Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ ପାଇଁ  ଯୋଗ୍ୟତା ଅର୍ଜ୍ଜନ କଲେ ଦୂତୀ ଚାନ୍ଦ: ୱାର୍ଲ୍ଡ ରାଙ୍କିଂ ଅନୁସାରେ ହେଲେ ମନୋନୀତ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶା ଝିଅ ଦୂତୀ ଚାନ୍ଦଙ୍କୁ ଏକ ବଡ ସଫଳତା ମିଳିଛି। ଜାତୀୟ ଚମ୍ପିୟାନ ଦୂତୀ ଚାନ୍ଦଙ୍କୁ ଟୋକିଓ ଅଲମ୍ପିକ ପାଇଁ  ଟିକେଟ ମିଳିଛି। ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଟୋକିଓ ଅଲମ୍ପିକ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ୱାର୍ଲ୍ଡ ରାଙ୍କିଂ ଅନୁସାରେ ଦୂତୀଙ୍କୁ ମନୋନୀତ କରାଯାଇଛି। ଏଥିପାଇଁ ରାଜ୍ୟ ଓ ଦେଶର ଖେଳପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଧାବିକା ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ: ମାତ୍ର ୦.୦୨ ସେକେଣ୍ଡ ପାଇଁ ଅଲମ୍ପିକ୍ସ ଯୋଗ୍ୟତାରୁ ହେଲେ ବଞ୍ଚିତ

ଭୁବନେଶ୍ବର: ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଦୂତୀ ୧୦୦ ମିଟର ଦୌଡକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପଟିଆଲାରେ ଇଣ୍ଡିଆନ ଗ୍ରା ପ୍ରିରେ ନିଜ ରେକର୍ଡକୁ ଦୂତୀ ଚାନ୍ଦ ଭାଙ୍ଗିଛନ୍ତି। ପୂର୍ବରୁ ଦୂତୀ ୧୦୦ ମିଟର ଦୌଡକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରିଥିଲେ।

କିନ୍ତୁ ମାତ୍ର ୦.୦୨ ସେକେଣ୍ଡ ପାଇଁ ଅଲମ୍ପିକ୍ସ ଯୋଗ୍ୟତାରୁ ଦୂତୀ ବଞ୍ଚିତ ହୋଇଛନ୍ତି। ଅଲମ୍ପିକ୍ସ ଯୋଗ୍ୟତା ପାଇଁ ଦୂତୀଙ୍କୁ ୧୧.୧୫ ସେକେଣ୍ଡ ଆବଶ୍ୟକ ହେଉଥିଲା। ହେଲେ ଅନ୍ତରାଜ୍ୟ ଅଲମ୍ପିକ ଚମ୍ପିୟାନଶିପ ପାଇଁ ଦୂତୀଙ୍କ ପାଇଁ ସୁଯୋଗ ରହିଛି।