Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବୀନ୍ଦ୍ରମଣ୍ଡପରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ଆୟୋଜିତ
ଆଜିର ଖବର

ରବୀନ୍ଦ୍ରମଣ୍ଡପରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ଆୟୋଜିତ

January 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ବର ମୂଳ ପିଣ୍ଡ। ଆମ ଦେଶ ଓ ଏହାର ସଂସ୍କୃତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ଅବସର ରେ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅହୁରି ମଧ୍ୟ କହିଛନ୍ତି ଯେ, ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ହେଉଛି ଭାରତମାତାଙ୍କ ପଦାରବିନ୍ଦରେ ଆମର ବିନମ୍ର ଉପହାର। ସେ କହିଥିଲେ, ସଂଗୀତର କୌଣସି ଭାଷା ନାହିଁ। ଏହା ଅନନ୍ୟ ଓ ଚିରନ୍ତନ। କାହିଁ କେତେ କାଳ ରୁ ମାନବ ସମାଜ ଗୀତ ସଂଗୀତରେ ନିପୁଣତା ହାସଲ କରିଛି। ସଂଗୀତକୁ ଉପଭୋଗ କରିବା ପାଇଁ ରାଗ ଓ ତାଳର ବିଶେଷଜ୍ଞ ହେବା ଆବଶ୍ୟକ ନାହିଁ। ଆମେ ସଂଗୀତକୁ, ଏହାର ତାଳକୁ ଓ ଗାୟିକୀକୁ ଅନୁଭବ କରିଥାଉ।

ସେ ପୁଣି କହିଥିଲେ, ସଂଗୀତ ହେଉଛି ନବରସର ସମାହାର। ଗୀତ-ସଂଗୀତ ମାଧ୍ୟମରେ ଶ୍ରୋତାଙ୍କ ଆଖିରେ ଲୁହ ଆସିପାରେ, ମୁଁହ ରେ ହସ ଆସି ପାରେ ଏବଂ ମନରେ ବୀରତ୍ୱର ଭାବ ମଧ୍ୟ ଜାଗ୍ରତ କରିପାରେ। ଉଦାସ ସହିତ ସନ୍ତୋଷର ଭାବ ମଧ୍ୟ ଶ୍ରୋତା ଅନୁଭବ କରିପାରେ।

ଆମ ଓଡ଼ିଆ ଭାଷା ଓ ସଂଗୀତ ସମୃଦ୍ଧ ଏବଂ ପରିପୁଷ୍ଟ। ଓଡ଼ିଆ ଭାଷା, ସାହିତ୍ୟର ମାଇଲ ଖୁଣ୍ଟ କୁହାଯାଉଥିବା ବୈଦେହିଷ ବିଳାସ, ତପସ୍ବିନୀ, ଦୀନକୃଷ୍ଣଙ୍କ ଭଜନ, କାଳିଜାଇ ପରି କାଳଜୟୀ କବିତା ବିଭିନ୍ନ କଳାକାରଙ୍କ କଣ୍ଠରେ ସବୁଦିନ ପାଇଁ ଅମର ହୋଇ ରହିଯାଇଛି।

ଏଥିସହିତ ଆମ କଳାକାରମାନେ ଓଡିଶୀ ସଂଗୀତ, ଛାନ୍ଦ, ଚମ୍ପୁକୁ ସଂଗୀତର ଶକ୍ତି ମାଧ୍ୟମରେ ଆଦୃତ କରିଛନ୍ତି। ଜଣେ କଳାକାର ପାଇଁ ଧନସମ୍ପତ୍ତି ନୁହେଁ, ଶ୍ରୋତାଙ୍କ ଦ୍ୱାରା ଭଲ ପାଇବା ଓ ସରକାରଙ୍କ ଦ୍ୱାରା ସମ୍ମାନ ପାଇବା ସବୁଠାରୁ ବଡ଼କଥା। ତେଣୁ ଆମେ ସମସ୍ତେ ସେମାନଙ୍କ ସାଧନା ଓ କଳା ପାଇଁ ସେମାନଙ୍କୁ ସବୁବେଳେ ଉତ୍ସାହିତ କରିବା ଆବଶ୍ୟକ।

ସେ ଆହୁରି କହିଥିଲେ, ସ୍ଵାଧିନତା ର ପଚାଶ ବର୍ଷ ପର୍ଯ୍ୟନ୍ତ ଆମ ଦେଶରେ କଳାକାରଙ୍କୁ ଉଚିତ୍ ସମ୍ମାନ ଦିଆଯାଇ ନଥିଲା । କଳାକାରଙ୍କୁ ସମ୍ମାନ ଦେବା ପ୍ରକ୍ରିୟା ୧୯୯୮ ମସିହାରେ ପ୍ରଥମ ଥର ପାଇଁ ଗାୟିକା ଏମ. ଏସ. ଶୁଭଲକ୍ଷ୍ମୀଙ୍କୁ ଭାରତରତ୍ନ ପ୍ରଦାନ କରିବା ସହ ଆରମ୍ଭ ହୋଇଥିଲା।

ଶେଷରେ ମୁଖ୍ୟମନ୍ତ୍ରୀ ନୂତନ ପିଢ଼ିର କଳାକାରମାନଙ୍କୁ ପରାମର୍ଶ ଦେଇ କହିଥିଲେ ଆପଣମାନେ ଏପରି ସଂଗୀତ ପ୍ରସ୍ତୁତ କରନ୍ତୁ ଯାହା ନିଜ ପରିବାର ବର୍ଗଙ୍କ ସହ ସମସ୍ତେ ଉପଭୋଗ କରିପାରିବେ ଓ ଏହା କାଳଜୟୀ ହୋଇରହିବ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପଦ୍ମ ପୁରସ୍କାର ପାଇବାକୁ ଯାଉଥିବା ଓଡିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଡ଼. ଅଶୋକ ମହାପାତ୍ର, ଶିଳ୍ପୀ ଅଦ୍ୱେତ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷ, ଲକ୍ଷ୍ମୀକାନ୍ତ ପାଲିତ, ମନ୍ମଥ ମିଶ୍ର, ମିତାଲି ଚିନାରା, ଆଦ୍ୟାଶା ଦାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। କଳାକାର ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ,ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ଶାରଦା ଶତପଥୀ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.