୍ଧ, ଦେଲା ଏଭଳି ଆହ୍ଵାନ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
APP Chief
Arvind Kejriwal's big attack on Congress-BJP, 'No one from Gandhi family went to jail'

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଦିଲ୍ଲୀର ରାଜନୈତିକ ମାହୋଲ ଗରମ ହେବାରେ ଲାଗିଛି। ଶାସକ ତଥା ବିରୋଧୀ ଦଳ ମଧ୍ୟରେ ବାକ ଯୁଦ୍ଧ ଏବଂ ସୋସିଆଲ ମିଡିଆରେ ପୋଷ୍ଟର ଯୁଦ୍ଧ ରାଜନୈତିକ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଆଜି ଆମ୍ ଆଦମୀ ପାର୍ଟି (ଏଏପି) ସୋସିଆଲ ମିଡିଆରେ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅନ୍ୟ ବିଜେପି ନେତା ଏବଂ ରାହୁଲ ଗାନ୍ଧୀ ଦୁର୍ନୀତିଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଆମ୍ ଆଦମୀ ପାର୍ଟି ଦ୍ୱାରା ପ୍ରକାଶିତ ପୋଷ୍ଟରରେ ଲେଖାଯାଇଛି ଯେ, କେଜ୍ରିୱାଲଙ୍କ ସଚ୍ଚୋଟତା ସମସ୍ତ ଅସାଧୁ ନେତାଙ୍କ ଉପରେ ଭାରୀ। ଯେଉଁଥିରେ କଂଗ୍ରେସ AAP ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଡ଼ା ଆକ୍ରମଣ କରିଛି। କଂଗ୍ରେସ ନେତା ଅଲକା ଲାମ୍ବା ଅରବିନ୍ଦ କେଜ୍ରିୱାଲଙ୍କୁ ଇଣ୍ଡିଆ ସହଯୋଗୀ ଦଳ ଛାଡିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଅଲକା ଲମ୍ବା ଆହୁରି ମଧ୍ୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କୁ ମେଣ୍ଟ ପାଇଁ ଭିକ୍ଷା ମାଗିଥିଲେ।

କଂଗ୍ରେସ ନେତା ଅଲକା ଲାମ୍ବା କହିଛନ୍ତି ଯେ, “ଯଦି ଅରବିନ୍ଦ କେଜ୍ରିୱାଲଙ୍କର ସାହସ ଅଛି ତେବେ ସେ ଇଣ୍ଡିଆ ସହଯୋଗୀ ଦଳ ଛାଡିବା ପାଇଁ ଘୋଷଣା କରିବା ଉଚିତ। ୧୦୦ ସାଂସଦଙ୍କ ସହ କଂଗ୍ରେସ ଦଳ ମଜବୁତ ଭାବରେ ଠିଆ ହୋଇଛି ଏବଂ ଅରବିନ୍ଦ କେଜ୍ରିୱାଲ ହିଁ ୭ ଟି ଆସନ ବିଜେପିକୁ ଦେଇଛନ୍ତି। ଲୋକସଭା ନିର୍ବାଚନ ସମୟରେ ଆମ ସହ ମେଣ୍ଟ ପାଇଁ ଭିକ ମାଗୁଥିଲେ ଏହି କାରଣରୁ କଂଗ୍ରେସ ଦଳ ୭ ଟି ଆସନ ପାଇଁ ଆପଣଙ୍କ ଦଳ ସହ ମିଶି ସବୁଠୁ ବଡ ଭୁଲ କରିଥିଲା। ଯେଉଁଥିପାଇଁ ଦଳ ଭାରି କ୍ଷତି ସହିଛି।”

ଅଲକା ଲାମ୍ବା କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ନେତାଙ୍କୁ ଅପମାନିତ କରିଛନ୍ତି। ମଦ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା କେଜ୍ରିୱାଲ ତାଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ଏଭଳି ପୋଷ୍ଟର ଛାଡିଛନ୍ତି।

ଏହି ପୋଷ୍ଟର ବିବାଦ ପରେ କଂଗ୍ରେସ ସୂଚାଇ ଦେଇଛି ଯେ, ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବା କଂଗ୍ରେସ ହିତରେ ନାହିଁ। କଂଗ୍ରେସ ନେତାମାନେ କହିଛନ୍ତି ଯେ, AAP ର ରଣନୀତି ଦଳ ପାଇଁ କ୍ଷତି ଘଟାଉଛି। ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି, ଇଣ୍ଡିଆ ମେଣ୍ଟ ମଧ୍ୟରେ ମତଭେଦ ଏବଂ ଅବିଶ୍ୱାସ ବଢୁଛି।

aap Alka Lamba Congress Delhi Election 2025 INDIA Bloc rahul gandhi
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.