Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାରୀତ୍ବ, ପ୍ରେରଣାର ପ୍ରବାହ ଓ ଇତିହାସର ଆହ୍ୱାନ
ଆଜିର ଖବର

ନାରୀତ୍ବ, ପ୍ରେରଣାର ପ୍ରବାହ ଓ ଇତିହାସର ଆହ୍ୱାନ

January 26, 2025No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନାରୀ ହିଁ ସୃଷ୍ଟି। ନାରୀ କାଳେ କାଳେ କରି ଆସିଛି ନିଜ ଶ୍ରେଷ୍ଠତ୍ଵ ର ପ୍ରତିପାଦନ। ପୌରଣିକ ଯୁଗ ର ମାତା ସୀତା ହୁଅନ୍ତୁ କି ଏବେ ର ବିଜ୍ଞାନ ଯୁଗ ର ନାରୀ ପ୍ରତି ଟି କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରିପାରିଛନ୍ତି। ଘର ର ଚାରି କାନ୍ଥ ରୁ ବାହାରି ସମାଜ ର ପ୍ରତି ଟି କ୍ଷେତ୍ର ରେ ନିଜକୁ ସାବ୍ୟସ୍ତ କରି ପରିଛନ୍ତି। ସେ ନିଜ ସନ୍ତାନ ପାଇଁ ସର୍ବଂସହା ମାଆ ହୋଇ ପାରେ ତ କର୍ମ କ୍ଷେତ୍ର ରେ ସାଜିପାରେ ତ୍ରାଣ କର୍ତ୍ତୀ। ସେ ସାଜି ପାରେ ମହାକାଶ ଅଭିଯାନ ର ମୁଖ୍ୟ ,ଜଣେ ରାଷ୍ଟ୍ର ମୁଖ୍ୟ ସମଗ୍ର ଦେଶ ର ଅର୍ଥନୀତି କୁ ନିର୍ଦ୍ଧାରଣ କରୁଥିବା ଅର୍ଥ ମନ୍ତ୍ରୀ,ସେ ହୋଇ ପାରେ ପ୍ରଧାନ ମନ୍ତ୍ରୀ ,ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ସେନା ର କମାଣ୍ଡର, ସୁରର ମୁକୁଟ ବିହୀନ ମହାରାଣୀ ତ ପୁଣି ଦେଶର ଟେକ ରଖୁଥିବା ଜଣେ ଜଣେ ମହାନ ଖେଳାଳି।

ଆଜି ମହିଳା ଦିବସ ଅବସରରେ ଆମେ ଉପସ୍ଥାପନ କରୁଛନ୍ତି ସେହି ମହିଳାଙ୍କ ବିଷୟରେ ଯିଏ ଆମ ସମାଜ ପାଇଁ ସୃଷ୍ଟି କରିଛନ୍ତି ପ୍ରେରଣା। ଆଉ ତାଙ୍କ ପ୍ରୟାସ ଆଣିଛି ସମାଜରେ ପରିବର୍ତ୍ତନ।


କୁନ୍ତଳା କୁମାରୀ ସାବତ : ଓଡ଼ିଶାର ସ୍ବାଧୀନତା କାଳରେ ନାରୀ କବିଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି କୁନ୍ତଳା କୁମାରୀ ସାବତ। ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା ଓ କବୟିତ୍ରୀ ତଥା ସମ୍ପାଦିକା ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି କୁନ୍ତଳା ଦେବୀ। ଜାତୀୟ ଆନ୍ଦୋଳନର ପୁରୋଧା ତଥା ସମାଜସେବୀ ଭାବରେ ତାଙ୍କ ପରିଚୟ ଅନନ୍ୟ।

1901 ମସିହା ଫେବୃଆରୀ 8 ତାରିଖରେ ଜନ୍ଗଗ୍ରହଣ କରିଥିବା କୁନ୍ତଳା ସେତେବେଳର ପରଦା ପ୍ରଥା, ବାଲ୍ୟବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖି ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ପାଇଁ ବେଶ୍‌ ଉଦ୍ୟମ କରିଥିଲେ। ବିଧବା ବିବାହ ଓ ନାରୀ ସଶକ୍ତିକରଣ ପାଇଁ କାମ କରି ନାରୀ ସମାଜ ପ୍ରତି ପ୍ରେରଣା ସାଜି ଥିଲେ କୁନ୍ତଳା। ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରେ ନାରୀ ଶିକ୍ଷା ପାଇଁ କୌଣସି ସୁବିଧା ନଥିବାବେଳେ ଶିକ୍ଷା ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ସାଜିଥିଲେ ପ୍ରେରଣା।

ନନ୍ଦିନୀ ଶତପଥୀ : ରାଜନୀତିରେ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି ନନ୍ଦିନୀ ଶତପଥୀ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ଦୁଇ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି । ଓଡ଼ିଶାର ଲୌହମାନବୀ ରୂପେ ପରିଚିତା ନନ୍ଦିନୀ ଶତପଥୀ ରାଜନୀତି ସହିତ ସାହିତ୍ୟରେ ମଧ୍ୟ ବେଶ୍‌ ସକ୍ରିୟତା ହାସଲ କରିଥିଲେ । କଟକର ପିଠାପୁରଠାରେ ଜୁନ୍‌ 9 ତାରିଖ 1931 ମସିହାରେ ଜନ୍ମଗ୍ରହଣ କରିଥିବା ନନ୍ଦିନୀ ହେବୀଙ୍କ ହେଉଛନ୍ତି କାଳନ୍ଦୀଚରଣ ପାଣିଗ୍ରାହୀ । ଦୁଇ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ନନ୍ଦିନୀ ଦେବୀ ଓଡ଼ିଶା ରାଜନୀତି ତଥା ଜାତୀୟ ରାଜନୀତିରେ ନିଜର ଏକ ଛାପ ଛାଡିଯାଇଛନ୍ତି । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ‌ ଆକର୍ଷିତ ଥିଲେ। ସାହିତ୍ୟ ପ୍ରତି ଉଲ୍ଲେଖନୀୟ କୃତିତ୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ଓ ସାହିତ୍ୟ ଭାରତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ନନ୍ଦିନୀ ଦେବୀ । 75 ବର୍ଷ ବୟସରେ ନନ୍ଦିନୀ ଦେବୀଙ୍କର ମୃତ୍ୟୁ ମୃତବରଣ କରିଥିଲେ ନନ୍ଦିନୀ ଦେବୀ ।

ବୀଣାପାଣି ମହାନ୍ତି : ଜଣେ ସଫଳ ଓଡ଼ିଆ ଗାଳ୍ପିକା ହେଉଛନ୍ତି ବୀଣାପାଣି ମହାନ୍ତି । ସାହିତ୍ୟକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବୀଣାପାଣି ମହାନ୍ତି । ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଥିବା ବୀଣାପାଣିଙ୍କ ଗଳ୍ପରେ ରହିଛି ଜୀବନର ବାସ୍ତବତା ଓ ନିଚ୍ଛକ ପ୍ରତିଛବି । ଗଳ୍ପର ପାଟରାଣୀ ବୀଣପାଣି ପ୍ରତିଟି ସର୍ଜନାରେ ଦେଖାଇଛନ୍ତି ଆମ ସମାଜ ଓ ସମୟର ବାସ୍ତବ କଥା । ସମାଜର ପ୍ରତିଟି ଘଟଣାକୁ ଗଳ୍ପ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥା’ନ୍ତି । ନିଜ ଚାରିପଟେ ଘଟୁଥିବା ଘଟଣାକୁ ନେଇ ସୁନ୍ଦର ଗଳ୍ପ ରଚନା କରିବାରେ ବେଶ୍‌ ମାହିର୍‌ ବୀଣାପାଣି ।

ପାର୍ବତୀ ଘୋଷ : ଓଡ଼ିଆ ସିନେ ଜଗତରେ ମହିଳାଙ୍କ ପାଇଁ ପ୍ରେରଣାଦାୟୀ ହେଉଛନ୍ତି ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷ । 50 ଦଶକରେ ଜଣେ ମହିଳା ଭାବେ ଚଳଚ୍ଚିତ୍ର ଜଗତରେ ପାଦ ଥାପି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ପାର୍ବତୀ ଦେବୀ । ତାଙ୍କ ପଦାଙ୍କ ଅନୁସରଣ କରି ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବହୁ ହିରୋଇନ୍‌ ବେଶ୍‌ ଖ୍ୟାତି ଅର୍ଜନ କରୁଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସୁନାମଧନ୍ୟ ନାମ ହେଉଛି ପାର୍ବତୀ ଘୋଷ । ଏକାଧାରରେ ଜଣେ ଅଭିନେତ୍ରୀ, ମହିଳା ନିର୍ଦ୍ଦେଶିକା ଓ ପ୍ରଯୋଜିକା ଭାବେ ସେ ସୃଷ୍ଟି କରିଛନ୍ତି ଇତିହାସ । ମାର୍ଚ୍ଚ 28 ତାରିଖ 1933 ମସିହାରେ ଜନ୍ମଗ୍ରହଣ କରିଥିଲେ ପାର୍ବତୀ ଘୋଷ। ମାତ୍ର 5 ବର୍ଷ ବୟସରୁ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ରଖିଥିଲେ ପାର୍ବତୀ ଘୋଷ । 1950 ମସିହାରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିଥିବାବେଳେ ସମୁଦାୟ 8ଟି ସିନେମାରେ ଅଭିନୟ କରିଥିଲେ ଏହି ମହାନ ଅଭିନେତ୍ରୀଜଣକ । ସେ 6ଟି ଫିଲ୍ମର ପ୍ରଯୋଜନା କରିଥିବାବେଳେ 2ଟି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପାର୍ବତୀ । ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ ଫିଲ୍ମ ଗୁଡିକରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି । ‘ଛମାଣ ଆଠଗୁଣ୍ଠ’ ଫିଲ୍ମର ପ୍ରଯୋଜନା ନିର୍ଦ୍ଦେଶନା ଦେଇ ସେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ମଧ୍ୟରେ ରହିଛି ‘ଭାଇ ଭାଇ’, ‘ଆମରି ଗାଁ ଝିଅ’, ‘ମା’, ‘କା’, ’ସ୍ତ୍ରୀ,’ ‘ଅମର ପ୍ରେମ’, ‘ସଂସାର’ । ଓଡ଼ିଆ ସିନେ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ସମ୍ମାନଜନକ ଜୟଦେବ ପୁରସ୍କାର ସହିତ ଓଡ଼ିଶା ସିନେ କ୍ରିଟିକ୍‌ ଆଓ୍ବାର୍ଡ ସମେତ ଅନ୍ୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପାର୍ବତୀ ଘୋଷ । 2018 ଫେବୃଆରୀ 12 ତାରିଖରେ ସେ ଏହି ଦୁନିଆରୁ ବିଦାୟ ନେଇଥିଲେ ।

ଅରୁଣା ମହାନ୍ତି : ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ଭାବରେ ଅରୁଣା ମହାନ୍ତି ବେଶ୍‌ ପରିଚିତା । ଓଡ଼ିଶୀ ନୃତ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କର ଭୂମିକା ଅନନ୍ୟ । ଓଡ଼ିଶୀ ନୃତ୍ୟକୁ ନେଇ ବିଶ୍ବଦରବାରେର ଲୋକପ୍ରିୟ କରାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଅରୁଣା ମହାନ୍ତି । ଓଡ଼ିଶା ନୃତ୍ୟ ଏକାଡେମୀର ମୁଖ୍ୟ ସମ୍ପାଦିକା ଥିବା ଗୁରୁ ଅରୁଣା ମହାନ୍ତି ସମ୍ମାନଜନକ ପଦ୍ମଶ୍ରୀ ଉପାଧି ସହିତ ମାହାରୀ ସମ୍ମାନରେ ମଧ୍ୟ ବିଭୂଷିତା । ଓଡ଼ିଶୀ ନୃତ୍ୟକୁ ନେଇ ଯୁବ ପିଢିଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ସୃଷ୍ଟି କରାଇ ପ୍ରେରଣା ପାଲଟିଛନ୍ତି ଅରୁଣା ।

କମଳା ପୂଜାରୀ : ଓଡ଼ିଶାର କୋରାପୁଟ ଜିଲ୍ଲାର କମଳା ପୂଜାରୀ ଏକ ଚର୍ଚ୍ଚିତ ନାମ। ଜୈବିକ କୃଷି ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ଆଦିବାସୀ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କମଳା । ଶହେରୁ ଉର୍ଦ୍ଧ୍ବ ସ୍ବଦେଶୀ ଧାନ ବିହନ କିସମକୁ ନେଇ ଚାଷ କରି ସେଗୁଡିକର ସଂରକ୍ଷଣ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗ୍ରାମରେ “ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି” ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଜୟପୁରସ୍ଥିତ ଏମଏସ୍‌ ସ୍ବାମୀନାଥମ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇ ଏହାକୁ ସୁବିନିଯୋଗ କରି ଅନ୍ୟମାନଙ୍କୁ ଜୈବିକ କୃଷି ପଦ୍ଧତିରେ ଚାଷ କରିବା ନେଇ ବାଟ କଢାଇଛନ୍ତି ।

ଦୂତୀ ଚାନ୍ଦ : କ୍ରୀଡା କ୍ଷେତ୍ରରେ ଭାରତୀୟ ମହିଳାଙ୍କ ନିକଟରେ ପ୍ରେରଣାର ଉତ୍ସ ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ଯାଜପୁରର ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିବା ଦୂତୀ ବର୍ତ୍ତମାନର ଦେଶର ଦ୍ରୁତତମ ଧାବିକା। ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପଦକ ଜିତି ଦେଶ ଓ ରାଜ୍ୟର ନାମକୁ ଉଚ୍ଚ କରିବା ସହିତ ଦେଶର ଅନେକ ମହିଳାଙ୍କ ଆଦର୍ଶ ପାଲଟିଛନ୍ତି। ଏକ ଗରିବ ପରିବାରରୁ ଆସିଥିବା ଦୂତୀ ନିଜର ଅଦମ୍ୟ ଉତ୍ସାହ ଏବଂ ପରିଶ୍ରମ ବଳରେ ନିଜକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଆଥଲେଟ୍‌ ଭାବରେ ପ୍ରମାଣିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟର ସମ୍ମୁଖୀନ ହୋଇ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଟ୍ରାକ୍‌ରୁ ଦୂରେଇ ରହିଥିଲେ ମଧ୍ୟ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ । ଲିଙ୍ଗଗତ ବୈଷମ୍ୟରୁ ବାହାରିବା ପରେ ଦୂତୀ ଜାତୀୟ ରେକର୍ଡ ନିଜ ନାମରେ କରିବା ସହିତ ନାପୋଲିରେ ଅନୁଷ୍ଠିତ ବିଶ୍ବ ବିଦ୍ୟାଳୟ କ୍ରୀଡାର 100 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ସହିତ ନିକଟରେ ସମାପିତ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ ଗେମ୍‌ସରେ ଦୂତୀ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସମସ୍ତ କୃତିତ୍ବ ବ୍ୟତିତ ଦୂତୀ ଦେଶର ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍‌ର ମାନ୍ୟତା ପାଇଛନ୍ତି ।

ନନ୍ଦିତା ଦାସ : ଏକଧାରାରେ ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ସାମାଜିକ କର୍ମୀ ଭାବରେ ନନ୍ଦିତା ଶତାଧିକ ଭାରତୀୟ ମହିଳାଙ୍କର ଆଦର୍ଶ । 7 ନମେଭ୍ବର 1969ରେ ଯତୀନ ଦାସ ଏବଂ ବର୍ଷା ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ନନ୍ଦିତା ମିରାଣ୍ଡା ହାଉସ୍‌ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । 10ରୁ ଅଧିକ ଭାଷାରେ 100ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ନନ୍ଦିତା ଦୁଇ ଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେଇଛନ୍ତି । ଥିଏଟରରୁ ନିଜର କ୍ୟାରିୟର୍‌ ଆରମ୍ଭ କରିଥିବା ନନ୍ଦିତା ଦୀପା ମେହେଟ୍ଟା, ଅଦୂର ଗୋପାଳକ୍ରିଷ୍ଣା, ମଣିରତ୍ନମ ଏବଂ ମୃଣାଳ ସେନ୍‌ଙ୍କ ପରି ଖ୍ୟାତନାମା ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି । ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ବିଶ୍ବପ୍ରକାଶରେ ମଧ୍ୟ ନନ୍ଦିତା ନଜର ଆସିଥିଲେ । 2008ରେ ନିଜର ପ୍ରଥମ ଫିଲ୍ମ ଫିରାକ୍‌ର ନିର୍ଦ୍ଦେଶନା ଦେଇଥିବା ନନ୍ଦିତା 2018ରେ ମଣ୍ଟୋର ନିର୍ଦ୍ଦେଶନା ଦେଇଥିଲେ ।
କେବଳ ଫିଲ୍ମନିର୍ମାଣ ବା ଅଭିନୟ ନୁହେଁ ନନ୍ଦିତା ସାମାଜିକ କର୍ମୀ ଭାବରେ ବହୁତ ସକ୍ରିୟ । ଚିଲ୍ଡ୍ରେନ୍‌ସ ରାଇଟ୍ସ,, ଏଚ୍‌ଆଇଭି ଏଡ୍ସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 2009ରେ ବର୍ଣ୍ଣବୈଷମ୍ୟ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ନନ୍ଦିତା । ଦାସ ଡାର୍କ ଇଜ୍‌ ବ୍ୟୁଟିଫୁଲ୍‌ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଭିନ୍ନ ଟକ୍‌ ଶୋରେ ନନ୍ଦିତା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଯୁବ ପିଢିଙ୍କୁ ଉତ୍ସାହିତ କରିଥାନ୍ତି ।

କଳ୍ପନା ଦାଶ : ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀର ମାନ୍ୟତା ପାଇଥିବା ଦିବଙ୍ଗତ କଳ୍ପନା ଦାଶଙ୍କ ସଫଳତା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ବିଫଳତାକୁ ପଛରେ ପକାଇ କିଭଳି ସଫଳତା ହାସଲ କରିହେବ କଳ୍ପନାଙ୍କ ଜୀବନ ଏହାର ଏକ ଜ୍ବଳନ୍ତ ଉଦାହରଣ । ଦୁଇ ଦୁଇ ଥର ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ମଧ୍ୟ ନିରାଶ ନହୋଇ ତୃତୀୟ ପ୍ରଚେଷ୍ଟାରେ ସଫଳତା ହାସଲ କରିଥିଲେ କଳ୍ପନା । 7 ଜୁଲାଇ 1966ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା କଳ୍ପନା ପ୍ରଥମ ଓଡିଆ ମହିଳା ଭାବରେ ଏଭରେଷ୍ଟ ଆରୋହଣର ସଫଳତା ହାସଲ କରିଥିଲେ ।

ପେଶାରେ ଓକିଲ ରହିଥିବା କଳ୍ପନା 35 ବର୍ଷରେ ପର୍ବତାରୋହଣ ଆରମ୍ଭ କରିଥିଲେ। କପିଳାସ ପର୍ବତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏଭରେଷ୍ଟ ଗିରିଶୃଙ୍ଗରେ ସମାପ୍ତ ହୋଇଥିଲା । 2004 ଏବଂ 2006 ମସିହାରେ ପ୍ରତିକୂଳ ପାଗ ଯୋଗୁଁ ଏଭରେଷ୍ଟ ଚଢି ପାରିନଥିଲେ । 2004ରେ 7300 ମିଟର ଏବଂ 2006ରେ 8048 ମିଟର ପର୍ଯ୍ୟନ୍ତ ଚଢିଥିଲେ କଳ୍ପନା । ପ୍ରଥମ ଥର ଯୋତାରେ ସମସ୍ୟା ଏବଂ ଦ୍ବିତୀୟ ଥର ପ୍ରତିକୂଳ ପାଗ ଯୋଗୁଁ କଳ୍ପନାଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିଥିଲା । ମାତ୍ର ଏହାଦ୍ବାରା କଳ୍ପନାଙ୍କ ଉତ୍ସାହ କମ୍‌ ହୋଇନଥିଲା । 2019ରେ ପୁନର୍ବାର କଳ୍ପନା ଚେଷ୍ଟା କରିବା ସହିତ ସଫଳ ହୋଇଥିଲେ । ମାତ୍ର ବିଧିର ବିଧାନଥିଲା ବିଚିତ୍ର ଏଭରେଷ୍ଟ ଚଢି ଫେରିବା ସମୟରେ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିଲେ କଳ୍ପନା । ବିଫଳତାରୁ ଶିକ୍ଷାଲାଭ କରି ସଫଳତା ହାସଲ କରିବା କଳ୍ପନାଙ୍କ ଜୀବନୀ ଆଜିର ଯୁବପିଢିଙ୍କୁ ପ୍ରେରଣା ଯୋଗାଇଥାଏ ।

ଜୟନ୍ତୀ ଏକ୍କା : ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳା ମାନଙ୍କୁ ଆର୍ଥିକ ସଶକ୍ତୀକରଣ ହେବା ଶିଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସୁନ୍ଦରଗଡର ମହିଳା ଜୟନ୍ତୀ ଏକ୍କା । ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ କିପରି ମହିଳା ଉଦ୍ୟୋଗୀ ହୋଇ ପାରିବେ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଏକ୍କା । ଏହି ମହିଳା ଜଣକ ଓଡିଶା କନକ୍ଲେଭରେ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । 10 ହଜାର ଟଙ୍କାରୁ ଛତୁଆ ବ୍ୟବସାୟ ଆରମ୍ଭ କରି 10 ଲକ୍ଷରେ ପହଞ୍ଚାଇବାର କାହାଣୀ ବର୍ଣ୍ଣନା କରିବା ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଳି ମାରିଥିଲେ । ସୁନ୍ଦରଗଡ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସି ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରିଥିବା ଜୟନ୍ତୀ ଅନେକ ଲୋକଙ୍କୁ ପ୍ରଭାବିତ କରିଛନ୍ତି ।

ଅରୁଣା ମହାନ୍ତି କମଳା ପୂଜାରୀ କୁନ୍ତଳା କୁମାରୀ ସାବତ ଦୂତୀ ଚାନ୍ଦ ନନ୍ଦିତା ଦାସ ନନ୍ଦିନୀ ଶତପଥୀ ନାରୀତ୍ବ ପାର୍ବତୀ ଘୋଷ ପୌରଣିକ ଯୁଗ ପ୍ରେରଣାର ପ୍ରବାହ ବୀଣାପାଣି ମହାନ୍ତି ମାତା ସୀତା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.